ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦେଶର ୧୩ ନଦୀରେ ପାଣି ନାହିଁ, ଖରାଦିନ ଆରମ୍ଭ ହେଉ ହେଉ ହ୍ରାସ ପାଇଛି ଜଳସ୍ତର

ନୂଆଦିଲ୍ଲୀ,୨।୪:  ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁ, ପେନ୍ନାର, ନର୍ମଦା, ତାପି, ସାବରମତି, ଗୋଦାବରୀ, ମହାନଦୀ, କାବେରୀ ସହିତ ଦେଶର ୧୩ଟି  ନଦୀରୁ ଦୃତ ଗତିରେ ଜଳସ୍ତର ହ୍ରାସ ପାଉଛି। ଗତ ବର୍ଷ ତୁଳନାରେ ଏହି ନଦୀରେ ପାଣି ଖୁବ୍ କମ୍ ପ୍ରବାହିତ ହେଉଛି। ଏଥର ଗରମ ବହୁତ ଅଧିକ ପଡିବ। ଯେଉଁ ପର୍ଯ୍ୟନ୍ତ ବର୍ଷା ହେବ, ସେ ପର୍ଯ୍ୟନ୍ତ ଦେଶରେ ପାଣିକୁ ନେଇ ହାହାକାର ଦେଖିବାକୁ ମିଳିବ। ତେବେ ଚିନ୍ତା ଏବେ ଗଙ୍ଗା ନଦୀକୁ ନେଇ ରହିଛି। ଯାହାକି ୧୧ ରାଜ୍ୟର ୨.୮୬ ଲକ୍ଷ ଗାଁକୁ ଜଳସେଚନ ଓ ପିଇବାକୁ ପାଣି ଦେଇଥାଏ।

କେନ୍ଦ୍ରୀୟ ଜଳ ଆୟୋଗ (CWC) ବିଶ୍ଲେଷଣ ପରେ ଏହି କଥା ସାମନାକୁ ଆସିଛି। ଭାରତର ୧୫୦ ପ୍ରମୁଖ ଜଳାଶୟରେ ପାଣି ଜମା କରିବାର ତାଙ୍କର ମୋଟ କ୍ଷମତାଠାରୁ ୩୬% କମ୍ ପାଣି ରହିଛି। ୮୬ ଜଳାଶୟରେ ପାଣି ୪୦% କିମ୍ବା ତାଠାରୁ କମ୍ ପାଣି ରହିଛି। ୨୮ ମାର୍ଚ୍ଚରେ ଜାରି  CWCର ବୁଲେଟିନ୍‌ ଅନୁସାରେ, ଅଧିକାଂଶ ଜଳାଶୟ ଦକ୍ଷିଣ ରାଜ୍ୟ, ମହାରାଷ୍ଟ୍ର ଓ ଗୁଜରାଟରରେ ରହିଛି। 

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ୧ ମାର୍ଚ୍ଚ ୨୦୨୪ରେ ବର୍ଷାର ଖୁବ୍ ଅଧିକ ଅଭାବ ଦେଖିବାକୁ ମିଳିଛି। ଆନ୍ଧ୍ରରେ ୬୫ ଓ ତେଲେଙ୍ଗାନାରେ ୬୭ % ଅଭାବ ଦେଖିବାକୁ ମିଳିଛି। ଆମର ନଦୀ ଜଳସେଚନ, ପିଇବା ପାଇଁ ପାଣି ଦେଇଥାଏ। ଟ୍ରାନ୍ସପୋର୍ଟ ଓ ବିଜୁଳି ଉତ୍ପାଦନରେ ସାହାଯ୍ୟ କରିଥାଏ। ଏଥିରେ ସାମାଜିକ-ଆର୍ଥିକ ବିକାଶ ହୋଇଥାଏ।

CWC ପାଖରେ ୨୦ ନଦୀର ବାସିନ୍ ଡାଟା ରହିଛି। ଅଧିକାଂଶ ବାସିନ୍‌ରେ ୪୦% ଷ୍ଟୋରେଜ୍ କ୍ଷମତା ରେକର୍ଡ କରାଯାଇଛି। ୧୨ ନଦୀର ବାସିନ୍‌ରେ ପାଣି ଷ୍ଟୋରେଜ୍‌ ଗତ ବର୍ଷ ତୁଳନାରେ କମ୍ ରହିଛି। କାବେରୀ, ପେନ୍ନାର ଓ କନ୍ୟାକୁମାର ଭିତରେ ପୂର୍ବ ଆଡକୁ ବୋହୁଥିବା ନଦୀ ସବୁଠାରୁ ଅଧିକ କ୍ଷତି ସହୁଛି। ଏହାର ଷ୍ଟୋରେଜ୍ ବହୁତ କମ୍। ଗଙ୍ଗା ନଦୀର ବାସିନ୍‌ରେ ପାଣି ଅଧାରୁ କମ୍ ରହିଛି। ସେଭଳି ନର୍ମଦାରେ ୪୬% କମ୍ ପାଣି ରେକର୍ଡ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.