ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ଧନ୍ୟବାଦ , ମୋତେ ବିମାନରେ ଚଢିବାକୁ ଦେଇ ନଥିଲ ; ବ୍ରାଜିଲ୍ ପ୍ଲେନ୍ କ୍ରାସ୍ ପରେ କ୍ରୁ ମେମ୍ୱରଙ୍କୁ ଏମିତି କହିଲେ ବ୍ୟକ୍ତି

ନୂଆଦିଲ୍ଲୀ : ବ୍ରାଜିଲରେ ଗତକାଲି( ଶୁକ୍ରବାର) ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ବ୍ରାଜିଲ୍‌ର ସାଓ ପାଉଲୋ ନିକଟରେ ୬୨ ଲୋକଙ୍କୁ ନେଇ ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଯାଇଥିଲା। ଏଥିରେ ବସି ଥିବା ସବୁ ଲୋକଙ୍କ ମୃତ୍ୟୁ ହୋଇଛି। ବ୍ରାଜିଲର କ୍ଷେତ୍ରୀୟ ଏୟାରଲାଇନ ଭୋଏପାସ୍‌ ଏକ ବୟାନରେ ଏହି ସୂଚନା ଦେଇଛି। ବିମାନ ସାଓ ପାଉଲୋ ରାଜ୍ୟର ଭିନହେଡୋରେ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ରେସିଡେନ୍ସିଆଲ ଏରିଆରେ ଖସି ପଡ଼ିଥିଲା। 

ଯେମିତି ଏକ କଥା ଅଛି, ଯାହାକୁ ରଖିବେ ହରି ତାକୁ କେ ପାରିବ ମାରି ...ଅର୍ଥାତ୍‌ ଯାହାର ମୃତ୍ୟୁ ସମୟ ଆସି ନାହିଁ ତାର ମୃତ୍ୟୁ ଆସିବ ନାହିଁ ଏବଂ ସବୁ ସ୍ଥିତିରେ ଭଗବାନ ତାଙ୍କୁ ରକ୍ଷା କରିବେ। ଏମିତି ହିଁ କିଛି ହୋଇଛି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ବିମାନର ସେହି ଯାତ୍ରୀଙ୍କ ସହ, ଯିଏ ଟିକେଟ୍‌ ତ ନେଇ ଥିଲେ, ହେଲେ ବିମାନରେ ଚଢି ପାରି ନଥିଲେ। ଆଡ୍ରିଆନୋ ଆସିସ ନାମକ ଏହି ବ୍ୟକ୍ତି କହିଛନ୍ତି କି, କାହିଁକି ସେ ଟିକେଟ୍‌ ନେବା ସତ୍ତ୍ୱେ ବିମାନରେ ଚଢି ନଥିଲେ। 

ବ୍ରାଜିଲିଆନ୍‌ ନ୍ୟୁଜ୍‌ ଆଉଟଲେଟ୍‌ ଟିଭି ଗ୍ଲୋବୋ ସହ ଏକ ସାକ୍ଷାତକାରରେ, ଆଡ୍ରିୟାନୋ ଅସିସ କହିଛନ୍ତି , ତାଙ୍କୁ ଏୟାରଲାଇନ୍‌ର ଜଣେ କ୍ରୁ ବିମାନରେ ଯିବାକୁ ରୋକି ଦେଇ ଥିଲେ , କାରଣ ସେ ବିଳମ୍ୱରେ ଥିଲେ। ତାଙ୍କର ବୋର୍ଡିଂ ଗେଟ୍‌ରେ ଥିବା ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ ହୋଇଥିଲା, ତଥାପି ତାଙ୍କୁ ଫ୍ଲାଇଟ୍‌ରେ ବସିବାକୁ ଦେଇ ନଥିଲେ , ସେ ଖୁବ୍‌ ବିରକ୍ତ ହୋଇ ଯାଇଥିଲେ। କିନ୍ତୁ ବିମାନ ଦୁର୍ଘଟଣାଗ୍ରସ୍ତ ହେବା କଥା ଶୁଣି ସେ ସେହି କ୍ରୁ ମେମ୍ୱରଙ୍କୁ କୁଣ୍ଡେଇ ପକାଇ ଥିଲେ , ଯିଏ ତାଙ୍କୁ ବିମାନରେ ଯିବାକୁ ରୋକି ଥିଲେ। 

ସୋସିଆଲ ମିଡ଼ିଆରେ ଅସିସ୍‌ଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ପୂରା ଘଟଣା ବିଷୟରେ କହୁଛନ୍ତି। ଅସିସ୍‌ ଆଉଟଲେଟକୁ କହିଛନ୍ତି ,  ଯେବେ ସେ ବିମାନବନ୍ଦରରେ ପହଞ୍ଚିଲେ, ବୋର୍ଡିଂ ଆନାଉନ୍ସମେଣ୍ଟର ଅପେକ୍ଷାରେ ଥିଲି , ହେଲେ ତାଙ୍କୁ କୌଣସି ଆନାଉମେଣ୍ଟ ଶୁଣାଗଲା ନାହିଁ। ପରେ ତାଙ୍କୁ ଅନୁଭବ ହେଲା କି, କିଛି ଗଡ଼ବଡ ହୋଇଛି। ସେ ଦୌଡ଼ିଯାଇ ବୋର୍ଡିଂ ଗେଟ୍‌ରେ ପହଞ୍ଚି ଜାଣିଲେ ବୋର୍ଡିଂ ଟିକେ ପୂର୍ବରୁ ହୋଇ ସାରିଛି। ଏଠାରେ କ୍ରୁ ସହ ଯୁକ୍ତିତର୍କ , ଝଗଡ଼ା ସବୁ ହେଲା ଏବଂ ଫ୍ଲାଇଟ୍‌ ବି ପଳାଇ ଗଲା, କିନ୍ତୁ କିଛି ସମୟ ପରେ ପ୍ଲେନ କ୍ରାସ୍‌ ହେବାର ଖବର ଶୁଣି ସେ ଆତଙ୍କିତ ହୋଇଗଲେ। 

ଅସିସି ସାକ୍ଷାତକାରରେ ଏହା ମଧ୍ୟ କହିଛନ୍ତି କି, ଏବେ ସେ ଏହି ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି , ଯିଏକି ତାଙ୍କୁ ଯିବାରେ ରୋକି ଥିଲେ। କହି ରଖୁଛୁ କି ଅସିସ କେବଳ ଏକା ନୁହଁନ୍ତି ଯାହାଙ୍କର ଫ୍ଲାଇଟ୍‌ ମିସ୍‌ ହୋଇଥିଲା , ଅନ୍ୟ ଜଣେ ଯାତ୍ରୀ ମଧ୍ୟ ଏହି ଭୁଲ୍‌ରେ ଫ୍ଲାଇଟ୍‌ ମିସ କରି ଦେଇ ଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.