ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଦକ୍ଷିଣ ୨୪ ପ୍ରଗଣାରେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା ପରେ ସନ୍ଦିଗ୍ଧଙ୍କୁ ପିଟି ପିଟି ମାରିଦେଲେ

କୋଲକାତା, ୧୩/୧୧: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାରେ ଟିଏମସି ନେତାଙ୍କୁ ହତ୍ୟା ପରେ ଉତ୍ତେଜନା ପ୍ରକାଶ ପାଇଛି । ନେତାଙ୍କୁ ହତ୍ୟା ପରେ ସମର୍ଥକ ଜଣେ ସନ୍ଦିଗ୍ଧଙ୍କୁ ପିଟି ମାରି ଦେଇଛନ୍ତି । ଏକାଧିକ ଘରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି । ହତ୍ୟାକୁ ନେଇ ଶାସକ ଟିଏମସି ଓ ବିରୋଧୀ ସିପିଏମ୍ ମୁହାଁମୁହିଁ ହୋଇଛନ୍ତି ।

ସୂଚନା ଅନୁସାରେ, ସୋମବାର ସକାଳେ ଟିଏମସି ନେତା ସୈଫୁଦ୍ଦିନ୍ ଲସ୍କରଙ୍କୁ ତାଙ୍କ ଜୟନଗର ଘର ବାହାରେ ଗୁଳି କରାଯାଇଥିଲା । ସୈଫୁଦ୍ଦିନ୍ ଜୟନଗର ବାମୁଙ୍ଗାଚି ଅଞ୍ଚଳରେ ଟିଏମସିର ନେତୃତ୍ୱ ନେଉଥିବା ବେଳେ ପତ୍ନୀ ହେଉଛନ୍ତି ପଞ୍ଚାୟତ ପ୍ରଧାନ ।

ହୋଟେଲରେ ମହିଳା କର୍ମଚାରୀଙ୍କୁ ଗଣଦୁଷ୍କର୍ମ, ସାହାଯ୍ୟ ପାଇଁ ପୀଡ଼ିତା କାନ୍ଦୁଥିବା ଭିଡିଓ ଭାଇରାଲ୍

ସୈଫୁଦ୍ଦିନଙ୍କୁ ଗୁଳି କରି ହତ୍ୟା ପରେ ତାଙ୍କ ସମର୍ଥକ ଜଣେ ସନ୍ଦିଗ୍ଧଙ୍କୁ ଧରି ମାଡ଼ ମାରିଥିଲେ । ସମର୍ଥକଙ୍କ ମାଡ଼ରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । କିଛି ଟିଏମସି ସମର୍ଥକ ଉକ୍ତ ଅଞ୍ଚଳରେ ଏକାଧିକ ଘରେ ନିଆଁ ଲଗାଇ ଦେଇଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।

ସ୍ଥାନୀୟ ଟିଏମସି ନେତାଙ୍କ କହିବା ଅନୁସାରେ ସୈଫୁଦ୍ଦିନ ଲସ୍କରଙ୍କୁ ହତ୍ୟା ପଛରେ ସିପିଏମ୍ ସମର୍ଥକଙ୍କ ହାତ ରହିଛି । ତେବେ ସିପିଏମ୍ ନେତା ସୁଜନ ଚକ୍ରବର୍ତ୍ତୀ ଅଭିଯୋଗକୁ ଅସ୍ୱୀକାର କରିବା ସହ କହିଛନ୍ତି, ଟିଏମସିରେ ଅନ୍ତଃକନ୍ଦଳ ଯୋଗୁଁ ଦଳର ନେତା ହିଁ ହତ୍ୟା କରିଛନ୍ତି । ପୋଲିସ ତଦନ୍ତ କରି ଷଡ଼ଯନ୍ତ୍ର ଉପରୁ ପରଦା ହଟାଇବାକୁ ସେ ଦାବି କରିଛନ୍ତି ।

ମହିଳାଙ୍କ ସମେତ ୩ ପୁଅଙ୍କୁ ଛୁରୀ ଭୁସି ହତ୍ୟା, ଖେଳୁଥିବା ବେଳେ ୧୨ ବର୍ଷର ବାଳକକୁ ବି ମାରିଦେଲେ

ତୃଣମୂଳ କଂଗ୍ରେସ ନେତା ସୈଫୁଦ୍ଦିନ ଲସ୍କରଙ୍କୁ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ପୋଲିସ ଜଣଙ୍କୁ ଗିରଫ କରିଛି । ହତ୍ୟା ନେଇ ପୋଲିସ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଜାରି ରହିଥିବା କହିଛି । 

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.