ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗିଡାପଦର ୱାର୍ଡ ମେମ୍ବର ଦମ୍ପତି ହତ୍ୟା ଘଟଣା : ଧରାପଡିଲା ଆଉ ଜଣେ ଅଭିଯୁକ୍ତ

ଫିରିଙ୍ଗିଆ, ୨୦।୩  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଶଲାଗୁଡା ପଞ୍ଚାୟତ ଅଧୀନରେ ଥିବା ଗିଡାପଦର ଠାରେ ହୋଇଥିବା ବହୁଚର୍ଚ୍ଚିତ ୱର୍ଡମେମ୍ବର ଦମ୍ପତି ହତ୍ୟାକାଣ୍ଡ ଘଟଣାରେ ବୁଧବାର ଗୋଛାପଡା ପୋଲିସ ହାତରେ ଆଉ ଜଣେ ଧରାପଡିଛି। ଅଭିଯୁକ୍ତ ଜଣକ ଜଣେ ନାବାଳକ ହୋଇଥିବାରୁ ତାଙ୍କୁ ସ୍ୱଧାର ଗୃହକୁ ପଠାଇ ଦିଆଯାଇଛି I ତେବେ ପୋଲିସ ଆଗରୁ ଏହିଘାଟଣାରେ ମୁଖ୍ୟ ଅଭିଯୁକ୍ତ ସୁନୀଲ ଦିଗାଲ ନାମକ ଜଣେ ଯୁବକ ସହ ଦଶ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି I 

ସୂଚନା ଥାଉକି ଗତ ଆଠ ତାରିଖ ଦିନ ଫିରିଙ୍ଗିଆ ବ୍ଲକ ଲୋଇସିଂ ପଂଚାୟତ ଗୁମାନଦଣୀ ଗାଁ ର ଡାହୀରା କହଁର ଓ ତାଙ୍କ ସ୍ତ୍ରୀ ସଲାଗୁଡା ପଂଚାୟତ ଗିଡାପଦର ଠାରେ ଥିବା ନିଜ ଚାଷ ଜମିରେ ଶୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସହ ନାବାଳକ ଜଣକ ଘରୁ ଡାକି ଆଣି ଅତି ନିର୍ମମ ଭାବରେ ହତ୍ୟା କରିଥିଲେ I ଘଟଣା କୁ ନେଇ ଗୋଛାପଡା ଥାନାରେ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଜାରି ରଖିବା ସହ ଏକ ଟିମ ଗଠନ କରାଯାଇଥିଲା I ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ଏହି ଟିମ ର ନେତୃତ୍ୱ ନେଇଥିଲେ I ତେବେ ଘଟଣା ର ଦଶ ଦିନ ଭିତରେ ବିଭିନ୍ନ ସୂତ୍ରରୁ ଗୋଛାପଡା ପୋଲିସ ଏହି ହତ୍ୟା ଘଟଣା ର ପର୍ଦାଫାଶ କରିପାରିଥିଲା I ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ହାତୁଡିକୁ ଜବତ କରିବା ସହ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଗୁଣିଗାରେଡିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ ହୋଇଥିଲା ।  ଗ୍ରାମବାସୀ ଏକ ବୈଠକ କରି ମୁଖ୍ୟ ଅଭିଯୁକ୍ତକୁ ଚାନ୍ଦା କରି ଏହି ଦମ୍ପତିଙ୍କୁ ମାରିବା ପାଇଁ ସୁପାରୀ ଦେଇଥିବା ନେଇ କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ I ଘଟଣା ଅଧିକ ତଦନ୍ତ ରହିଥିବା ସୂଚନା ଦେଇଛନ୍ତି ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା I

ଆହୁରି ପଢନ୍ତୁ : କୁଳଡିହା ଅଭୟାରଣ୍ୟରେ ବନ୍ଧୁକ କାରଖାନା ଠାବ : ୪ ବନ୍ଧୁକ ଜବତ , ଜଣେ ଗିରଫ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.