ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ସିସୋଦିଆଙ୍କୁ ନେଇ ସିବିଆଇର ଦାବିରେ ଉତ୍ତେଜିତ ଆପ୍‌ , କେଜ୍ରିୱାଲଙ୍କ ସୁରକ୍ଷାରେ ସଞ୍ଜୟ ସିଂହ କହିଲେ …

ନୂଆଦିଲ୍ଲୀ – ଆମ୍‌ ଆଦମୀ ପାର୍ଟି(ଆପ୍‌)ର ସବୁଠୁ ବଡ଼ ନେତା ଅରବିନ୍ଦ କେଜ୍ରିୱାଲଙ୍କ ମୁସ୍କିଲ ଥମିବାର ନାଁ ହିଁ ନେଉ ନାହିଁ । ଆପ୍‌ ସୁପ୍ରିମୋଙ୍କୁ ବୁଧବାର ସିବିଆଇ ଗିରଫ କରି ନେଇଛି। କେନ୍ଦ୍ରୀୟ ଏଜେନ୍ସି ସିବିଆଇ କୋର୍ଟରେ ଏହି ଦାବି କରିଛି କି, କେଜ୍ରିୱାଲ ସବୁ ଦାୟିତ୍ୱ ମନିଷ ସିସୋଦିଆଙ୍କ ମୁଣ୍ଡରେ ଢାଳି ଦେଇଛନ୍ତି। ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କୋର୍ଟର ଏହି ଦାବିକୁ ଭୁଲ ବୋଲି ଦର୍ଶାଇଛନ୍ତି। ଏବେ ସିବିଆଇର ଏହି ଦାବିରେ ଆପ୍‌ ନେତା ସଞ୍ଜୟ ସିଂହଙ୍କର ବୟାନ ଆସିଛି। ସେ କହିଛନ୍ତି କି, ସିବିଆଇ ମିଛ କହୁଛି। ଏହାସହ ସେ କହିଛନ୍ତି କି, ବିଚାରପତିଙ୍କ କହିବାନୁସାରେ, କେଜ୍ରିୱାଲ ଏମିତି କହି ନାହାନ୍ତି।

ଆପ୍‌ ସାଂସଦ ସଞ୍ଜୟ ସିଂହ କହିଛନ୍ତି , ସିବିଆଇ ମିଛ କହୁଛି। ସେ କୋର୍ଟରେ ବିଚାରପତିକୁ ନିଜର ଏକ୍ସର ପୋଷ୍ଟରେ କୋଟ୍‌ କରି ଲେଖିଛନ୍ତି, ବିଚାରପତି କହିଛନ୍ତି କି, ମୁଁ ଷ୍ଟେଟମେଣ୍ଟ ପଢିଛି ଏବଂ ମୁଁ ନିଜେ କହୁଛି କି, କେଜ୍ରିୱାଲ ଏମିତି କହି ନାହାନ୍ତି। ସିବିଆଇର ଓକିଲ ମଧ୍ୟ ମାନିଛନ୍ତି। ଉଲ୍ଲେଖନୀୟ ଯେ, ସିବିଆଇ ଦାବି କରିଛି କି, କେଜ୍ରିୱାଲ ମାନୁଛନ୍ତି କି ବିଜୟ ନାୟର ତାଙ୍କ ଅଧିନରେ କାମ କରୁଥିଲେ। ଏହାସହ ସେ ସବୁ ଦାୟିତ୍ୱ ସିସୋଦିଆଙ୍କ ଉପରେ ଲଦି ଦେଇଛନ୍ତି। 

ଆପ୍‌ ଅଭିଯୋଗ କରିଛି କି, ଯେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟରୁ ଜାମିନ ମିଳିବାର ପୂର୍ଣ୍ଣ ସମ୍ଭାବନା ଥିଲା , ସେତେବେଳେ ବିଜେପି ବିଚଳିତ ହୋଇଗଲା । ଏକ ଫେକ୍‌ ମାମଲାରେ ତାଙ୍କୁ ସିବିଆଇ ଦ୍ୱାରା ଗିରଫ କରାଗଲା । ଏହା ପୂର୍ବରୁ ବୁଧବାର ଦିଲ୍ଲୀର ଏକ ଅଦାଲତ ସିବିଆଇକୁ ଅବକାରୀ ନୀତି ମାମଲାରେ କେଜ୍ରିୱାଲଙ୍କୁ ଔପଚାରିକ ରୂପେ ଗିରଫ କରିବାର ଅନୁମତି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.