ବଲାଙ୍ଗିର, ୧୫/୧୧ : ଫସଲହାନୀକୁ ସହି ପାରିଲେନି, ଆତ୍ମହତ୍ୟା କଲେ ଚାଷୀ। ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ବୁବେଲ ଗ୍ରାମର ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ ରମେଶ ଭୋଇ।
ଅଭିଯୋଗ ଅନୁସାରେ, ରମେଶ ନିଜ ୫ ଏକର ଜମିରେ ଧାନ ଚାଷ କରିଥିଲେ। ହେଲେ ଚକଡ଼ା ପୋକ ଉକ୍ତ ଫସଲକୁ ନଷ୍ଟ କରିଥିଲେ। ଯାହାକୁ ରମେଶ ସହ୍ୟ କରିପାରିନଥିଲେ। ଫଳରେ ଗତକାଲି ରାତିରେ ରମେଶ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ରମେଶଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।