ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ସୋଆ ‘କ୍ରିଏଟିଭୋ’ ପକ୍ଷରୁ ଶିଶୁ ଦିବସରେ “ଉର୍ଜା- ୨୦୨୩”

ଭୁବନେଶ୍ୱର, ୧୫/୧୧ : ଶିଶୁମାନେ ଗୋଟିଏ ଜାତିର ହୃତପିଣ୍ଡ । ଶିଶୁମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାର ବିକାଶ ହିଁ ଗୋଟିଏ ଦେଶ ବା ଜାତିକୁ ଅଗ୍ରଗାମୀ କରିପାରିବ । ଆମେ ସମସ୍ତେ ଶିଶୁମାନଙ୍କ ସର୍ବାଙ୍ଗୀନ ଉନ୍ନତି ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍ସ (ଆଇଏଏସ୍‌)ର ସାମାଜିକ ଓ ସାଂସ୍କୃତିକ ଶାଖା ‘କ୍ରିଏଟିଭୋ’ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ‘ଉର୍ଜା ୨୦୨୩’ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୋଆ ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ କହିଛନ୍ତି । 

‘ଉର୍ଜା ୨୦୨୩’ର ପରିକଳ୍ପନା ଏକ ଅନନ୍ୟ ପଦକ୍ଷେପ ଓ କ୍ରିଏଟିଭୋ ଶାଖା ସୋଆ ବିଶ୍ୱବିଦ୍ୟାଳୟର ସାମାଜିକ ସେତୁବନ୍ଧ ବୋଲି ମଧ୍ୟ ସେ କହିଛନ୍ତି । ଏହି କାର୍ଯ୍ୟକ୍ରମ ପିଲାମାନଙ୍କ ପ୍ରତିଭାର ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି ଶ୍ରୀମତି ଦାସ ଆଶା ପ୍ରକାଶ କରିଥିଲେ । ପୂର୍ବରୁ ଏହି କ୍ଲବ ଅଧୀନରେ ଚାଷୀମାନଙ୍କ ସାହାଯ୍ୟ ପାଇଁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ‘ଆଶା’ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳ ନିକଟବର୍ତ୍ତୀ ଗାଁ ଗୁଡ଼ିକର କୃଷକମାନେ ବେଶ ଉପକୃତ ହେଉଛନ୍ତି ବୋଲି ଓ ଏ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ପ୍ରତି ସୋଆ କୃଷିବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଗୁରୁତର ସହ ନେଉଛନ୍ତି ବୋଲି ଶ୍ରୀମତି ଦାସ କହିଥିଲେ । 

ଏହି ଉତ୍ସବରେ ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗଦେଇ ଶିଶୁମାନଙ୍କ ବିକାଶ ଦିଗରେ ବିଦ୍ୟାଳୟର ଅବଦାନ ଉପରେ ବିଶେଷ ଆଲୋକପାତ କରିଥିଲେ । ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ବିକାଶର ଆରମ୍ଭ ସେମାନଙ୍କ ପରିବାରରୁ ହୁଏ ଓ ଏଥିପାଇଁ ଦେଶର ପ୍ରତ୍ୟେକ ଅଭିଭାବକ ସଚେତନ ହେବା ଦରକାର ବୋଲି ସେ କହିଥିଲେ ।

ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ ରାଉତ ସ୍ୱାଗତ ଭାଷଣ ଦେବା ସହ ସରଳ ଗପ, ଗୀତ, ନାଟକ ହିଁ ସଂସ୍କୃତି ପରମ୍ଫରା ଓ ଆମ ଐତିହ୍ୟ ଆଡକୁ ଶିଶୁମାନଙ୍କୁ ଆକର୍ଷିତ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ ଅତିଥି ପରିଚୟ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କ୍ରିଏଟିଭୋର ମୁଖ୍ୟ ସଂଯୋଜକ ଡକ୍ଟର ଭୁବନାନନ୍ଦ ଅଧିକାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିକଟସ୍ଥ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ସୋଆର ‘କ୍ରିଏଟିଭୋ’ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଦର୍ଶକମାନଙ୍କୁ ବିଭୋର କରିଥିଲେ । 

ପରେ ପରେ କୃତି ପ୍ରତିଯୋଗୀ ତଥା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଶତାଧିକ ଶିଶୁମାନଙ୍କୁ ମୁଖ୍ୟ ଅତିଥି ତଥା ଅନ୍ୟ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ପ୍ରଫେସର ବିବୁଧ ପରାଶର ଧନ୍ୟବାଦ ଦେଇଥିଲେ । ଡକ୍ଟର ବିଷ୍ଣୁପ୍ରିୟା ପାତ୍ର, ଲୋପାମୁଦ୍ରା ମହାନ୍ତି, ଡକ୍ଟର ଦୀପାଲି ଦାଶ, ମାନସ ଦାସ, ରାଜୀବ ବେହେରା, ଡକ୍ଟର ରାକେଶ ରୋଶନ୍ ଶତପଥୀ, ବିଦ୍ୱାନ୍ ରଞ୍ଜନ ସାହୁ, ଡକ୍ଟର ଏସ୍‌.ପି. ମୋନାଲିସା, ସୁବ୍ରତ ସେନାପତି, ବିଶ୍ୱଜିତ୍ ମିଶ୍ର, ଅମରେନ୍ଦ୍ର ଆଚାର୍ଯ୍ୟ, ଶୁଭ୍ରା ମିଶ୍ର, ଆଦ୍ୟାଶକ୍ତି ଚାନ୍ଦ ପ୍ରମୁଖ ଏହି ଉତ୍ସବକୁ ପରିଚାଳନା କରିଥିଲେ । ଶିଶୁ ଦିବସର ଅବ୍ୟବହିତ ପୂର୍ବରୁ କ୍ରିଏଟିଭୋ ପକ୍ଷରୁ ନିକଟସ୍ଥ ବିଦ୍ୟାଳୟମାନଙ୍କରେ ଗୀତ, ଛଦ୍ମବେଶ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ‘ଉର୍ଜା ୨୦୨୩’ ଉତ୍ସବରେ ଯୋଗଦେବାକୁ ଆସିଥିବା ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ଫାକଲ୍ଟି ଅଫ୍ ଏଗ୍ରିକଲଚରାଲ ସାଇନ୍ସ ପରିସରରେ ଏକ ସ୍ୱତବ ବୈଷୟିକ ସଂଗ୍ରହାଳୟ ମଧ୍ୟ ଉଦ୍‌ଘାଟିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.