ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

କାହିଁକି କୋରିଆର ରକେଟ୍ KN-25କୁ ନେଇ ହେଉଛି ଚର୍ଚ୍ଚା , ପୁଟିନ-କିମ୍‌ଙ୍କ ମିଟିଂ ପରେ ଖେଳିଲା ଆତଙ୍କ

ନୂଆଦିଲ୍ଲୀ : ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିଙ୍ଗ୍‌ ଜୋଙ୍ଗ୍‌ ଉନ୍‌ଙ୍କ ମଧ୍ୟରେ ହୋଇଥିଲା ମିଟିଂ। ବୁଧବାର( ୧୩ ସେପ୍ଟେମ୍ୱର) ରୁଷ୍‌ର ସୁଦୂର ଉତ୍ତର-ପୂର୍ବର ମହାକାଶ ବିମାନ ବନ୍ଦର ଭୋସ୍ତୋଚନ କୋସ୍ମୋଡ୍ରୋମରେ ୫ଘଣ୍ଟାର ମିଟିଂ ହୋଇଥିଲା। କୁହାଯାଉଛି କି ଉକ୍ତ ବୈଠକରେ ଉଭୟ ଦେଶ ମଧ୍ୟରେ ସମ୍ଭାବିତ ସ୍ପେସ୍‌ ଟେକ୍ନୋଲଜି ପାର୍ଟନରସିପ୍‌ ଓ ସେନା ସହଯୋଗକୁ ନେଇ ଆଲୋଚନା ହୋଇଛି। ୟୁକ୍ରେନ ଉପରେ ରୁଷ୍‌ର ହମଲା କାରଣକୁ ଅଶାନ୍ତ ବୃଦ୍ଧି ଭିତରେ ପୁଟିନ ଓ କିମ୍‌ ଜୋଙ୍ଗ ଉନଙ୍କ ବୈଠକରେ ଅନ୍ତରାଷ୍ଟ୍ରୀୟ ଗୋଷ୍ଠୀ ତୀକ୍ଷ୍ଣ ନଜର ରଖୁଛି। ଆମେରିକା ସମେତ ଅନେକ ପଶ୍ଚିମୀ ଦେଶକୁ ଏହି କଥାର ଚିନ୍ତା କି ଉତ୍ତର କୋରିଆ ରୁଷ୍‌ର ଯୁଦ୍ଧ ପ୍ରୟାସର ସମର୍ଥନ କରିବାକୁ ତାକୁ ଯୁଦ୍ଧ ସାମଗ୍ରୀ ଉପଲବ୍ଧ କରାଇପାରେ। 

ମିଡ଼ିଆ ରିପୋର୍ଟରେ  କୁହାଯାଇଛି କି ଏହି ଦୁଇ ଦେଶର ନେତା ସ୍ପେସ୍‌ ଟେକ୍ନୋଲଜିରେ ସମ୍ଭାବିତ ସହଯୋଗର ସଙ୍କେତ ଦେଇ ରକେଟ୍‌ ଇଂଜିନିୟରିଂରେ ଗଭୀର ରୁଚି ଦେଖାଇଛନ୍ତି। ଏହି ବୈଠକ ଗ୍ଲୋବାଲ ମଞ୍ଚରେ ଅଲଗା ପଡି ରହିଥିବା ଉଭୟ ଦେଶର ସ୍ପେସ୍‌ ରିସର୍ଚ୍ଚ ଟେକ୍ନୋଲଜିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିପାରେ। ବର୍ତ୍ତମାନ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନରେ ରୁଷ୍‌ ଆମେରିକା ସହ ମିଶି କାମ କରୁଛି। 

ସ୍ପେସ୍‌ ଟେକ୍ନୋଲଜି ବ୍ୟତୀତ ଉଭୟ ଦେଶ ଗୋଳା-ବାରୁଦ ,ତୋପ ଓ ମିସାଇଲର ଆଦାନ-ପ୍ରଦାନ ଉପରେ ମଧ୍ୟ ଦୁଇ ଦେଶ ମଧ୍ୟରେ ସହମତି ସୃଷ୍ଟି କରିବାର ଅଟକଳ ଲଗାଯାଉଛି। କନଫ୍ଲିକ୍ଟ ଷ୍ଟଡିଜ ରିସର୍ଚ୍ଚ ସେଣ୍ଟରରେ ରୁଷ୍‌ର ସେନା ମାମଲାର ବିଶେଷଜ୍ଞ ଭେଲେରୀ ଅକିମେଙ୍କୋ ମଧ୍ୟ ତାଙ୍କ ପକ୍ଷରୁ ସଙ୍କେତ ଦେଇଛନ୍ତି ।

