ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ବାଂଲାଦେଶ ପରେ ଭାରତ ଉପରେ ଏବେ ନଜର, ପାକିସ୍ତାନୀ ଆତଙ୍କୀ କରୁଛନ୍ତି ବଡ଼ ଷଡଯନ୍ତ୍ର

ନୂଆଦିଲ୍ଲୀ,୧୨।୮:  ବାଂଲାଦେଶରେ ରାଜନୈତିକ ଅସ୍ଥିରତାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି। ଗୋଟିଏ ପଟେ ସୀମାରେ ଚ୍ୟାଲେଞ୍ଜ ବଢିଥିବା ବେଳେ ଅନ୍ୟ ପଟେ ଏହି ଘଟଣା ପରେ ଆତଙ୍କବାଦୀ ସଂଗଠନର ସକ୍ରିୟ ହେବାର ଆଶଙ୍କା ମଧ୍ୟ ବଢିଛି। ଏହା ଏଥିପାଇଁ କୁହାଯାଉଛି ଯେ ବାଂଲାଦେଶର ଶେଖ ହସିନା ସରକାରଙ୍କ ବିରୋଧରେ ଛାତ୍ରମାନେ ପରିବେଶ ସୃଷ୍ଟି କରିଛନ୍ତି। କିନ୍ତୁ ସମସ୍ତ ଗୁଇନ୍ଦା ରିପୋର୍ଟରେ ଜଣାଯାଇଛି ଯେ ଏହି ହିଂସା ପଛରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଥିଲେ, ଯାହାର ଷଡଯନ୍ତ୍ର ବାଂଲାଦେଶୀ ହିନ୍ଦୁମାନଙ୍କ ବିରୁଦ୍ଧରେ ଥିଲା। 

ରିପୋର୍ଟ ଅନୁସାରେ, ପାକିସ୍ତାନ ସ୍ଥିତ ଲଶ୍କର-ଇ-ତୋଇବା (ଏଲଇଟି) ଭାରତର ପୂର୍ବତ୍ତର ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ବାଂଲାଦେଶର ଅନସରୁଲ୍ଲା ବଙ୍ଗଳା ଦଳ (ଏବିଟି) ସହ ମିଶିଥିଲା। ଗୁଇନ୍ଦା ସୂଚନାରୁ ଜଣାପଡିଛି ଯେ, ପାକିସ୍ତାନର ଇଣ୍ଟର-ସର୍ଭିସେଜ୍ ଇଣ୍ଟେଲିଜେନ୍ସ(ଆଇଏସ୍ଆଇ)ବାଂଲାଦେଶରେ ହୋଇଥିବା ଏହି ପରିବର୍ତ୍ତନରେ ପାକିସ୍ତାନର  ଆଇଏସ୍ଆଇର ଏକ ପ୍ରମୁଖ ଭୂମିକା ରହିଛି। ଏଥିରେ ଜମାତ-ଇ-ଇସଲାମି ଏବଂ ଏବିଟି ସମେତ ଲସ୍କର ମଧ୍ୟରେ  ୨୦୨୨ ରେ ସହମତି ହୋଇଥିଲା। ଏହାର ଅର୍ଥ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ଥିଲା।

ରିପୋର୍ଟରୁ ଜଣାପଡିଛି ଯେ, ତ୍ରିପୁରାରେ ମସଜିଦକୁ କ୍ଷତି କରିବାକୁ ଲସ୍କର ଓ ଏବିଟି ଏହି ମେଣ୍ଟ କରିଥିଲା।୨୦୨୨ ରେ ଗୁଇନ୍ଦା ଇନପୁଟ୍‌ରୁ ସଙ୍କେତ ମିଳିଥିଲା ଯେ, ପ୍ରାୟ ୫୦ ରୁ ୧୦୦ ଏବିଟି କ୍ୟାଡର ତ୍ରିପୁରାରେ ଅନୁପ୍ରବେଶ କରିବାର ଯୋଜନା କରୁଥିଲେ। କିନ୍ତୁ ଏଥିରୁ କିଛି ଲୋକଙ୍କୁ ଗିରଫ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.