ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁରୀରେ ଅନୁଷ୍ଠିତ ହେବ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

ପୁରୀ, ୧।୩: ପୁରୀରେ ଅନୁଷ୍ଠିତ ହେବ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ । ଜାତୀୟ, ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟାଙ୍କ ତତ୍ତ୍ୱାବଧାନରେ ଚଳିତ ମାସ ୯ ତାରିଖ ଦିନ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ପୁରୀ ସିଭିଲ କୋର୍ଟ ସମେତ ନିମାପଡ଼ା, ପିପିଲି, କୋଣାର୍କ, କଣାସ ଓ ବ୍ରହ୍ମଗିରି କୋର୍ଟରେ  ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି । 

ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରଧିନ ମକଦ୍ଦମା ତଥା ଦେୱାନି, ଫୌଜଦାରୀ,  ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବୈବାହିକ ବିବାଦ (ଛାଡ଼ପତ୍ର ବାଦ୍‌ ଦେଇ), ଜମି ଅଧିଗ୍ରହଣ, ବିଦ୍ୟୁତ୍ ଓ ଜଳ ଯୋଗାଣ ବିଲ୍ ଦେୟ ଜନିତ ବିବାଦ, ବ୍ୟାଙ୍କ ଋଣ  ବିବାଦ, ଶ୍ରମ ଓ ନିଯୁକ୍ତି ବିବାଦ, ରାଜସ୍ଵ, ପ୍ରାକ୍ ମକଦ୍ଦମା ସ୍ତରୀୟ ତଥା ବ୍ୟାଙ୍କ ଋଣ ବିବାଦ, ରାଜସ୍ଵ  ଓ ଅନ୍ୟାନ୍ୟ ସାଲିସ ଯୋଗ୍ୟ ଦେୱାନି, ଫୌଜଦାରୀ ମକଦ୍ଦମା ଗୁଡ଼ିକର ସମାଧାନ ଏହି   ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ ଏବଂ ଲୋକ ଅଦାଲତରେ ମକଦ୍ଦମା ଏବଂ ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ଦେବାକୁ ପଡ଼େନାହିଁ  ଏବଂ ଲୋକ ଅଦାଲତଙ୍କ ରାୟ ବୈଧ, ଚୂଡ଼ାନ୍ତ ଏବଂ ଅମଳ ଯୋଗ୍ୟ ହୋଇଥାଏ । ସବିଶେଷ ବିବରଣୀ ନିମନ୍ତେ ପୁରୀ ଜିଲ୍ଲା/ତାଲୁକ  ଆଇନ ସେବା କାର୍ଯ୍ୟାଳୟର ହେଲ୍ପ ଲାଇନ ନମ୍ବର-୦୬୭୫୨-୨୨୧୪୩୩ ଏବଂ ଟୋଲ୍ ଫ୍ରୀ ନମ୍ବର ୧୫୧୦୦ ସହିତ ତୁରନ୍ତ ଯୋଗାଯୋଗ କରାଯାଇ ପାରିବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୂଚନା ଦେଇଛନ୍ତି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.