ନୂଆଦିଲ୍ଲୀ – ସେନାର ଏକ ମାନବବିହୀନ ଯାନ ( ୟୁଏଭି) ଶୁକ୍ରବାର ସକାଳେ ନିୟନ୍ତ୍ରଣ ହରାଇ ପାକିସ୍ତାନୀ ସୀମାରେ ପହଞ୍ଚି ଯାଇଥିଲା। କୁହାଯାଉଛି ଯେ, ଯାନ୍ତ୍ରିକ ତ୍ରୁଟି କାରଣରୁ ଏମିତି ହୋଇଥିଲା। ସୂତ୍ରାନୁସାରେ ,ଯେବେ ଭାରତୀୟ ସେନା ଜାଣି ପାରିଲା କି, ଏହି ୟୁଏଭି ପାକିସ୍ତାନୀ ସୈନିକଙ୍କ ପାଖରେ ଅଛି, ସେନା ସେତେବେଳେ ପାକିସ୍ତାନୀ ସେନାକୁ ହଟ୍ଲାଇନ୍ରେ ବାର୍ତ୍ତା ପଠାଇ ତାକୁ ଫେରେଇବାକୁ କହିଥିଲା।
ସୂତ୍ର ମୁତାବିକ ଏହି ୟୁଏଭି ଭାରତୀୟ ସୀମାରେ ପ୍ରଶିକ୍ଷଣ ଉଡ଼ାଣ ପାଇଁ ଥିଲା। ସକାଳ ୯ଟା୨୫ ମିନିଟ୍ରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହା ନିୟନ୍ତ୍ରଣରୁ ବାହାର ହୋଇ ଯାଇଥିଲା। ଏହା ଭାରତର ଭିମ୍ୱର ଗଲି ସେକ୍ଟର ସାମନାରେ ପାକିସ୍ତାନର ନିକିୟାଲ ସେକ୍ଟରକୁ ଚାଲି ଯାଇ ଥିଲା।
ରିପୋର୍ଟ ମାଧ୍ୟମରେ ଯେବେ ସେନାକୁ ଜଣାପଡ଼ିଲା କି, ୟୁଏଭି ପାକିସ୍ତାନୀ ସୀମାରେ ପାକିସ୍ତାନୀ ସୈନିକଙ୍କ ପାଖରେ ଅଛି , ସେତେବେଳେ ସେନା ହଟ୍ଲାଇନ୍ରେ ବାର୍ତ୍ତା ପଠାଇ ଥିଲା। ଏଥିରେ କୁହାଯାଇଥିଲା ଯେ, ୟୁଏଭିକୁ ଫେରାଇ ଦିଆଯାଉ। ପାକିସ୍ତାନ ପକ୍ଷରୁ ସେନାକୁ ଏହାର କଣ ଜବାବ ଆସିଛି , ଏହାର ସୂଚନା ଏବେସୁଦ୍ଧା ମିଳି ନାହିଁ।
ସେପଟେ ଜମ୍ମୁ-କାଶ୍ମୀରର ପୁଚ୍ଛ ଜିଲ୍ଲାରେ ଗୁରୁବାର ସନ୍ଧ୍ୟାରେ , ନିୟନ୍ତ୍ରଣ ରେଖା (ଏଲଓସି) ଅତିକ୍ରମ କରି ଭାରତୀୟ ସୀମାରେ ପ୍ରବେଶ କରୁଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଗିରଫ କରାଯାଇଛି। ଅଫିସିଆଲି ସୂତ୍ରରୁ ଏହି ସୂଚନା ମିଳିଛି।