ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ପୁଅକୁ ଆକ୍ରମଣ କଲା ମଦ୍ୟପ ବାପା : ଦେଶୀ ମଦ ବିକ୍ରି ବନ୍ଦ ଦାବିରେ ତାତିଲେ ମହିଳା, କଲେ ରାସ୍ତା ଅବରୋଧ

ଭାପୁର,୧୯।୯(ଆପ୍ର): ମଦ ପିଇ ଘରକୁ ଆସି ସ୍ତ୍ରୀ ଓ ପୁଅକୁ ଆକ୍ରମଣ କଲା ବାପା। ଏହି ଘଟଣା ପରେ ଗ୍ରାମର ମହିଳାମାନେ ତାତିଛନ୍ତି। ଦେଶୀ ମଦ ବିକ୍ରି ବଦ ଦାବିରେ ଫତେଗଡ ଥାନା ଅନ୍ତର୍ଗତ ଭାପୁର ବାଇପାସ୍ ଠାରୁ କୋଦବେରେଣୀ ରାସ୍ତା  ଅବରୋଧ କରିଛନ୍ତି। ରାସ୍ତା ଉପରେ ଯାନବାହାନ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଭାପୁର ପଞ୍ଚାୟତର ଦୁର୍ଗାପୁର ଗ୍ରାମର ଶତାଧିକ ମହିଳା ଚୋରାରେ ଦେଶୀମଦ ବିକ୍ରି ବନ୍ଦ ନେଇ ଭାପୁର ଠାରୁ କଳାପଥର କୋଦବେରେଣୀ ରାସ୍ତା ଅବରୋଧ କରିଛନ୍ତି। 

ଭାପୁର ପଞ୍ଚାୟତ ଅଧୀନ ଟାଙ୍ଗୀ ଗ୍ରାମର ପଞ୍ଚୁ ସ୍ୱାଇଁ ଦେଶୀମଦ ପିଇ ନିଶାସକ୍ତ ଅବସ୍ଥାରେ ଗାଳିଗୁଲଜ କରୁଥିଲେ। ତାଙ୍କର ପତ୍ନୀ ପ୍ରମିଳା ସ୍ୱାଇଁ ସେହି ସମୟରେ ଛେଳି ଚଳାଉଥିବା ସମୟରେ ତାଙ୍କ ସ୍ୱାମୀଙ୍କୁ ବାରଣ କରିଥିଲେ। ନିଶାଗ୍ରସ୍ତ ପଞ୍ଚୁ ଉତ୍ତେଜିତ ହୋଇ ଗାଳିଗୁଲଜ କରିବାରୁ ତାଙ୍କ ସ୍ତ୍ରୀ ଘରକୁ ଭୟରେ ପଳାଇଥିଲେ।ପଞ୍ଚୁ ଘରକୁ ଯାଇ ଏକ କୁରାଢି ଆଣି ପତ୍ନୀ ଓ ଏକମାତ୍ର ପୁଅ ଦୀପକ ସ୍ୱାଇଁ (୧୯)ଙ୍କୁ ଆକ୍ରମଣ କରିଥିଲେ। ଗ୍ରାମବାସୀ ପହଞ୍ଚି ଆହତ ଦୀପକଙ୍କୁ ଉଦ୍ଧାର କରି ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏହାପରେ ଗ୍ରାମବାସୀ ଚୋରାରେ ଦେଶୀମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ଧରି ଫତେଗଡ ଥାନାକୁ ଫୋନ୍ କରିଥିଲେ। ପୋଲିସ ଫୋନ୍ ନ ଉଠାଇବାରୁ ଦୁର୍ଗାପୁର ଓ ଟାଙ୍ଗୀ ଉଭୟ ଗ୍ରାମର ଶତାଧିକ ଆଦିବାସୀ ମହିଳା କଳାପଥର କୋଦବେରେଣୀ ଠାରୁ ଭାପୁର ବାଇପାସ୍ ରାସ୍ତାକୁ ଅବରୋଧ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ ଏଲପଡା ଗ୍ରାମର ଜନୈକ ବ୍ୟକ୍ତି  ଦୁର୍ଗାପୁର ଛକ ନିକଟରେ ଏକ କୁଡ଼ିଆ ଘର କରି ଦେଢବର୍ଷ ହେଲା ଦେଶୀମଦ ବିକ୍ରି କରୁଅଛି। ଏନେଇ ଗ୍ରାମବାସୀମାନେ ଥାନାରେ ଜଣାଇଥିଲେ। ମଦ ବିକ୍ରି ମାମଲାରେ ତିନି ଚାରି ଥର ଗିରଫ ହୋଇ ଯାଇ ପୋଲିସକୁ କିଛି ହାତଗୁଞ୍ଜା ଦେଇ ଖସି ଆସୁଥିବା ଅଭିଯୋଗ କରିଛନ୍ତି। ଏହି କୁମର ମଦ ବିକ୍ରି କରୁଥିବାରୁ ଗ୍ରାମର ସମସ୍ତ ପୁରୁଷ ଓ ଯୁଵକ ମାନେ ନିଶା ସେବନ କରୁଛନ୍ତି। ଯଦି ପଞ୍ଚୁ ମଦ ନିଶାରେ ନିଜର ପତ୍ନୀ ଓ ପୁଅକୁ ଆକ୍ରମଣ କରି ପାରିଲା । ତାହାଲେ କାଲି ଆଉ କାହା ଘରେ ଏଭଳି ଅଘଟଣ ନ ଘଟିବ କିଏ କହିବ। ଏଥିପାଇଁ ପୋଲିସ ହିଁ ଦାୟୀ । ଗ୍ରାମରୁ ଚୋରାରେ ଦେଶୀମଦ ବିକ୍ରି ବନ୍ଦ ପାଇଁ  ପୋଲିସ ପ୍ରଶାସନ ପ୍ରତିଶ୍ରୁତି  ନଦେଲା ପର୍ଯ୍ୟନ୍ତ ରାସ୍ତା ଉପରେ ବସି ରହିବେ ବୋଲି କହିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ପୋଲିସ କର୍ମଚାରୀ ପହଞ୍ଚି ନଥିବା ସୂଚନା ମିଳିଛି।

ଆହୁରି ପଢନ୍ତୁ : ମର୍ମନ୍ତୁଦ ଦୁର୍ଘଟଣା : ଅଟୋ- ଟ୍ରକ ମୁହାଁମୁହିଁ ଧକ୍କା, ୩ ମୃତ ଓ ୬ ଗୁରୁତର

Copyright © 2022 - Summa Real Media Private Limited. All Rights Reserved.