ନୂଆଦିଲ୍ଲୀ,୨୦।୧୧: ରବିବାର ରାତିରେ କ୍ରିକେଟ୍ ବିଶ୍ୱକପ୍ ୨୦୨୩ ସମାପନ ହୋଇଛି। ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରି ଷଷ୍ଠ ଥର ବିଶ୍ୱକପ ଜିତିଛି। ଏହା ସହିତ ଭାରତ ତୃତୀୟ ଥର ବିଶ୍ୱକପ ଜିତିବା ଆଶା କରୁଥିବା କୋଟି କୋଟି ଲୋକଙ୍କ ହୃଦୟ ମଧ୍ୟ ଭାଙ୍ଗି ଯାଇଥିଲା। ଏହି ସମୟ ମଧ୍ୟରେ ଅହମ୍ମଦାବାଦରେ ମ୍ୟାଚ୍ ଦେଖୁଥିବା ଲୋକଙ୍କ ଆଗମନ ଯୋଗୁଁ ହୋଟେଲ, ରେଷ୍ଟୁରାଣ୍ଟ, ଟ୍ୟାକ୍ସି ଏବଂ ବିମାନ ଶିଳ୍ପ ବହୁ ଲାଭବାନ ହୋଇଥିଲେ। ଚାହିଦା ବୃଦ୍ଧି ହେତୁ ଏୟାରଲାଇନ୍ସ କମ୍ପାନୀ ଗୁଡିକ ହୋଇଛନ୍ତି ମାଲାମାଲ୍। ଶନିବାର ଠାରୁ ଭଡା ବହୁଗୁଣ ବୃଦ୍ଧି ପାଇଥିଲା ଏବଂ ଦେଶର ପ୍ରାୟ ସମସ୍ତ ବଡ ସହର ତୁଳନାରେ ଅହମ୍ମଦାବାଦରେ ଭଡା ଆକାଶଛୁଆଁ ହେବା ଆରମ୍ଭ କଲା। ଶନିବାର ଦିନ ଦେଶର ପ୍ରାୟ ୪.୬ ଲକ୍ଷ ଲୋକ ବିମାନ ଯାତ୍ରା କରିଥିବା ରେକର୍ଡ ହୋଇଛି।
ବିଶ୍ୱକପ ଟ୍ରଫି ଉପରେ ଗୋଡ଼ ଥୋଇ ଫଟୋ ଉଠାଇଲେ ମିଚେଲ ମାର୍ଶ
ବିଶ୍ୱକପ୍ ଫାଇନାଲ୍ ଶେଷ ହେବା ପରେ ଘରକୁ ଫେରୁଥିବା ଲୋକଙ୍କୁ ମଧ୍ୟ ମହଙ୍ଗା ବିମାନ ଟିକେଟ କିଣିବାକୁ ପଡିବ। ଅହମ୍ମଦାବାଦର ବିଭିନ୍ନ ସହର ପାଇଁ ଅନଲାଇନରେ ଟିକେଟ ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ ସବୁ ସ୍ଥାନରେ ମୂଲ୍ୟ ବହୁତ ଅଧିକ ବୋଲି କୁହାଯାଉଛି। ୨୦ ନଭେମ୍ବର ଅହମ୍ମଦାବାଦରୁ ଦିଲ୍ଲୀ ପର୍ଯ୍ୟନ୍ତ ଟିକେଟର ମୂଲ୍ୟ ପ୍ରାୟ ୨୪ ରୁ ୪୦ ହଜାର ଟଙ୍କା ରହିଛି।
ଜାଡେଜାଙ୍କ ସହ ହାତ ମିଳାଇଲେ.,ଶାମୀଙ୍କୁ ଆଲିଙ୍ଗନ କଲେ ପିଏମ୍ ମୋଦୀ
ସେହିଭଳି ଅହମ୍ମଦାବାଦରୁ ମୁମ୍ବାଇ ଅଭିମୁଖେ ଯାଉଥିବା ବିମାନ ଟିକେଟର ମୂଲ୍ୟ ୨୫ ରୁ ୩୬ ହଜାର ମଧ୍ୟରେ ରହିଛି। କୋଲକାତା ବିମାନ ଟିକେଟ ୩୮ ରୁ ୪୯ ହଜାର ଟଙ୍କାରେ ପହଞ୍ଚିଛି। ବିମାନ ସେବା ବେଙ୍ଗାଲୁରୁ ପାଇଁ ପ୍ରାୟ ୩୧ ରୁ ୫୧ ହଜାର ଏବଂ ହାଇଦ୍ରାବାଦ ପାଇଁ ୩୦ ରୁ ୪୩ ହଜାର ଟଙ୍କା ରହିଛି।