ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

କୋଚିରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବମ୍ ଧମକ, ଗିରଫ ହେଲା ସନ୍ଦିଗ୍ଧ

ନୂଆଦିଲ୍ଲୀ,୨୫।୬:  ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବିମାନକୁ ମଙ୍ଗଳବାର ବୋମା ଧମକ। ବହୁ ଖୋଜାଖୋଜି ପରେ ବିମାନରେ ମିଳିନଥିଲା କୌଣସି ସନ୍ଦେହଜନକ ବସ୍ତୁ। ତେବେ   ଧମକପୂର୍ଣ୍ଣ କଲ କରିବା ସନ୍ଦେହରେ ଅଧିକାରୀମାନେ କୋଚି ବିମାନବନ୍ଦରରେ ସନ୍ଦିଗ୍ଧକୁ ଗିରଫ କରିଛନ୍ତି।  

କୋଚି ଏୟାରପୋର୍ଟର ମୁଖପାତ୍ରଙ୍କ କହିବା ଅନୁସାରେ, ବିମାନ ଏଆଇ ୧୪୯ରେ ବମ୍ ଥିବାର ଧମକ ମୁମ୍ବାଇ ଏୟାର ଇଣ୍ଡିଆ କଲ୍‌ ସେଣ୍ଟରକୁ ମିଳିଥିଲା। ବିମାନ କୋଚିରୁ ଲଣ୍ଡନ ଗେଟାଓ୍ବିକ ଯାଉଥିଲା। କୋଚି ଏୟାରପୋର୍ଟ ଓ ଏୟାର ଇଣ୍ଡିଆକୁ ଆର୍ଲଟରେ ରଖାଯାଇଛି। ଏହାର ଯାଞ୍ଚ ପାଇଁ ତୁରନ୍ତ ଏକ ଟିମ୍ ଗଠନ କରାଯାଇଥିଲା।’

ଏୟାରପୋର୍ଟ ସୁରକ୍ଷା ଗ୍ରୁପ୍‌, ଏୟାରଲାଇନ୍ସ ସୁରକ୍ଷା କର୍ମଚାରୀ ଓ ଇନଲାଇନ୍ ବ୍ୟାଗେଜ୍ ସ୍କ୍ରିନିଂ ସିଷ୍ଟମ ଦ୍ବାରା ଯାଞ୍ଚ କରାଯାଇଛି। ବିମାନକୁ ଏକ ଅଲଗା ପାର୍କିଂ ସ୍ଥାନକୁ ନେଇ ଯାଇ ତଲାସୀ ନିଆଯାଇଥିଲା। ଉଲ୍ଲେଖନୀୟ ଯେ, ଚେକ୍ ଇନ୍‌ ପକ୍ରିୟା ସକାଳ ୧୦ଟା ୩୦ ମିନିଟ୍‌ରେ ଶେଷ ହୋଇଯାଇଥିଲା ଓ ବିମାନ ନିଜର ନିର୍ଦ୍ଧାରିତ ସମୟ ୧୧ଟା ୫୦ ମିନିଟ୍‌ରେ ଉଡାଣ କରିବାର ଥିଲା। ଯାଞ୍ଚ ବେଳେ ଫୋନ୍ କରି ଧମକ ଦେଇଥିବା ୨୯ ବର୍ଷୀ ସୁହୈବକୁ ଗିରଫ କରାଯାଇଥିଲା।ସୁହୈବ ନିଜ ପତ୍ନୀ ଓ ପିଲାଙ୍କ ସହ ସେହି ସମାନ ବିମାନରେ ଲଣ୍ଡନ ଯାଉଥିଲା। କୋଚି ଏୟାରପୋର୍ଟରେ ଚେକଇନ୍ କରୁଥିବା ବେଳେ ସୁରକ୍ଷାକର୍ମୀମାନେ ଧରି ନେଇଥିଲେ।ମାମଲାର ଯାଞ୍ଚ ପାଇଁ ତାକୁ ତୁରନ୍ତ ପୋଲିସ କଷ୍ଟଡିରେ ଦିଆଯାଇଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.