ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଆଜି ନୁହେଁ କାଲି ଆସିବେ ଜୋ ବାଇଡେନ୍; ଆମେରିକା ରାଷ୍ଟ୍ରପତିଙ୍କ କାରକେଡରେ ୬୦ ଗାଡ଼ି, ସୁରକ୍ଷା ପାଇଁ ୩୦୦ କମାଣ୍ଡୋ

ନୂଆଦିଲ୍ଲୀ, ୦୭/୦୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୩ ଦିନିଆ ଭାରତ ଗସ୍ତରେ ଆସି ଆସନ୍ତାକାଲି ସେପ୍ଟେମ୍ବର ୮ ତାରିଖରେ ପହଞ୍ଚିବେ । ବାଇଡେନ୍ ଆମେରିକା ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ । ୮ ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତି ଏୟାରଫୋର୍ସ-୧ରେ ଦିଲ୍ଲୀରେ ପହଞ୍ଚିବେ ।

ବାଇଡେନଙ୍କୁ ବିମାନବନ୍ଦରରେ ପିଏମ୍ ମୋଦୀ ସ୍ୱାଗତ କରିପାରନ୍ତି । ଏହା ପରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ । ପୂର୍ବରୁ ସେପ୍ଟେମ୍ବର ୭ରେ ବାଇଡେନ୍ ଆସିବା ନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଥିଲା । ଏବେ ହ୍ୱାଇଟ୍ ହାଉସ୍ ଦେଇଥିବା ସୂଚନା ଅନୁସାରେ, ବାଇଡେନ୍ ଆମେରିକାରୁ ଜର୍ମାନୀ ଯିବେ । ସେଠାରୁ ଭାରତ ଆସିବେ । 

ସେପ୍ଟେମ୍ବର ୮ରୁ ଦିଲ୍ଲୀରେ ସମସ୍ତ ସ୍କୁଲ-କଲେଜ ବନ୍ଦ, ୩ ଦିନିଆ ଛୁଟି ଘୋଷଣା

ସେପ୍ଟେମ୍ବର ୯ ଓ ୧୦ରେ ଜି୨୦ ଶିଖର ସମ୍ମିଳନୀରେ ସାମିଲ୍ ହେବେ ଜୋ ବାଇଡେନ୍ । ଦିଲ୍ଲୀର ଆଇଟିସି ମୌର୍ଯ୍ୟା ହୋଟେଲରେ ରହିବେ ଆମେରିକା ରାଷ୍ଟ୍ରପତି । ବାଇଡେନଙ୍କ ସୁରକ୍ଷା ପାଇଁ ଆମେରିକା ସିକ୍ରେଟ୍ ସର୍ଭିସର ଟିମ୍ ୩ ଦିନ ପୂର୍ବରୁ ଭାରତରେ ପହଞ୍ଚି ସାରିଛନ୍ତି । 

ବାଇଡେନଙ୍କୁ ସିକ୍ରେଟ୍ ସର୍ଭିସରେ ୩୦୦ କମାଣ୍ଡୋ ସୁରକ୍ଷା ପ୍ରଦାନ କରିବେ । ଦିଲ୍ଲୀ ସଡ଼କରେ ସବୁଠୁ ବଡ଼ କାରକେଡ୍ ବାଇଡେନଙ୍କର ରହିବ । ଯେଉଁଥିରେ ୫୫ରୁ ୬୦ଟି ଗାଡ଼ି ସାମିଲ୍ । ମିଡିଆ ରିପୋର୍ଟ୍ସ ଅନୁସାରେ, ବାଇଡେନଙ୍କ ପାଇଁ ଦୁନିଆର ସବୁଠୁ ସୁରକ୍ଷିତ କାର୍ ‘ଦ ବିଷ୍ଟ’କୁ ଭାରତ ଅଣାଯାଇଛି । ଉକ୍ତ କାରରେ ବସି ବାଇଡେନ୍ ଜି୨୦ ବୈଠକକୁ ଯିବେ ।

ଭାରତର ଚନ୍ଦ୍ରଯାନ-୩ ପରେ ଜହ୍ନ ଅଭିମୁଖେ ଜାପାନ, ଆସନ୍ତା ବର୍ଷ ଆରମ୍ଭରେ ସଫ୍ଟ ଲ୍ୟାଣ୍ଡିଂ ଲକ୍ଷ୍ୟ

ଗୋଟିଏ ସମୟରେ ଆମେରିକା, ପାକିସ୍ତାନର ସମର୍ଥକ ଥିଲା । ବିଗତ କିଛି ବର୍ଷ ହେଲା ଭାରତକୁ ଆମେରିକା ବନ୍ଧୁ ଭାବେ ଗ୍ରହଣ କରିଛି । ସେହିଭଳି ଭାରତ ମଧ୍ୟ ଆମେରିକା ସହ ସମ୍ବନ୍ଧ ସୁଦୃଢ଼ କରିବାକୁ ଗୁରୁତ୍ୱ ଦେଉଛି ।

joe biden
G20 Summit

Copyright © 2022 - Summa Real Media Private Limited. All Rights Reserved.