ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିବାହ ପରେ ଧରାଛୁଆଁ ଦେଇନଥିଲେ ପତ୍ନୀ, ସ୍ୱାମୀ ଡ୍ୟୁଟି ଯିବା ପରେ ପୂର୍ବ ପ୍ରେମିକ ସହ ଚଳାଇ ଥିଲେ ରଙ୍ଗଶାଳା!

ଜଗତସିଂହପୁର,୦୨/୦୩: ବେଦିରେ ବସି ବିବାହ କଲେ । କିନ୍ତୁ ବାସର ରାତିକୁ ସଫା ମନା କରିଦେଲେ । ସ୍ୱାମୀ କାରଣ ଜାଣିବାକୁ ଚାହିଁବାରୁ ଜଣେ ପର ପୁରୁଷଙ୍କ ସଂସ୍ପର୍ଶରେ ଥିବା ନବବଧୂ ସ୍ପଷ୍ଟ କରିଥିଲେ । କେବଳ ବାଧ୍ୟରେ ପଡ଼ି ବିବାହ କଲି ବୋଲି ନବବଧୂ ଜଣାଇଥିଲେ । କଥାର ମୋଡ଼କୁ ପୁଣି ବଦଳାଇ ନବବଧୂ ଜଣଙ୍କ ଏଣିକି ପର ପୁରୁଷଙ୍କ ମୁହଁ ଚାହିଁବି ନାହିଁ । ଏକଥା ଉଭୟଙ୍କ ଭିତରେ ସୀମିତ ରହିବ । ଏବଂ ଶାନ୍ତିରେ ରହିବା ପାଇଁ ଆମ୍ଭେ ଦୁହେଁ ଭୁବନେଶ୍ୱରରେ ଯାଇ ରହିବାର ସର୍ତ୍ତ ବାଢିଥିଲେ । ପତ୍ନୀଙ୍କ ପରାମର୍ଶକୁ ଗ୍ରହଣ କରି ଭୁବନେଶ୍ୱର ଚାଲି ଆସିଥିଲେ ସ୍ୱାମୀ । ହେଲେ ଏଠାରେ ତାଙ୍କୁ ଶକ୍ତ ଝଟ୍‌କା ଲାଗିଥିଲା । କାରଣ ପତ୍ନୀ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ରହିଥିବା ସ୍ୱାମୀ ଜାଣି ପାରିଥିଲେ । ଏବଂ ନିର୍ଯାତନାର ସମ୍ମୁଖୀନ ହୋଇଥିଲେ । ଫଳରେ ସ୍ୱାମୀ ନ୍ୟାୟ  ଆଶାରେ ବାଲିକୁଦା ବନ୍ଦର ମେରାଇନ ଥାନାରେ ଏତଲା ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନାରେ ଅଭିଯୋଗ  ଆଣିଥିଲେ । ସେତେବେଳେ କିନ୍ତୁ ପତ୍ନୀ ତାଙ୍କର ଭୁଲ ବୁଝି ଆପୋଷ ସମାଧାନ କରିଦେବାରୁ ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ି ଯାଇଥିଲା । 

କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳର  ଏହି ଯୁବକଙ୍କ ବିବାହ ୨୦୨୨ରେ ବାଲିକୁଦା ବନ୍ଦର ମେରାଇନ ଥାନା ଅଞ୍ଚଳରେ ସଂପନ୍ନ ହୋଇଥିଲା । ବିବାହର ୪ ଦିନ ପରେ ପତ୍ନୀ ନିଜ ସ୍ୱାମୀଙ୍କଠାରୁ କରଛଡ଼ା ମାରିଥିଲେ । ଏବଂ ଜଣେ ପ୍ରେମିକଙ୍କ ଯୋଗାଯୋଗରେ ଥିବା ଜଣାଇଥିଲେ । ପରବର୍ତ୍ତୀ  ସମୟରେ ପତ୍ନୀଙ୍କ ସର୍ତ୍ତକୁ ମାନି ଭୁବନେଶ୍ୱର ଚାଲି ଆସିଥିଲେ ଏହି ଯୁବକ । କିନ୍ତୁ ଡ୍ୟୁଟିକୁ ଯିବା ପରେ ପତ୍ନୀଙ୍କ ବାହୁ ବନ୍ଧନକୁ ଚାଲି ଆସିଥିଲେ ପୂର୍ବତନ ପ୍ରେମିକ । କେବଳ ପ୍ରେମିକ ନୁହନ୍ତି  ତାଙ୍କର କିଛି ସାଙ୍ଗ ମଧ୍ୟ ଯୁବକଙ୍କ ଭଡ଼ା ଘରକୁ ଆସୁଥିଲେ । ଲୁଚାଛପାର ଏହି ଖେଳ ଏତିକିରେ ସୀମିତ ରହିନଥିଲା । ବରଂ ଆଉ କିଛି ପୁରୁଷ ଏଠାରେ ଧାଡ଼ି ଲଗାଇଥିଲେ । ଏବଂ ଗୋବିନ୍ଦପୁର  ଥାନା ଅଞ୍ଚଳର ଏହି ଯୁବକଙ୍କ ପତ୍ନୀ ଏହାକୁ ଏକ ପେସା କରି ରୋଜଗାର ବି ଆରମ୍ଭ କରିଥିଲେ । ଏଣେ ୪ରୁ ୫ ଦିନ ଧରି ଡ୍ୟୁଟିକୁ ଯାଉଥିବାରୁ ଯୁବକଙ୍କୁ ନିଜ ଭଡ଼ା ଘରେ ଚାଲିଥିବା ରଙ୍ଗଶାଳା ବିଷୟରେ ଟେର୍‌ ମିଳିନଥିଲା । 

