ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଖାଲି ପାଦରେ ଘାସରେ ଚାଲିବା ଲାଭଦାୟକ, ରକ୍ତଚାପ ନିୟନ୍ତ୍ରିତ ରହିବା ସହ ଯନ୍ତ୍ରଣାରୁ ମିଳେ ମୁକ୍ତି

ନୂଆଦିଲ୍ଲୀ ୧୦/୧୧: ଚାଲିବା ସ୍ୱାସ୍ଥ୍ୟ ପକ୍ଷେ ହିତକର । କିନ୍ତୁ ଜାଣନ୍ତି କି ଘାସରେ ଚାଲିବା ଦୁଇଗୁଣା ଲାଭଦାୟକ । ବିଶେଷକରି ସକାଳେ ଖାଲି ପାଦରେ ଘାସ ଉପରେ ଚାଲିବା ଦ୍ୱାରା ଅନେକ ସମସ୍ୟାର ସମାଧାନ ହୋଇଥାଏ । ସୁସ୍ଥ ଶରୀର ସ୍ୱାସ୍ଥ୍ୟକର ଖାଦ୍ୟ ସହ ଶାରିରୀକ ଚଳପ୍ରଚଳ ଉପରେ ମଧ୍ୟ ନିର୍ଭର କରିଥାଏ । ବ୍ୟସ୍ତ ଜୀବନଶୈଳୀ ଯୋଗୁ ପ୍ରାୟ ଲୋକ ୱର୍କଆଉଟ୍‌ ଓ ବ୍ୟାୟାମ କରିବାକୁ ସମୟ ବାହାର କରିପାରି ନଥାନ୍ତି । ଏହି ପରିସ୍ଥିତିରେ ନିଜକୁ ସୁସ୍ଥ ରଖିବା ପାଇଁ ଚାଲିବା ହିଁ ଏକମାତ୍ର ସହଜ ଉପାୟ । ଖାଲି ପାଦରେ ଘାସ ଉପରେ ଚାଲିବା ଦ୍ୱାରା ବହୁ ପ୍ରକାରର ଫାଇଦା ମିଳିଥାଏ । 

ରକ୍ତଚାପ ଓ ପାଚନ ତନ୍ତ୍ର ସୁସ୍ଥ :

ଏକ ଗବେଷଣା ଅନୁସାରେ ପୃଥିବୀ ସହ ପାଦର ସିଧାସଳଖ ସମ୍ପର୍କ ଦ୍ୱାରା ଶରୀରରେ ଥିବା ସ୍ନାୟବିକ ବ୍ୟବସ୍ଥା ଓ ସର୍କିଡିଆନ୍‌ ରିଦିମ୍‌ ନିୟମିତ ହୋଇଥାଏ । ଫଳରେ ଶରୀରର ତାପମାତ୍ରା, ହର୍‌ମୋନ୍‌ କ୍ଷରଣ, ପାଚନତନ୍ତ୍ର ଓ ରକ୍ତଚାପ ଆଦି ନିୟନ୍ତ୍ରିତ ରହିଥାଏ ।


ପ୍ରଦାହ କମାଏ :

ଖାଲି ପାଦରେ ୨ ଘଣ୍ଟା ଘାସରେ ଚାଲିବା ଦ୍ୱାରା ପ୍ରଦାହ କମ୍‌ ହୋଇଥାଏ, ଯାହା ହୃଦ୍‌ ରୋଗ, ଟାଇପ-୨ ମଧୁମେହ ଏବଂ କେତେକ ପ୍ରକାରର କର୍କଟର ରିସ୍କକୁ କମ୍‌ କରିଥାଏ ।

ଚିନ୍ତା ଦୂରାଏ :

ଘାସରେ ଚାଲିବା ଦ୍ୱାରା ମନ ଶାନ୍ତ ହୋଇଥାଏ, ଯାହାଦ୍ୱାରା ଚିନ୍ତା କମ୍‌ ରହିଥାଏ । ପ୍ରକୃତି ଓ ଧରିତ୍ରୀ ସହ ଶରୀରର ସମ୍ପର୍କ ଦ୍ୱାରା ଚିନ୍ତାର ସ୍ତର କମ୍‌ କରିଥାଏ । ଫଳରେ ମାନସିକ ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ ।

ମୁଡ୍‌ରେ ସୁଧାର :

ଆଣେ ଖାଲି ପାଦରେ ଘାସରେ ଚାଲିବା ଦ୍ୱାରା ମନକୁ ଖୁସି ଓ ଆରାମ ମିଳିଥାଏ । ଘାସରେ ଚାଲିବା ଦ୍ୱାରା ଶରୀରରୁ ଏର୍ଣ୍ଡୋଫିନ୍‌ କ୍ଷରଣରେ ସାହାଯ୍ୟ କରିଥାଏ । ଏହା ଏକ ପ୍ରାକୃତିକ ମୁଡ୍‌ ଲିଫ୍ଟର୍‌ ହୋଇଥାଏ ।

ଯନ୍ତ୍ରଣାରୁ ମୁକ୍ତି ଦିଏ :

ଯଦି ଆପଣଙ୍କ ଶରୀରରେ କୌଣସି ପ୍ରକାରର ପୁରୁଣା ରୋଗ ଯନ୍ତ୍ରଣା ରହିଥାଏ । ତେବେ ନିୟମିତ ଖାଲି ପାଦରେ ଘାସରେ ଚାଲିବା ଦ୍ୱାରା ଫାଇଦା ମିଳିଥାଏ ।

Copyright © 2022 - Summa Real Media Private Limited. All Rights Reserved.