ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପ୍ରେମିକକୁ ୧୦୮ ଥର ଛୁରି ଭୁସି ହତ୍ୟା କଲା ପ୍ରେମିକା; ତଥାପି ମିଳିଲାନି ସଜ୍ଜା...କାହିଁକି?

Image source: Tv9

ନୂଆଦିଲ୍ଲୀ,୨୬/୦୧: କାଲିଫର୍ନିଆର ଜଣେ ମହିଳା ତାଙ୍କ ପ୍ରେମିକଙ୍କୁ ୧୦୮ ଥର ଛୁରୀ ଭୁସି ହତ୍ୟା କରିଥିଲେ। କୋର୍ଟର ଶୁଣାଣି ପରେ ମହିଳା ଜଣକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ତାଙ୍କୁ ବିଚାରପତି ଦଣ୍ଡମୁକ୍ତ କରିଥିଲେ। ଆମେରିକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳା ଜଣକ କହିଥିଲେ ଯେ, 'ସେ ଯେତେବେଳେ ତାଙ୍କ ପ୍ରେମିକଙ୍କୁ ଛୁରୀଭୁସି ହତ୍ୟା କରିଥିଲେ, ସେତେବେଳେ ସେ ତାଙ୍କ ମାନସିକ ସ୍ଥିତି ହରାଇବସିଥିଲେ, ଏବଂ ସେତେବେଳେ ତାଙ୍କର ନିଜ ଉପରେ କୌଣସି ନିୟନ୍ତ୍ରଣ ନଥିଲା।

୨୦୧୮ରେ ୩୨ ବର୍ଷିୟ ବ୍ରାୟନ ସ୍ପେଜଚର ନିଶାଦ୍ରବ୍ୟର ପ୍ରଭାବରେ ମାନସିକ ଚାପର ପ୍ରଭାବରେ ଚାଡ୍ ଓ’ମେଲିଆଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ ଏବଂ ଅନିଚ୍ଛାକୃତ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତାଙ୍କୁ ଦୁଇ ବର୍ଷର ଦଣ୍ଡାଦେଶ ଏବଂ ୧୦୦ ଘଣ୍ଟା ସମାଜ ସେବା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ନିଜକୁ ମଧ୍ୟ ବାରମ୍ବାର ମାରିଛନ୍ତି ଛୁରୀ: 

ରିପୋର୍ଟ ଅନୁଯାୟୀ, ସୁପ୍ରିମକୋର୍ଟର ବିଚାରପତି ଡେଭିଡ ୱର୍ଲି କହିଛନ୍ତି ଯେ, ଯେତେବେଳେ ମହିଳା ଜଣଙ୍କ ମାନସିକ ଚାପରେ ଆସି ତାଙ୍କ ପ୍ରେମିକଙ୍କୁ ହତ୍ୟା କରିଥିଲେ, ସେତେବେଳେ ତାଙ୍କ କାର୍ଯ୍ୟକଳାପ ଉପରେ କୌଣସି ନିୟନ୍ତ୍ରଣ ନଥିଲା। ଓକିଲଙ୍କ କହିବାନୁସାରେ, ୨୭ ମେ ୨୦୧୮ର ମଧ୍ୟରାତ୍ରିରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ନିଜେ ସ୍ବିକାର କରିଛି ଯେ, ସେ ତାଙ୍କ ପ୍ରେମିକକୁ ୧୦୮ ଥର ଛୁରିଭୁସି ହତ୍ୟା କରିଛି। 

ଖବର ଅନୁଯାୟୀ, ଏକ ଗଞ୍ଜେଇ ଭଳି ନିଶାଦ୍ରବ୍ୟ ଖାଇବା ପରେ ଜଣେ ବ୍ୟକ୍ତି ଏପରି ସ୍ଥିତିରେ ପହଞ୍ଚନ୍ତି ଯେ, ତାଙ୍କ ଉପରେ ନିଜର କୌଣସି ନିୟନ୍ତ୍ରଣ ରହେନାହିଁ। ବିଶେଷଜ୍ଞମାନେ ଏହାକୁ ନିଶାରୁ ସୃଷ୍ଟି ହୋଇଥିବା ମାନସିକ ବିକୃତି ବୋଲି କହିଛନ୍ତି। ତେବେ ନିଜର ମାନସିକ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ପରେ ସ୍ପେଜଚର୍, ଓ’ମେଲିଆଙ୍କୁ ଏକାଧିକ ଥର ଛୁରୀ ଭୁସି ହତ୍ୟା କରିଥିଲେ। 

ଅଦାଲତଙ୍କ ନିଷ୍ପତ୍ତି: 

କୋର୍ଟରେ ସ୍ପେଜଚରଙ୍କ ଓକିଲ ଯୁକ୍ତି କରିଥିଲେ ଯେ, ତାଙ୍କ ମହୋକିଲ ଜଣେ ଅଭିଜ୍ଞ ଧୂମପାନକାରୀ। ଯେତେବେଳେ ପ୍ରଥମ ହିଟ୍‌ରେ ନିଶା ଚଢ଼ିନଥିଲା, ସେତେବେଳେ ସ୍ପେଜଚର ଦ୍ବିତୀୟ ଥର ନିଶା ନେଇଥିଲେ। ଅତ୍ୟଧିକ ମାତ୍ରାରେ ମଦ୍ୟପାନ କରିବା ପରେ ସେ ତାଙ୍କ ପ୍ରେମିକଙ୍କୁ ହତ୍ୟା କରିଥିଲେ। ତମାମ ଘଟଣାରେ କ୍ରୋଧିତ ପୀଡିତାଙ୍କ ପିତା ଶନ୍ ଓ’ମେଲିଆ କହିଛନ୍ତି ଯେ କାଲିଫର୍ନିଆ ରାଜ୍ୟରେ ଗଞ୍ଜେଇ ଟାଣୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କାହାକୁ ହତ୍ୟା କରିବା ପାଇଁ ଲାଇସେନ୍ସ ଦିଆଯାଇଛି। ତମାମ ମାମଲାରେ କୋର୍ଟ ଅଭିଯୁକ୍ତଙ୍କୁ ମୁକ୍ତ କରିଛନ୍ତି। ତେବେ ତମାମ ଘଟଣାକୁ ନେଇ ଆମେରିକାରେ ହଇଚଇ। ସମସ୍ତଙ୍କ ମନରେ ପ୍ରଶ୍ନ,'ହତ୍ୟା କାରୀକୁ ମୁକ୍ତି ମିଳିଲା କେମିତି? 

 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.