ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ସ୍ଵାମୀଙ୍କ ଅକସ୍ମାତ୍ ମୃତ୍ୟୁକୁ ସହି ପାରିଲେନି ସ୍ତ୍ରୀ, ବାହୁନି ବାହୁନି କାନ୍ଦିବା ବେଳେ ଉଡ଼ିଗଲା ପ୍ରାଣବାୟୁ

ମାଲକାନଗିରି, ୧୮/୧୧ : ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଥିଲେ। ଏବେ ହାତ ଧରାଧରି ହୋଇ ସଂସାରରୁ ଚାଲିଗଲେ। ସ୍ଵାମୀଙ୍କ ଅକସ୍ମାତ୍ ମୃତ୍ୟୁକୁ ସହି ପାରିଲେନି ସ୍ତ୍ରୀ। ଆଖି ଆଗରେ ସ୍ଵାମୀଙ୍କ ମୃତଦେହ ଦେଖି ସେହି ଠାରେ ଜୀବନ ହାରିଦେଲେ ସ୍ତ୍ରୀ। ଗୋଟିଏ ଜୁଇରେ ଜଳିଲା ସ୍ଵାମୀ-ସ୍ତ୍ରୀଙ୍କ ଚିତା। ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ। 

ସୂଚନାନୁଯାୟୀ, ହରି କୁଲଦିପ ନାମକ ଜଣେ ଆଦିବାସୀ ଦିନ ମଜୁରିଆ ବାଲିମେଳା ଏନ.ଏ.ସି ର ୧୨ ନମ୍ବର ୱାର୍ଡରେ ରହୁଥିଲେ । ତିନି ସନ୍ତାନ ଓ ସ୍ତ୍ରୀଙ୍କ ସହ ବେଶ ହସ ଖୁସିରେ ସଂସାର ଚାଲିଥିଲା। ତେବେ ହୃଦଘାତରେ ହଠାତ୍ ତାଙ୍କର ପରଲୋକ ହେବା ପରେ ସ୍ବାମୀଙ୍କ ମୃତ୍ୟୁ ଖବର ସହଜରେ ଗ୍ରହଣ କରିପାରିଲେ ନାହିଁ ସ୍ତ୍ରୀ କମଳା । କାରଣ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅତୁଟ ବନ୍ଧନ ରହିଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ କମଳା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିଲେ । ଡାକ୍ତରଖାନାରୁ ସ୍ୱାମୀଙ୍କ ମୃତଦେହ ଘରେ ପହଞ୍ଚିବା ପରେ ମୃତଦେହକୁ ଧରି ବାହୁନି ବାହୁନି କାନ୍ଦିବା ବେଳେ ସେ ଅଚେତ ହୋଇ ପଡିଥିଲେ । ଅଚେତ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ପରେ ସ୍ଥାନୀୟ ଲୋକେ ଉଭୟ ସ୍ବାମୀସ୍ତ୍ରୀଙ୍କୁ ଏକାଠି ମଶାଣୀ ନେବା ସହ ଗୋଟିଏ ଜୁଇରେ ଶବ ଦାହ କରିଥିଲେ ।


  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.