ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଉତ୍ତରାଖଣ୍ଡରେ ଖୁବଶୀଘ୍ର ଲାଗୁ ହେବ ୟୁସିସି, ଫେବ୍ରୁଆରୀ ୨ରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ ସ୍ୱତନ୍ତ୍ର କମିଟି

ଡେରାଡୁନ,୩୦/୦୧: ଉତ୍ତରାଖଣ୍ଡରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ପାଇଁ ସମୟ ପାଖେଇ  ଆସୁଛି । ୟୁସିସି ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର କମିଟି  ଆସନ୍ତା ଫେବ୍ରୁଆରୀ ୨ ତାରିଖରେ ତାଙ୍କ ରିପୋର୍ଟ ରାଜ୍ୟ  ସରକାରଙ୍କୁ ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ  ଧାମି  ସୋମବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି  ସୂଚନା ଦେଇଛନ୍ତି । ସେ କହିଛନ୍ତି କମିଟି ଠାରୁ ଚିଠା ପ୍ରସ୍ତାବ  ମିଳିବା ପରେ ସରକାର ୟୁସିସି ଉପରେ ବିଧାନସଭାରେ ବିଲ୍‌ ଆଣିବେ ଓ ତାକୁ ଶୀଘ୍ର କାର୍ଯ୍ୟକାରୀ କରିବେ । 

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟଥର ପାଇଁ  ଶପଥ ନେବା ପରେ ଧାମି ରାଜ୍ୟରେ ୟୁସିସି ଲାଗୁ କରିବାକୁ  ପ୍ରତିଶ୍ରୁତି ଦେଇଥିଲେ । ୨୦୨୨ ମାର୍ଚ୍ଚ ୨୩ରେ କ୍ୟାବିନେଟର  ପ୍ରଥମ ବୈଠକରେ ସେ ଏହି ଘୋଷଣା କରିଥିଲେ । ଏଥିସହ  ୟୁସିସି ଉପରେ ଅନୁଧ୍ୟାନ କରିବା ଲାଗି ୨୦୨୨ ମେ ୨୭ରେ  ଏକ ବିଶେଷଜ୍ଞ କମିଟି ଗଢ଼ିଥିଲେ । ସୁପ୍ରିମକୋର୍ଟର ପୂର୍ବତନ  ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ୫  ଜଣିଆ କମିଟି ଗଢ଼ାଯାଇଥିଲା । କମିଟିରେ ଦିଲ୍ଲୀ ହାଇକୋର୍ଟର  ବିଚାରପତି ପ୍ରମୋଦ କୋହଲି, ରାଜ୍ୟର ପୂର୍ବତନ ମୁଖ୍ୟ ସଚିବ  ଶତ୍ରୁଘ୍ନ ସିଂହ, ଡୁନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୁକେଶ  ଡଙ୍ଗୱାଲ ଓ ସାମାଜିକ କର୍ମୀ ମନୁ ଗୌର ସଦସ୍ୟ ରହିଥିଲେ । 

ୟୁସିସି ହେଉଛି ଭାରତରେ ବସବାସ କରୁଥିବା  ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଗୋଟିଏ  ଆଇନ କାର୍ଯ୍ୟକାରୀ ହେବା । ବର୍ତ୍ତମାନ ବିଭିନ୍ନ ଧର୍ମ ଓ  ଜାତି ପାଇଁ ଭିନ୍ନ ଭିନ୍ନ ଆଇନ ରହିଛି । ବିବାହ, ବିଚ୍ଛେଦ  ଓ ଅନ୍ୟ କେତେକ ବ୍ୟକ୍ତିଗତ ମାମଲାରେ ଏହି ଆଇନ  କାର୍ଯ୍ୟକାରୀ ହେଉଛି । ୟୁସିସି ଲାଗୁ ହେବା ପରେ ବିବାହ  ପଞ୍ଜିକରଣ, ବିବାହ ବିଚ୍ଛେଦ, ପୋଷ୍ୟ ସନ୍ତାନ ଗ୍ରହଣ ଓ  ସମ୍ପତ୍ତି ଅଧିଗ୍ରହଣ ଆଦି କ୍ଷେତ୍ରରେ ସବୁ ଜାତି ଓ ଧର୍ମର  ଲୋକଙ୍କ ପାଇଁ ସମାନ ଆଇନ କାର୍ଯ୍ୟକାରୀ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.