ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ବିଶ୍ୱକର୍ମା ମେଢ଼ରେ ସ୍କ୍ରାପ୍‌ ‘ଦଶାବତାର’, ନଷ୍ଟକୁ ଶ୍ରେଷ୍ଠରେ ରୂପାନ୍ତରିତ କରି ଚର୍ଚ୍ଚାରେ ବ୍ରହ୍ମପୁର ଆଇଟିଆଇ

ବ୍ରହ୍ମପୁର,୧୭/୦୯: ବ୍ରହ୍ମପୁର ଆଇଟିଆଇ କର୍ତ୍ତୃପକ୍ଷ ଓ ଏହାର ଛାତ୍ରଛାତ୍ରୀ  ନଷ୍ଟକୁ ଶ୍ରେଷ୍ଠରେ ରୂପାନ୍ତରିତ କରି  ଚର୍ଚ୍ଚାରେ ରହିଛନ୍ତି । ଭିନ୍ନ ଭିନ୍ନ କଳାକୃତି  କରି ରେକର୍ଡ କରିବାର ଲାଗିଛନ୍ତି । ଏଥର  ବିଶ୍ୱକର୍ମା ପୂଜା ଅବସରରେ ଭଗବାନ  ବିଷ୍ଣୁଙ୍କ ଦଶାବତାର ଆକୃତି ଉନ୍ମୋଚନ ହେବ । ଅଟୋମୋବାଇଲ୍‌ ସ୍କ୍ରାପ୍‌ରେ ମତ୍ସ୍ୟ,  କଚ୍ଛପ, ବରାହ, ବାମନ, ନୃସିଂହ, ରାମ,  ବଳରାମ, ପର୍ଶୁରାମ ଆଦି ଭଗବାନ ବିଷ୍ଣୁଙ୍କ  ଦଶ ଅବତାର ତିଆରି କରାଯାଇଛି । 

୧୫ ଦିନ ହେବ ଫିଟର୍‌,  ଇଲେକ୍ଟ୍ରିସିଆନ୍‌, ୱେଲ୍ଡର୍‌, ପେଣ୍ଟର୍‌,  ମେକାନିକ୍‌ସ ଟ୍ରେଡ୍‌ ଛାତ୍ରଛାତ୍ରୀ ଓ  ଶିକ୍ଷକଙ୍କ ଉଦ୍ୟମରେ ସ୍କ୍ରାପ୍‌ ଦଶାବତାର ତିଆରି ହୋଇଛି । ପ୍ରତିକୃତିଗୁଡ଼ିକ ୬  ଫୁଟ୍‌ ଉଚ୍ଚତା ଓ ୧୦୦ରୁ ୧୨୦ କେଜି  ଓଜନ ରହିଛି । ବର୍ତ୍ତମାନ ସେଗୁଡ଼ିକରେ  ଶେଷ ସ୍ପର୍ଶ ଦିଆଯାଉଛି ।  ବିଶ୍ୱକର୍ମା ପୂଜା ମଣ୍ଡପରେ  ଦଶାବତାର ପ୍ରତିକୃତି ଶୋଭାପାଇବ ବୋଲି  ଆଇଟିଆଇ କର୍ତ୍ତୃପକ୍ଷ କହିଛନ୍ତି । ବିଶ୍ୱକର୍ମା  ପୂଜା ପରେ ଏଗୁଡ଼ିକୁ ଆଇଟିଆଇ  ପରିସରସ୍ଥ ଓପନ୍‌ ସ୍କ୍ରାପ୍‌ ମ୍ୟୁଜିୟମ୍‌ରେ  ପ୍ରଦର୍ଶିତ କରାଯିବ । 

ବ୍ରହ୍ମପୁର ଆଇଟିଆଇ  ଛାତ୍ରଛାତ୍ରୀ ଅଟୋମୋବାଇଲ୍‌ ଓ ଅନ୍ୟାନ୍ୟ  ସ୍କ୍ରାପ୍‌ ବ୍ୟବହାର କରି କିଛି ନା କିଛି ନୂଆ  କରିବାକୁ ପ୍ରୟାସ କରୁଛନ୍ତି ଏବଂ ସଫଳ  ମଧ୍ୟ ହେଉଛନ୍ତି । ଏଥର ଦଶାବତାର  ନିର୍ମାଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ  କରିପାରିଛନ୍ତି ବୋଲି ଆଇଟିଆଇ ଅଧ୍ୟକ୍ଷ  ଡ. ରଜତ କୁମାର ପାଣିଗ୍ରାହୀ କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.