ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ମାଲବାହୀ ଜାହାଜ ସହ ସମୁଦ୍ରରେ ବୁଡି ଯାଉଥିଲେ ୧୧ ଜଣ, ସାହାସର ସହ ଉଦ୍ଧାର କଲେ ଭାରତୀୟ ତଟରକ୍ଷୀ ବାହିନୀ

ନୂଆଦିଲ୍ଲୀ,୨୬।୮: ଭାରତୀୟ ତଟରକ୍ଷୀ ବାହିନୀ(ଆଇସିଜି)ର କମାଲ। ରାତିର ଅନ୍ଧାରରେ ବଙ୍ଗୋପ ସାଗରରୁ ଉଦ୍ଧାର କରିଛି ଏକ ମାଲବାହୀ ଜାହାଜ ଏହା ସହ ପାଣି ଭିତରୁ ୧୧ ଜଣଙ୍କ ଜୀବନ ବଞ୍ଚାଇବାରେ ହୋଇଛି ସଫଳ। ଏହି ଅଭିଯାନ ଆଇସିଜି ପାଇଁ ଖୁବ୍ ଚ୍ୟାଲେଞ୍ଜିଂ ଥିଲା, ତେବେ ସଫଳତାର ସହ ପୁରା କରିପାରିଛି।

ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ମୁମ୍ବାଇରେ ପଞ୍ଜିକୃତ ଏକ ମାଲବାହୀ ଜାହାଜ କୋଲକାତାର ପୋର୍ଟ ବ୍ଲେୟାର ଯାଉଥିଲା। ଏହି ସମୟରେ ପଶ୍ଚିମବଙ୍ଗର ସାଗର ଦ୍ବୀପରୁ ପ୍ରାୟ ୯୦ ସମୁଦ୍ର ମାଇଲ ଦକ୍ଷିଣରେ ବୁଡି ଯାଇଥିଲା। କୋଲକାତାରେ ଆଇସିଜିର ଆଞ୍ଚଳିକ ମୁଖ୍ୟାଳୟ(ଉତ୍ତର ପୂର୍ବ) ତୁରନ୍ତ ଦୁଇଟି ଆଇସିଜି ଜାହାଜ ଓ ଏକ ଡୋର୍ନିୟର ବିମାନକୁ ଘଟଣାସ୍ଥଳକୁ ପଠାଇଛି। ଉନ୍ନତ ରାତ୍ରିକାଳୀନ  ସେନ୍ସର ଥିବା ଡୋର୍ନିୟର ବିମାନ ସଙ୍କଟଗ୍ରସ୍ତ ଚାଳକ ଦଳର ଗ୍ରୀନ୍‌ ସିଗନାଲ ଦେଖିଥିଲା। 

ପାଗ ଖରାଥିଲେ ମଧ୍ୟ ଆଇସିଜିର ଜାହାଜ ସାରଙ୍ଗ ଓ ଅମୋଘ ଡୋର୍ନିୟର ବିମାନ ସହ ମିଶି ସମନ୍ବିତ ଜଳମାର୍ଗ ଓ ଆକାଶ ମାର୍ଗରେ ଉଦ୍ଧାର କାର୍ଯ୍ୟ କରିଥିଲା। ଯାହାଫଳରେ ରବିବାର ବିଳମ୍ବିତ ରାତି ଓ ସୋମବାର ଭୋର ଭୋର ସମୟରେ ମାଲବାହୀ ଜାହାଜ ସହ ଚାଳକ ଦଳର ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲା ଆଇସିଜି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.