ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

ବାରିପଦା  : ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଏଡ୍‌ସ ଦିବସ୍ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷା ପ୍ରଫେସର ଏମ. ହିମବିନ୍ଦୁଙ୍କ ମାର୍ଗଦର୍ଶନରେ ଆୟୋଜିତ ସମାବେଶରେ  ,ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ସମାଜ ସେବା ବିଭାଗର ସହକାରୀ ପ୍ରଫେସର ଶୁଭେନ୍ଦୁ ଶତପଥି ଛାତ୍ରଛାତ୍ରୀ ମାନଙ୍କୁ ଏହି ଦିବସର ବିଶେଷତ୍ୱ ସମ୍ବନ୍ଧରେ ଅବଗତ କରାଇଥିଲେ।

ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ସୁସଜ୍ଜିତ ଧାଡ଼ିରେ ଠିଆ ହୋଇ ବ୍ୟାଚ୍‌ ପରିଧାନପୂର୍ବକ , ଏହି ଦିବସରେ ଏପରି ଏକ ମାରାତ୍ମକ ବ୍ୟାଧିକୁ ବିଶ୍ୱ ବକ୍ଷରୁ ଦୂରେଇବା ପାଇଁ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକାଙ୍କ ମଧ୍ୟରେ ଡ. ପ୍ରିୟରଞ୍ଜନ ଦେବତା, ଡ. ପ୍ରଭଞ୍ଜନ ମଲ୍ଲିକ, ଡ. ଲିଙ୍ଗରାଜ ବେହେରା ଯୋଗଦାନ କରିଥିଲେ।

ପ୍ରଫେସର ସୁସ୍ମିତା କର, ପ୍ରଫେସର ମିନତୀ ମଲ୍ଲିକ, ପ୍ରଫେସର କବିତା କୁମାରୀ ସାହୁ ଛାତ୍ରଛାତ୍ରୀଙ୍କ ନିକଟରେ ସଚେତନତାର ବାର୍ତ୍ତା ରଖିଥିଲେ। ଏହି ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରା ଜାତୀୟ ରାଜପଥ ପର୍ଯ୍ୟନ୍ତ ପରିକ୍ରମା କରି ଅଟୋ ଚାଳକ, ସାଧାରଣ ଦୋକାନୀ, ପଥପ୍ରାନ୍ତର ସାଧାରଣ ଜନତା, ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କୁ ନାଲି ରିବନ୍‌ ପିନ୍ଧାଇ ଏଡ୍‌ସ ପରି ମାରାତ୍ମକ ବ୍ୟାଧି ସମ୍ବନ୍ଧରେ ସଚେତନ କରାଯାଇଥିଲା । ଏହି ଅବସରରେ ଜାତୀୟ ଏଡ୍‌ସ ଦିବସର ବାର୍ତ୍ତା ଦସ୍ତଖତ ଅଭିଯାନ ମାଧ୍ୟମରେ ସଂଗ୍ରହ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.