କେତେବେଳେ କେମିତି ଯଦି ଯୁବକ ମୁହଁ ଖୋଲୁଥିଲେ ପତ୍ନୀ କେସ୍‌ର ଧମକ ଦେଉଥିଲେ । ତତ୍‌ସହିତ ପୁରୁଷ ବନ୍ଧୁଙ୍କ ଜରିଆରେ ହତ୍ୟା କରିବାର ନାଲିଆଖି ଦେଖାଉଥିଲେ । ସଂପୃକ୍ତ  ଯୁବକ ମଞ୍ଚେଶ୍ୱର ଥାନାରେ ଏ ନେଇ ଫେରାଦ୍‌ ହୋଇଥିଲେ । ହେଲେ ଏଠାରେ ଉଭୟଙ୍କ ଭିତରେ ଆପୋସ ସମାଧାନ ହୋଇଯାଇଥିଲା । ଦିନେ ଡ୍ୟୁଟିରୁ ଫେରି ଆସିଥିବା ଏହି ଯୁବକ ନିଜ ଘରେ ପତ୍ନୀଙ୍କ ସହ ତାଙ୍କର ପୂର୍ବତନ ପୁରୁଷ ବନ୍ଧୁଙ୍କୁ ଅସଂଯତ ଅବସ୍ଥାରେ ଦେଖିଥିଲେ । ପାଲଟା କିନ୍ତୁ ପତ୍ନୀଙ୍କ ପୁରୁଷ ବନ୍ଧୁ ଗାଳିଗୁଲଜ କରିଥିଲେ । ପରେ ପରେ ଉଭୟ ପତ୍ନୀ ଓ ତାଙ୍କ ପ୍ରେମିକ ଲୁହା  ଛଡ଼ରେ ଯୁବକଙ୍କୁ ପିଟିଥିଲେ । ପୁରୁଷ ବନ୍ଧୁ ମଧ୍ୟ ଗୁଳି ମାରିଦେବାର ଧମକ ଦେଇଥିଲେ । 

ଗତବର୍ଷ ଜୁଲାଇ ମାସରେ ଏହି ଘଟଣାର ସମାଧାନ ନିମନ୍ତେ ବନ୍ଦର ଥାନା ଅଞ୍ଚଳସ୍ଥିତ ଘରକୁ ପତ୍ନୀଙ୍କ ଭାଇଙ୍କ ପରାମର୍ଶକ୍ରମେ ଆସିଥିଲେ ସଂପୃକ୍ତ ଯୁବକ । ତେବେ ଗାଁକୁ ଯିବା ବାଟରେ ଯୁବକଙ୍କୁ ଆକ୍ରମଣ କରିଥିଲେ ପତ୍ନୀଙ୍କ ଭାଇ,  ବାପା ଓ ଅନ୍ୟ ୪ ଗୁଣ୍ଡାଶ୍ରେଣୀର ଲୋକ । ରକ୍ତାକ୍ତ ଆକ୍ରମଣ ସହ ତାଙ୍କ ଗାଡ଼ି ଚାବି ଝିଙ୍କି ନିଆଯାଇଥିଲା । ହାତ ଘଣ୍ଟା ସହ ପକେଟରେ  ଥିବା ୧୫୮୦ ଟଙ୍କାକୁ ଭିଡ଼ି ନେଇଥିଲେ । କିଛି ଲୋକ ପହଞ୍ଚି ଯିବାରୁ ଆକ୍ରମଣକାରୀ ମାନେ  ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ନିଜ ଏତଲାରେ  ଦର୍ଶାଇଛନ୍ତି ବିବାହ କରି ଫସିଥିବା ଗୋବିନ୍ଦପୁର  ଥାନା ଅଞ୍ଚଳର ଏହି ଯୁବକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.