ଅନ୍ୟପଟେ ଏସିଆନ ଇନଷ୍ଟିଚ୍ୟୁଟ୍‌ ଫର୍‌ ପଲିସି ଷ୍ଟଡିଜ୍‌ର ରିସର୍ଚ୍ଚ ଫେଲୋ ୟାଙ୍ଗ ୟୁକେ  କହିଛନ୍ତି କି ଏହା ବି ସମ୍ଭବ କି ଉତ୍ତର କୋରିଆ ତଥାକଥିତ ସୁପର ଲାର୍ଜ ରକେଟ୍‌ କେଏନ-୨୫ ଭଳି କମ୍ ଦୂରଗାମୀ ବାଲିଷ୍ଟିକ ମିସାଇଲର ସପ୍ଲାଇ ମଧ୍ୟ ରୁଷ୍‌କୁ କରିପାରେ । 

ରକେଟ୍‌ କେଏନ-୨୫ କଣ – 

କେଏନ-୨୫ ଉତ୍ତର କୋରିଆର କମ୍‌ ଦୂରଗାମୀ ବାଲିଷ୍ଟିକ୍‌ ମିସାଇଲ ( ଏସଆରବିଏମ) , ଯାହାର  ଆକ୍ରମଣାତ୍ମକ କ୍ଷମତା ସୀମା ୩୮୦ କିଲୋ ମିଟର। ପ୍ରଥମ ଥର ୨୫ ଅଗଷ୍ଟ , ୨୦୧୯ରେ ଏହାର ପରୀକ୍ଷଣ କରାଯାଇ ଥିଲା। ଏହି ସୁପର-ଲାର୍ଜ ବାଲିଷ୍ଟିକ ମିସାଇଲ ମଲ୍ଟିପଲ –ଲଞ୍ଚ ରକେଟ୍‌ ସିଷ୍ଟମ (ଏମଏଲଆରଏସ) ଓ କମ୍‌ ଦୂରଗାମୀର ବାଲିଷ୍ଟିକ ମିସାଇଲ ମଧ୍ୟରେ  ଅନ୍ତରକୁ କମ୍ କରିଦିଏ।

ହାକୁ ନେଇ ପଶ୍ଚିମରେ କାହିଁକି ଆତଙ୍କ ଖେଳି ଯାଇଛି ? 

USFK ଅନୁସାରେ , ମିସାଇଲର ବ୍ୟାସ ୬୦୦ ମିମି । ଅନ୍ୟ ମିସାଇଲର ଚଉଡ଼ା ଅନୁସାରେ କେଏନ-୨୫ ପାଖାପାଖି ୮.୬ ମିଲଟ ଲମ୍ୱା  ପ୍ରତୀତ ହୋଇଥାଏ । ହେଲେ , ସରକାରୀ ମିଡ଼ିଆ ଦ୍ୱାରା ମିସାଇଲର ଲମ୍ୱା ବା ମାର୍ଗଦର୍ଶନ ପ୍ରଣାଳୀ  ଉପରେ କୌଣସି ବିଶିଷ୍ଟ ଜାରି କରାଯାଇ ନାହିଁ । ମିସାଇଲକୁ ଦେଖି ଜଣାପଡ଼ିଛି କି ଏହାର ପଛ ଓ ଆଗାମୀ ଭାଗରେ ୪-୪   ୱିଙ୍ଗ ଲାଗିଛି । 

କିଛି  ବିଶ୍ଳେଷକଙ୍କ ଅନୁସାରେ , ଉତ୍ତର କୋରିଆ ପାଖରେ ଅସ୍ତ୍ରଶସ୍ତ୍ରର ଏକ ବଡ଼ ଭଣ୍ଡାର ହୋଇପାରେ । କାରଣ  ୧୯୫୩ରେ ଯୁଦ୍ଧବିରାମ ସହ କୋରିଆନ ଯୁଦ୍ଧ ସମାପ୍ତ ହେବା ପରେ ଏହା କୌଣସି ଯୁଦ୍ଧ ଲଢ଼ି ନାହିଁ । 

Copyright © 2022 - Summa Real Media Private Limited. All Rights Reserved.