ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସର୍ବସାଧାରଣରେ ଖଣ୍ଡା ବୁଲାଇ ଯୁବକ ଗିରଫ ଏବଂ ସ୍ତ୍ରୀକୁ ବାଡ଼େଇ ସ୍ୱାମୀ ଗିରଫ

ଖଲ୍ଲିକୋଟ, ୨୪/୫ :  ଖଲ୍ଲିକୋଟ ଥାନାରେ ଦୁଇଟି ମାମଲାରେ ଆଜି ୨ ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଖଲ୍ଲିକୋଟରେ ସର୍ବସାଧାରଣରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗରେ ଆଜି ଖଲ୍ଲିକୋଟ ବଡଦାଣ୍ଡ ସାହିର ଭୀମ ପ୍ରଧାନ (୪୨)ଙ୍କୁ ପୋଲିସ ଗିରଫ କରିଥିଲା। ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୪୩୫/୨୪ରେ ମାମଲା ରୁଜୁ ହୋଇଛି । 

ଅନ୍ୟ ଏକ ମାମଲାରେ ସ୍ତ୍ରୀକୁ ବାଡେଇବା ଅଭିଯୋଗରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ସୋଲବନ୍ଧ ଗ୍ରାମର କୁନାଲ ନାୟକକୁ ପୋଲିସ ଗିରଫ କରିଛି । ସ୍ତ୍ରୀଙ୍କୁ ସବୁବେଳେ ପିଟୁଥିବା ନେଇ କୁନାଲଙ୍କ ବିରୋଧରେ ଗତ ୭ତାରିଖରେ ଥାନାରେ ଅଭିଯୋଗ କରିଥିଲେ ପତ୍ନୀ । ଅଭିଯୋଗକୁ ଭିତ୍ତି କରି ଖଲ୍ଲିକୋଟ ଥାନା କେସ ନମ୍ବର ୪୦୦/୨୪ ଅନୁଯାୟୀ ମାମଲା ରୁଜୁ କରି ଆଜି କୁନାଲ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ନରେଶ ସାହୁ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.