ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ବାଇକକୁ ପଛରୁ ପିଟିଲା ଆଉ ଏକ ବାଇକ, ଦୁଇ ଚାଳକ ଗୁରୁତର

Published By : Prameya | March 25, 2024 5:41 PM

ଭୁବନ, ୨୫।୩ :  ବାଇକର ପଛପଟୁ ପିଟିହେଲା ଆଉ ଏକ ବାଇକ। ଏଥିରେ  ଦୁଇ ବାଇକ ଚାଳକ ଗୁରୁତର ହୋଇଛନ୍ତି । ଏପରି ଘଟଣା   ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩  ବାଟ ତାରିଣୀଛକ ନିକଟରେ ଘଟିଛି । 

ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ଗ୍ରାମର କ୍ଷେତ୍ରବାସୀ ଷଣ୍ଢ ( ୬୮)  ଙ୍କୁ ତାଙ୍କ ସହକର୍ମୀ ରଙ୍ଗିଲା ହୋଟେଲ ପାଖରେ ଦେଖା କରିବାକୁ ଡାକିଥିଲେ । ମାତ୍ର କ୍ଷେତ୍ରବାସୀ ରଙ୍ଗିଲା ହୋଟେଲ ଜାଣି ନପାରି ସାମାନ୍ୟ ଆଗକୁ ପଳାଇଯାଇଥିଲେ। ଆଗକୁ ପଳାଇଯିବାର ଦେଖି ତାଙ୍କ ସହକର୍ମୀ ତାଙ୍କୁ ଫୋନ୍ କରି କହିଥିଲେ । କ୍ଷେତ୍ରବାସୀ ହଠାତ୍ ଗାଡିକୁ ବାଟତାରିଣି ଛକ ନିକଟରେ ବୁଲାଇ ଦେଇଥିଲେ । ଏହି ସମୟରେ ପଛପଟରୁ ଭୁବନ ବ୍ଲକ ଅନ୍ତର୍ଗତ ଜୀରାଳ ଗ୍ରାମର ରାକେଶ ସାହୁ (୩୨) ବ ଡ଼ୁବୁରୀ ଟାଟା ଷ୍ଟିଲରୁ ଡ୍ୟୁଟି ସାରି ଫେରିବା ସମୟରେ କ୍ଷେତ୍ରବାସୀଙ୍କ ଗାଡିକୁ ନିଜ ବାଇକରେ ଧକ୍କା ଦେଇଥିଲେ ।ଘଟଣା ସ୍ଥଳରେ ଦୁଇଜଣ ଗାଡିରୁ ଛିଟିକି ପଡିଥିଲେ । ତେବେ ସ୍ଥାନୀୟ ଲୋକେ ଭୁବନ ଦମକଳ ବାହିନୀକୁ ଖବର ଦେବାରୁ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି କ୍ଷେତ୍ରବାସୀ ଏବଂ ରାକେଶକୁ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ରାକେଶ ଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ କ୍ଷେତ୍ରବାସୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।

ଆହୁରି ପଢନ୍ତୁ : ହୋଲିରେ ଅଘଟଣ ରୋକିବାକୁ ପଦକ୍ଷେପ, ଭୁବନେଶ୍ୱର ଉପକଣ୍ଠ ନଦୀ ତୁଠରେ ରହିବେ ଅଗ୍ନିଶମ କର୍ମଚାରୀ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.