ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

WPL-2024: ବିଜୟ ଖାତା ଖୋଲିଲା ୟୁପି ଓ୍ୱାରିୟର୍ସ, ୭ ୱିକେଟ୍‌ରେ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ

ବେଙ୍ଗାଲୁରୁ,୨୯/୦୨: ଚଳିତ  ମହିଳା ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌) ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ପରାଜୟର ସାମ୍ନା କରିଛି । ପ୍ରଥମ ୨ଟି ମ୍ୟାଚ୍‌ ଜିତି ସାରିଥିବା ମୁମ୍ବାଇ  ଇଣ୍ଡିଆନ୍ସ ବୁଧବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ୟୁପି ୱାରିୟର୍ସ ଠାରୁ ୭ ୱିକେଟ୍‌ରେ ପରାଜିତ ହୋଇଛି । ଏହି ମ୍ୟାଚ୍‌ରେ  ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୬ ୱିକେଟ୍‌ ବିନିମୟରେ ୧୬୧ ରନ୍‌  କରିଥିଲା । ଜବାବରେ ୟୁପି ୱାରିୟର୍ସ  ୧୬.୩ ଓଭରରେ ୩ ୱିକେଟ୍‌ ହରାଇ  ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା ।  

ଟସ୍‌ ଜିତି ୟୁପି ୱାରିୟର୍ସ ଫିଲ୍ଡିଂ  ନିଷ୍ପତ୍ତି ନେଇଥିଲା । ମୁମ୍ବାଇ ଇଣ୍ଡିଆନ୍ସର  ଦୁଇ ଓପନର ହେଲି ମାଥ୍ୟୁସ୍‌ ଓ  ୟସ୍ତିକା ଭାଟିଆ ଆକ୍ରମଣାତ୍ମକ ବ୍ୟାଟିଂ  କରି ୫୦ ରନ୍‌ ସଂଗ୍ରହ କରିଥିଲେ ।  ବ୍ୟକ୍ତିଗତ ୨୬(୩ଚୌକା, ୧ଛକା)  ରନ୍‌ କରି ୟସ୍ତିକା ପ୍ରଥମେ ଆଉଟ୍‌  ହୋଇଥିଲେ । ଏହାପରେ ଦଳ ନିୟମିତ  ବ୍ୟାବଧାନରେ ୱିକେଟ୍‌ ହରାଇଥିଲେ ହେଁ  ମାଥ୍ୟୁସ ଅର୍ଦ୍ଧଶତକ ଅର୍ଜନ କରିଥିଲେ ।  ହର୍ମନପ୍ରୀତ କୌରଙ୍କ ଅନୁପସ୍ଥିତିରେ  ନେତୃତ୍ୱ ନେଉଥିବା ନାତାଲି ସ୍କିଭର-ବ୍ରଣ୍ଟ  ୧୯ ରନ୍‌ କରି ଆଉଟ୍‌ ହୋଇଥିଲେ ।  ପରେ ପରେ ମାଥ୍ୟୁସ୍‌ ୫୫(୯ଚୌକା, ୧ଛକା)ଙ୍କ ୱିକେଟ୍‌ର ପତନ ଘଟିଥିଲା ।  ମଧ୍ୟ ଭାଗରେ ଆମେଲିଆ କେର  ୨୩, ପୂଜା ବସ୍ତ୍ରାକର ୧୮, ଇସି ୱଙ୍ଗ  ଅପରାଜିତ ୧୫ ରନ୍‌ କରିବା ଫଳରେ  ଦଳୀୟ ସ୍କୋର ୧୬୧ରେ ପହଞ୍ଚିଥିଲା ।  

ଜବାବରେ ୟୁପି ୱାରିୟର୍ସର ଦୁଇ  ଓପନର ଆଲିସା ହିଲି ଓ କିରଣ ନବଗିରେ  ବିସ୍ଫୋରକ ବ୍ୟାଟିଂ କରି ୯୪ ରନ୍‌ ସଂଗ୍ରହ  କରିଥିଲେ । କିରଣ ୩୧ଟି ବଲ୍‌ରୁ ୬ଚୌକା  ଓ ୪ଛକା ବଳରେ ୫୭ ରନ୍‌ କରି ପ୍ରଥମେ  ଆଉଟ୍‌ ହୋଇଥିଲେ । ପରେ ପରେ  ତଲିଆ ମ୍ୟାକ୍‌ଗ୍ରା(୧) ଓ ହିଲି ୩୩ ରନ୍‌  କରି ପାଭିଲିୟନ ଫେରିଥିଲେ । ଗ୍ରେସ  ହ୍ୟାରିସ୍‌ ଓ ଦୀପ୍ତି ଶର୍ମା ଅପରାଜିତ ରହି  ଦଳକୁ ବିଜୟୀ କରାଇଥିଲେ । ହ୍ୟାରିସ୍‌  ୩୮(୬ଚୌକା, ୧ଛକା) ଓ ଦୀପ୍ତି  ୨୭(୪ଚୌକା) ରନ୍‌ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.