ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର ହଷ୍ଟେଲ ନିର୍ମାଣରେ ବିଳମ୍ବ ଅଭିଯୋଗ , ଠିକା ସଂସ୍ଥା ପାଚେରୀ ଭାଙ୍ଗିବାରୁ ଅସୁରକ୍ଷିତ ହଷ୍ଟେଲର ଛାତ୍ରୀ

ଫିରିଙ୍ଗିଆ,୨୩/୮ :   ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟର ନୂତନ ହଷ୍ଟେଲ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ବହୁ ବିଳମ୍ବ ହେଉଥିବା ଅଭଯୋଗ ହୋଇଛି  I ସୂଚନା ଅନୁସାରେ ଏହି ଆବାସିକ ବିଦ୍ୟାଳୟରେ ପ୍ରାୟ ଶହେ ଜଣ ଛାତ୍ରୀ ରହୁଥିବାବେଳେ ଶହେ ଶଯ୍ୟା ବିଶିଷ୍ଟ ପୁରୁଣା ହଷ୍ଟେଲ ମଧ୍ୟ୍ୟ ରହିଛି  I ଯାହାକି ବିଲ୍ଡିଂ ବର୍ତ୍ତମାନ ଅସୁରକ୍ଷିତ ହୋଇପଡିଥିବାବେଳେ ଛାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି  I 

ଏହାକୁ ନେଇ ବାରମ୍ବର ଅଭଯୋଗ ହେବା ପରେ ଓଡିଶା ସରକାରଙ୍କ ଶିକ୍ଷାବିଭାଗ ଅଧୀନରେ ଥିବା ସର୍ବଶିକ୍ଷା ଅଭିଯାନ ଦ୍ୱାରା ଏହି ବିଦ୍ୟାଳୟ ପରିସରରେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ନୂତନ ହଷ୍ଟେଲ ବିଲ୍ଡିଂ ନିର୍ମାଣ ପାଇଁ ଅନୁମୋଦନ ମଧ୍ୟ୍ୟ ହୋଇଛି  I ଦୀର୍ଘ ୨ବର୍ଷରୁ ଅଧିକ ସମୟ ହେବ ଏହି ହଷ୍ଟେଲ ନିର୍ମାଣ ପାଇଁ ଟେଣ୍ଡର ମଧ୍ୟ୍ୟ ହୋଇସାରିଥିବାବେଳେ ଏହାକୁ ଜଣେ ଠିକାଦାର ଟେଣ୍ଡର ପରେ ନିର୍ମାଣ ଦାୟିତ୍ୱ ନେଇଛନ୍ତି I କିନ୍ତୁ ଟେଣ୍ଡର ହେବାର ୨ ବର୍ଷରୁ ଅଧିକ ସମୟ ହୋଇଥିବାବେଳେ ଏହି ହଷ୍ଟେଲ ନିର୍ମାଣ କାମ ବର୍ତ୍ତମାନ ସୁଧା ଆରମ୍ଭ ହୋଇନାହିଁ I ଅନ୍ୟପଟେ ସମ୍ପୃକ୍ତ ଠିକାଦାର ଜଣକ ନିର୍ମାଣ କାମ ପାଇଁ କଞ୍ଚାମାଲ ଭିତରକୁ ନେବା ଆଣିବା ପାଇଁ ହଷ୍ଟେଲ ପାଚେରୀକୁ ଭାଙ୍ଗି ଦେଇଥିବାବେଳେ କାମ ଆରମ୍ଭ ହୋଇନଥିବାରୁ ହଷ୍ଟେଲରେ ରହିଥିବା ଅନ୍ତେବାସୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି I ଏହି ଘଟଣାକୁ ନେଇ ହଷ୍ଟେଲ କର୍ତ୍ତୃପକ୍ଷ ବାରମ୍ବାର ବିଭାଗୀୟ ଅଧିକାରୀମାନଙ୍କୁ ଲିଖିତ ଓ ମୌଖିକ ଭାବରେ ବହୁବାର ଅଭଯୋଗ ମଧ୍ୟ୍ୟ କରିଆସୁଛନ୍ତି I 

ତଥାପି ପାଚେରୀ ଭାଙ୍ଗିବାର ୩ ମାସରୁ ଅଧିକ ସମୟ ହେବ ହଷ୍ଟେଲ ନିର୍ମାଣ କାମ ଆରମ୍ଭ ହୋଇପାରିନାହିଁ I ଅନ୍ୟପଟେ ଏହି କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର ପାଚେରୀ ଭାଙ୍ଗିବାରୁ ଛାତ୍ରୀମାନେ ନିଜକୁ ଅସୁରକ୍ଷିତ ମନେ କରୁଥିବାବେଳେ ଅଞ୍ଚଳରେ ମଦୁଆଙ୍କ ଦୌରାତ୍ମ୍ୟ ବଢିବା ସହ ସଦାସର୍ବଦା ଛାତ୍ରୀମାନଙ୍କ ସୁରକ୍ଷାକୁ ନେଇ ମଧ୍ୟ୍ୟ ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ସେପଟେ ହଷ୍ଟେଲ ବିଲ୍ଡିଂ ନିର୍ମାଣରେ ବିଳମ୍ବ ହେଉଥିବା ବିଷୟରେ ଦାୟିତ୍ୱରେ ଥିବା ବିଭାଗର କନିଷ୍ଠ ଯନ୍ତ୍ରୀ ସନ୍ୟାସୀ ବାରିକଙ୍କୁ ପଚାରିବାରୁ ଘଟଣାକୁ ସ୍ୱୀକାର କରିବା ସହ ସମ୍ପୃକ୍ତ ଠିକାଦାରଙ୍କୁ କାମ ଆରମ୍ଭ କରିବା ପାଇଁ ବାରମ୍ବାର କୁହାଯାଉଥିଲେ ମଧ୍ୟ ଠିକାଦାର ଜଣକ ବିଭିନ୍ନ ବାହାନା କରି ଠକି ଚାଲିଥିବା କହିଛନ୍ତି I 

ଅନ୍ୟପଟେ ଠିକାଦାର ଜଣକ ବିଭାଗୀୟ ଅଧିକାରୀମାନଙ୍କ କଥାକୁ ମଧ୍ୟ୍ୟ ଗୁରୁତ୍ୱ ଦେଉ ନଥିବା ବେଳେ ହଷ୍ଟେଲ ନିର୍ମାଣ ବିଳମ୍ବ ହେଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି I ସେପଟେ କାମ ଟିକୁ ଶୀଘ୍ର ଆରମ୍ଭ କରିବା ପାଇଁ ଅଞ୍ଚଳରେ ଏବଂ ଅଭିଭାବକ ମହଲରେ ଦାବି ହେଉଛି I

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.