ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କ୍ରିଉ ସଦସ୍ୟଙ୍କ ବରଖାସ୍ତ ନିଷ୍ପତ୍ତି ପ୍ରତ୍ୟାହାର କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ: କ୍ୟାବିନ କ୍ରିଉ ମେମ୍ବରଙ୍କୁ ବରଖାସ୍ତ କରିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇଛି ଏୟାର ଇଣ୍ଡିଆ ଏକ୍ସପ୍ରେସ। ଏହା ସହ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର କ୍ୟାବିନ କ୍ରିଉ ଆନ୍ଦୋଳନ ମଧ୍ୟ ସ୍ଥଗିତ ହୋଇଛି । ତେବେ କମ୍ପାନୀର ପ୍ରାୟ ୩ଶହ କର୍ମଚାରୀ ଏକାଠି ଛୁଟିରେ ଚାଲିଯିବା ହେତୁ ଘୋର ସମସ୍ୟା ସୃଷ୍ଟି ହୋଇଥିଲା। ଛୁଟିରେ ଯାଇଥିବା ୩ ଶହ କର୍ମଚାରୀଙ୍କ ମଧ୍ୟରୁ ୩୦ ଜଣଙ୍କୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ବରଖାସ୍ତ କରିଥିଲା । ହେଲେ ଏହାକୁ ବିରୋଧ କରି କ୍ୟାବିନ କ୍ରିଉ ସଦସ୍ୟମାନେ ବିକ୍ଷୋଭ ଆରମ୍ଭ କରିଥିଲେ। ଏହାପରେ ମୁଖ୍ୟ ଶ୍ରମ କମିଶନରଙ୍କ ପରାମର୍ଶକ୍ରମେ କମ୍ପାନୀ କର୍ତ୍ତୃପକ୍ଷ ବିକ୍ଷୋଭକାରୀଙ୍କୁ ଭେଟିଥିଲେ। 

ଏହାପରେ ବରଖାସ୍ତ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଛି। ସେପଟେ କ୍ୟାବିନ କ୍ରିଉ ସଦସ୍ୟମାନେ ଆନ୍ଦୋଳନ ସ୍ଥଗିତ କରିଥିବା ଜଣାପଡ଼ିଛି । ବିନା ନୋଟିସରେ କର୍ମଚାରୀମାନେ ଛୁଟି ନେଇ ଯାଇଥିବାରୁ କମ୍ପାନୀ ବାଧ୍ୟ ହୋଇ ମଙ୍ଗଳବାର ପ୍ରାୟ ୧୦୦ଟି ବିମାନର ଉଡ଼ାଣ ବାତିଲ କରିଥିଲା। କମ୍ପାନୀ ବ୍ୟାପକ କ୍ଷତି ସହିବାରୁ ବିନା ନୋଟିସରେ ଛୁଟିରେ ଥିବା ୩୦ ଜଣ କର୍ମଚାରୀଙ୍କୁ ବରଖାସ୍ତ କରିଥିଲା।

ଏଥିସହ ଛୁଟିରେ ଥିବା ବାକି କର୍ମଚାରୀଙ୍କୁ ଦିନ ଗତାକଲି (ଗୁରୁବାର) ୪ଟା ସୁଦ୍ଧା କାମରେ ଯୋଗ ଦେବାକୁ ସମୟ ଦେଇଥିଲା। ଯଦି କେହି ଛୁଟିରେ ରହିବେ, ତା’ହେଲେ ସେମାନଙ୍କୁ ମଧ୍ୟ ବରଖାସ୍ତ କରାଯିବ ବୋଲି ମ୍ୟାନେଜମେଣ୍ଟ ଚେତାବନୀ ଦେଇଥିଲା। ଗତାକଲି ସନ୍ଧ୍ୟାରେ ବରଖାସ୍ତ ନିଷ୍ପତ୍ତି ପ୍ରତ୍ୟାହାର ହୋଇଥିଲେ ହେଁ ଆଜି କମ୍ପାନୀ ୮୫ଟି ବିମାନର ଉଡ଼ାଣ ବାତିଲ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.