ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁରଜଙ୍କୁ ଟକ୍କର ଦେବ ବିଜେଡିର ନୂଆ ମୁହଁ, ଏଥର ସରକାରୀ ଚାକିରିଆ ହେବେ ପ୍ରାର୍ଥୀ

ତିହିଡ଼ି, ୦୮/୦୨ (ଅଭୟ ପତି) : ହାତରେ ଆଉ ଦୁଇ ମାସ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜୋରସୋର୍‌ରେ ସଜବାଜ ଆରମ୍ଭ କଲେଣି ରାଜନୈତିକ ଦଳ । ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନ ପାଇଁ ବିଜେଡିର ପ୍ରସ୍ତୁତି ଆରମ୍ଭ ହେଲାଣି । ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କୁ ଟକର ଦେବା ପାଇଁ ବିଜୁ ଜନତା ଦଳର ନୂଆ ମୁହଁ ଆବିର୍ଭାବ ହେବାକୁ ଯାଉଛି । ଏଥର ସରକାରୀ ଚାକିରିଆ ବିଜେଡିର ପ୍ରାର୍ଥୀ ହେବେ । ୨୦୨୨ ଉପନିର୍ବାଚନରେ ଯେଉଁ ଭୁଲ ଶାସକ ବିଜେଡି କରିଥିଲା ତାହାକୁ ସଜାଡ଼ିବା ପାଇଁ ନୂଆ ଉପାୟ ଆପଣେଇଛି । 

ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ନେଇ ଏବେ ବି ଆଶଙ୍କା ରହିଛି । ବିଜେଡି ରାଜେନ୍ଦ୍ରଙ୍କୁ ଦଳକୁ ଫେରାଇ ଆଣିବା ମୁଡ୍‌ରେ ନାହିଁ । ଅନ୍ୟପଟେ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଥଇଥାନ ଚିନ୍ତା । ମୁକ୍ତିଙ୍କୁ ଧାମନଗର ଟିକେଟ ମନା । ତେଣୁ ଏଥର ନୂଆ ମୁହଁ ପାଇଁ ସଜବାଜ ହୋଇଛି ଶାସକ ଦଳ । ୨୦୨୨ ଉପନିର୍ବାଚନରେ ଡାକ୍ତର ସଞ୍ଜୟ ଦାସଙ୍କ ଟିକେଟ ଫାଇନାଲ ହୋଇଥିବା ବେଳେ ଶେଷ ମୁହୁର୍ତ୍ତରେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ଟିକେଟ ଦେଇ ପସ୍ତାଇଲା ଦଳ । ୨୦୨୪ ନିର୍ବାଚନରେ ଡାକ୍ତର ସଞ୍ଜୟ ଦାସଙ୍କୁ ଗ୍ରୀନ୍‌ ସିଗ୍ନାଲ ଦେଇ ମଇଦାନକୁ ପଠାଇଲେଣି । ବାହାଘର, ବ୍ରତଘର, ଶୁଦ୍ଧିକ୍ରିୟା, କିର୍ତ୍ତନ ଆଦି ସ୍ଥାନରେ ଡାକ୍ତର ଶ୍ରୀ ଦାସ ପ୍ରତିଦିନ ପହଞ୍ଚୁଛନ୍ତି । ତିହିଡ଼ି ବଜାର ଉପରେ ଏକ କ୍ଲିନିକ୍‌ରେ ଡାକ୍ତର ଶ୍ରୀ ଦାସ ପ୍ରତି ସପ୍ତାହରେ ଦୁଇ ଦିନ ରୋଗୀ ଦେଖିବା ବେଳେ ନିଜ ନିର୍ବାଚନ ମଣ୍ଡଳୀର ରୋଗୀଙ୍କୁ ମାଗଣାରେ ଚିକିତ୍ସା କରୁଛନ୍ତି । ଏପରିକି ଅନ୍ୟ ସମୟରେ ନିର୍ବାଚନ ମଣ୍ଡଳୀର ତିହିଡ଼ି ଓ ଧାମନଗର ବ୍ଲକର ୪୫ଟି ପଂଚାୟତରେ ବୁଲିବୁଲି ମାଗଣା ସେବା କରୁଛନ୍ତି । ତେଣୁ ଡାକ୍ତର ସଞ୍ଜୟ ଦାସଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । 

ଅନ୍ୟପକ୍ଷରେ ସମବାୟ ବିଭାଗର ବରିଷ୍ଠ ଅଧିକାରୀ ସତ୍ୟନାରାୟଣ ସେଠୀ ମଧ୍ୟ ଧାମନଗର ଆସନରୁ ଶାସକ ଦଳର ପ୍ରାର୍ଥୀ ହେବା ପାଇଁ ବୁଲୁଛନ୍ତି । ଶ୍ରୀ ସେଠୀ ଜଣେ କବି ଓ ଲେଖକ । ବିଭିନ୍ନ କବି ସମ୍ମିଳନୀ ମାଧ୍ୟମରେ ଏବଂ ବାହାଘର, ବ୍ରତଘରରେ ୪୫ଟି ପଂଚାୟତରେ ଘରେ ଘରେ ବୁଲିଲେଣି । ସେହିପରି ଯୁବନେତା ପ୍ରିୟବ୍ରତ ସେଠୀ ଏବେ ତିହିଡ଼ି ବ୍ଲକ୍‌ର ୧୩ ପଞ୍ଚାୟତରେ କର୍ମୀଙ୍କୁ ଭେଟୁଛନ୍ତି । ପ୍ରିୟବ୍ରତ, ସଞ୍ଜୟ ଏବଂ ସମବାୟ ଅଧିକାରୀଙ୍କ ମଧ୍ୟରୁ କାହାକୁ ଦିଆଯିବ ଟିକେଟ୍‌ ତାହା ଦଳ ସ୍ଥିର କରିବ । ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କୁ ସାଂସଦ ଭାବରେ ଲଢ଼ିବା ପାଇଁ ଦଳର ଅନେକ ନେତା ଚାହୁଁଛନ୍ତି । ମୋଦି ସରକାରରେ ସୂର୍ଯ୍ୟବଂଶୀ ସାଂସଦ ହୋଇଗଲେ ଜିଲ୍ଲାର ଉନ୍ନତି ହେବ ବୋଲି ଲୋକେ କହୁଛନ୍ତି । ଅନ୍ୟପକ୍ଷରେ ସୂର୍ଯ୍ୟବଂଶୀ ଯଦି ଧାମନଗର ଛାଡ଼ି ସଂସଦୀୟ କ୍ଷେତ୍ରକୁ ଆସନ୍ତି ତେବେ ବିଜେପି କାହାକୁ ଏହି ଆସନର ଟିକେଟ ଦେବ ତାହାକୁ ନେଇ ଚର୍ଚ୍ଚା । ଶୁଣାଯାଉଛି ବିଜେଡି ଯଦି ରାଜେନ୍ଦ୍ରଙ୍କୁ ବାଏ ବାଏ କରେ ତେବେ ବିଜେପିକୁ ଆସି ଧାମନଗର ଟିକେଟ ନେବେ ।

Also Read :-

'ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା, ବେଲପାହାଡ଼ ମହିମା ଛକରେ ଜନସଭାକୁ ସମ୍ବୋଧିତ କରିବେ ରାହୁଲ

  • prameyanews
  • PrameyaOdia
  • prameya
  • General Election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.