ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ବିଶ୍ୱର ସର୍ବାଧିକ ଥର ଗିରଫ ବ୍ୟକ୍ତିଙ୍କ ମୃତ୍ୟୁ, ୧୩ଶହ ଥର ହୋଇଥିଲେ ଗିରଫ

ନୂଆଦିଲ୍ଲୀ ୨୬/୦୫: ଆମେରିକାର କେଣ୍ଟୁକି ବାସିନ୍ଦା ଜଣେ ବ୍ୟକ୍ତି ଜୀବନକାଳ ଭିତରେ ୧୩୦୦ରୁ ଅଧିକ ଥର ଗିରଫ ହୋଇଛନ୍ତି । ହଁ, ବିଶ୍ୱାସ ନ ହେଲେ ବି ଏହା ସତ । ସର୍ବାଧିକ ଥର ଗିରଫ ହୋଇ ଘରେ ଘରେ ପରିଚିତି ପାଇଥିବା ଏହି ବ୍ୟକ୍ତିଙ୍କର ୭୪ ବର୍ଷ ବୟସରେ ମୃତ୍ୟୁ ହୋଇଛି । ବିଶ୍ୱର ସର୍ବାଧିକ ଗିରଫ ବ୍ୟକ୍ତି ଭାବେ ସମଗ୍ର ଆମେରିକାରେ ଲୋକପ୍ରିୟ ଥିଲେ ହେନରି ଅର୍ଲ । ଗତ ଗୁରୁବାର ମଧ୍ୟାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଓୱେନଟନ୍‌ ସମାଧିସ୍ଥଳରେ ତାଙ୍କ ମରଶରୀରକୁ ସମାଧି ଦିଆଯାଇଥିଲା । ତେବେ ହେନରିଙ୍କ ପରିବାର ନ ଥିବାରୁ ଓୱେନଟନ୍‌ ସ୍ୱାସ୍ଥ୍ୟସେବା ଓ ପୁନର୍ବାସ କେନ୍ଦ୍ରର କର୍ମୀଙ୍କ ଦ୍ୱାରା ତାଙ୍କର ଶେଷକୃତ୍ୟ ହୋଇଥିଲା । କାରଣ ହେନରି ଜୀବନର ଶେଷ ସମୟ ସେଠାରେ ବିତାଇଥିଲେ ।




ଲେକ୍ସିଙ୍ଗଟନ୍‌ର କ୍ୟାଥୋଲିକ ଆକ୍ସନ୍‌ ସେଣ୍ଟର ପ୍ରତିଷ୍ଠାତା ଗିନ୍ନି ରାମ୍‌ସି କହିଛନ୍ତି, ସେ ଜଣେ ନିଆରା ଚରିତ୍ରର ବ୍ୟକ୍ତି ଥିଲେ । ହାସ୍ୟରସ ଉପରେ ତାଙ୍କର ଖୁବ୍‌ ଧାରଣା ଥିଲା । ସ୍ଥାନୀୟ ଗଣମାଧ୍ୟମ ତାଙ୍କୁ ‘ବିଲଭ୍‌ଡ ଭାଗାବଣ୍ଡ୍‌’ ବା ପ୍ରିୟ ଯାଯାବର ଭାବେ ସମ୍ବୋଧନ କରିଛନ୍ତି । ୧୯୯୨ ମସିହାଠୁ ଲେକ୍ସିଙ୍ଗଟନ୍‌ ଫାୟେଟି ଅର୍ବାନ କାଉଣ୍ଟିର ଡିଭିଜନ୍‌ ଅଫ୍‌ କମ୍ୟୁନିଟି କରେକ୍ସନ୍ସର ତଥ୍ୟ ଅନୁସାରେ, ହେନରି ୧୩୦୦ରୁ ଅଧିକ ଥର ଗିରଫ ହୋଇଥିଲେ । ତେବେ ସ୍ମୋକିଂ ଗନ୍‌ ନାମକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ହେନରି ୫ ଦଶନ୍ଧି ମଧ୍ୟରେ ୧୫୦୦ରୁ ଅଧିକ ଥର ଗିରଫ ହୋଇଥିଲେ । ହେନରିଙ୍କୁ ୧୮ ବର୍ଷ ବୟସ ବେଳେ ତାଙ୍କୁ ପୋଷ୍ୟ କରିଥିବା ମା’ଙ୍କ ମୃତ୍ୟୁ ହୋଇଥିଲା । ତା’ପରେ ସେ ମଦ୍ୟପାନ ଆରମ୍ଭ କରିଥିଲେ । 

୧୯୬୭ ମସିହାରେ ଏକ ମୋଟେଲରେ ଜଣେ ବସ୍‌ବୟ ଭାବେ ଥରେ କାମ କରିବା ବ୍ୟତୀତ ହେନରି ଆଉ କେବେ କୌଣସି ଚାକିରି କରିନଥିଲେ । ମଦ୍ୟପାନ ଯୋଗୁ ତାଙ୍କୁ ଉକ୍ତ ଚାକିରିରୁ ବିଦା କରାଯାଇଥିଲା । ୧୯୭୦ ମସିହା, ଜୁଲାଇରେ ଫାୟେଟି କାଉଣ୍ଟିରେ ପ୍ରଥମ ଥର ସେ ଗିରଫ ହୋଇଥିଲେ । ୨୦ ବର୍ଷ ବୟସରେ ଅବୈଧ ଅସ୍ତ୍ର ରଖିବା ପାଇଁ ତାଙ୍କୁ ଗିରଫ କରାଯାଇଥିଲା । ତା’ପରଠୁ ହେନରି ୬ ହଜାର ଦିନରୁ ଅଧିକ ସମୟ ଜେଲରେ ବିତାଇଥିଲେ । ୨୦୦୮ ମସିହାରେ ମଦ ନିଶାରେ ଜଣଙ୍କ ଘର ସାମ୍ନାରେ ଯିବା ସମୟରେ ୧୦୦୦ତମ ଥର ସେ ଗିରଫ ହୋଇଥିଲେ । ପୁନର୍ବାସ କେନ୍ଦ୍ରରେ ୪ ମାସ ରହିବା ପରେ ତାଙ୍କୁ ପୁଣି ଥରେ ଗିରଫ କରାଯାଇଥିଲା । ୨୦୧୭, ଏପ୍ରିଲରେ ସର୍ବସାଧାରଣ ସ୍ଥାନରେ ମାଦକ ଦ୍ରବ୍ୟ ଖାଇବା ଯୋଗୁ ତାଙ୍କୁ ଶେଷ ଥର ଗିରଫ କରାଯାଇଥିଲା । ଲୋକଙ୍କ ମତରେ ସେ ଜଣେ ଚମତ୍କାର ଓ ଖୋଲା ହୃଦୟର ବ୍ୟକ୍ତି ଥିଲେ । ଲେକ୍ସିଙ୍ଗଟନ୍‌ କମ୍ୟୁନିଟିରେ ସେ ଖୁବ୍‌ ପରିଚିତ ଥିଲେ । ୟୁନିଭର୍ସିଟି ଅଫ୍‌ କେଣ୍ଟୁକି କଲେଜର ବିଦ୍ୟାର୍ଥୀମାନେ ତାଙ୍କୁ ମଦ ଯୋଗାଉଥିଲେ । ତାଙ୍କୁ ‘ଜେମ୍ସ ବ୍ରାଉନ୍‌’ ନାଁରେ ସମ୍ବୋଧନ କରିବାକୁ ସେ ଲୋକଙ୍କୁ କହୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.