ଭୁବନେଶ୍ବର,୨୦।୩ ଲଗାଣ ବର୍ଷା ଓ କାଳୁଆ ପାଗ ଯୋଗୁ ରାଜଧାନୀ ଭୁବନେଶ୍ବରରେ ତାପମାତ୍ର ସର୍ବକାଳନୀ ରେକର୍ଡ ଭାଙ୍ଗିଛି। ୧୯୭୦ ମସିହା ମାର୍ଚ୍ଚ ମାସ ୬ ତାରିଖର ସବୁଠାରୁ କମ ସର୍ବୋଚ୍ଚ ତାପମାତ୍ରା ୨୪.୩ ଡ଼ିଗ୍ରୀ ରେକର୍ଡକୁ ଭଙ୍ଗ ହୋଇଛି। ୨୦୨୪ ମାର୍ଚ୍ଚ ୨୦ ରେ ସର୍ବୋଚ୍ଚ ଦିନ ତାପମାତ୍ରା ୧୯.୨ ଡ଼ିଗ୍ରୀ ରେକର୍ଡ କରାଯାଇଛି। ୧୯୫୨ ରୁ ୨୦୨୪ ମସିହା ମାର୍ଚ୍ଚ ମାସର ସର୍ବୋଚ୍ଚ ଦିନ ତାପମାତ୍ରା ସବୁଠାରୁ କମ ଆଜି ରେକର୍ଡ ହୋଇଛି।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ୮ଟି ସହରରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ସର୍ବାଧିକ ବର୍ଷା ଢେଙ୍କାନାଳ ଜିଲ୍ଲା ଗଦିଆଁଠାରେ ୭୨.୨ ଓ ଭୁବନଠାରେ ୭୨ ମିମି ବର୍ଷା ହୋଇଛି। ରାଜ୍ୟରେ ହାରହାରି ୨୫.୨ ମିଲିମିଟର ବର୍ଷା ହୋଇଚି ଯାହା ସ୍ୱାଭାବିକ ବର୍ଷା 0.୬ ମିଲିମିଟର ତୁଳନାରେ ୩୮୯୬% ଅଧିକ ରହିଛି।
ଆହୁରି ପଢନ୍ତୁ : ଚା’ ପିଉଥିଲେ, ବାଇକ ଡିକି ଭାଙ୍ଗି ୫ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