ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଟଳିଲା ବଡ଼ ଧରଣର ବିପଦ ; କୁମ୍ବିଂ ଅପରେସନବେଳେ ଜଙ୍ଗଲରୁ ଟିଫିନ୍ ବୋମା ଉଦ୍ଧାର

କନ୍ଧମାଳ,୨୮/୫ : କୁମ୍ବିଂ ଅପରେସନବେଳେ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯବାନ । ଯବାନଙ୍କୁ ଟାର୍ଗେଟ କରି ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡ ମାଇନ ଖଞ୍ଜିଥିଲେ ମାଓବାଦୀ । ଘଟଣାସ୍ଥଳରୁ ୨ଟି ଟିଫିନ୍ ବୋମା ସହ ବହୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମିଳିଥିବା ଜଣାପଡ଼ିଛି । କୋଟଗଡ଼ ଥାନା ଡ଼େଙ୍ଗାଗୁଡ଼ା ଗାଁ ନିକଟସ୍ଥ ଲାସେରୀ ସଂରକ୍ଷିତ ଜଙ୍ଗଲରେ କୁମ୍ବିଂ ଅପରେସନ୍ କରୁଥିବାବେଳେ ଟିଫିନ୍ ବୋମା ଓ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ମିଳିଥିବା ଜଣାପଡ଼ିଛି ।  

କୋଟଗଡ଼ ଥାନାର ବିଭିନ୍ନ ଅଞ୍ଚଳରେ ମାଓ ଗତିବିଧି ସକ୍ରିୟ ଥିବା ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ଏସ୍ଓଜି, ସିଆରପିଏଫ୍ ଓ ଡିଭିଏଫ୍ ଯବାନ୍ କୋଟଗଡ଼ ଥାନା ଅଞ୍ଚଳରେ କୁମ୍ବିଂ ଅପରେସନ୍ ଯାରି ରଖିଛନ୍ତି   । ଏହାକୁ ନେଇ ପୂର୍ବ ଯୋଜନା ମୁତାବକ ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡ ମାଇନ ବିଛାଇଥିଲା ଲାଲବାହିନୀ   । ଅପେରସନ୍ ବେଳେ ଉକ୍ତ ଜଙ୍ଗଲରେ କିଛି ବିସ୍ପୋରକ ଥିବା ସନ୍ଦେହ କରିଥିଲେ ଯବାନ । ଯବାନ ଓ ଡଗ ସ୍କ୍ୱାଡ଼ ଦ୍ୱାରା ଜୀବନ୍ତ ଲ୍ୟାଣ୍ଡ ମାଇନକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଏଥି ସହିତ ଲାସେରୀ ସଂରକ୍ଷିତ ଜଙ୍ଗଲରୁ ବହୁ ବିସ୍ପୋରକ ସାମଗ୍ରୀ ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି । 

କୋଟଗଡ଼ ଥାନା ଅଞ୍ଚଳରେ ନିର୍ବାଚନ ପୁର୍ବରୁ ପୋଷ୍ଟର ଯାରି କରି ନିଜର ସ୍ଥିତି ଜାହିର କରିଥିବା ବେଳେ ଗତକାଲି ଦୁର୍ଗାପଙ୍ଗା ପଞ୍ଚାୟତର ବାଡ଼ିପଙ୍ଗା ଗାଁର ମେଟଲା ରଇତ ମାଝୀ ନାମକ ଜଣେ ଯୁବକଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲା ସିପିଆଇ ମାଓବାଦୀ ସଙ୍ଘଠନର ବାଘୁନା ଡିଭିଜନାଲ କମିଟି । ଅନ୍ୟପଟେ ଯବାନଙ୍କୁ ଟାର୍ଗେଟ କରି ଜଙ୍ଗଲରେ ମାଓବାଦୀ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.