ପ୍ରମୂଖ ଖବର
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଗୁଗଲ, ଆଇବିଏମ୍‌ ସହ ୪୦୦ କମ୍ପାନିରେ ଛଟେଇ, ଏଆଇ ଏବଂ ଅଟୋମେଶନ ଯୋଗୁ ଲକ୍ଷ ଲକ୍ଷ ଚାକିରି ଉଭାନ

ନୂଆଦିଲ୍ଲୀ,୨୧/୦୮ : ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଅଟୋମେଶନ ଯୋଗୁ ଲକ୍ଷ ଲକ୍ଷ ଚାକିରି ଉଭାନ ହୋଇଯାଇଛି। ରିପୋର୍ଟ ଅନୁସାରେ, ବିଶ୍ୱର ପ୍ରାୟ ୪୦୦ ପ୍ରମୁଖ କମ୍ପାନି ଏ ବର୍ଷ ଅଗଷ୍ଟ ସୁଦ୍ଧା ମୋଟ ୧,୩୦,୦୦୦ କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଏହି କମ୍ପାନିଗୁଡ଼ିକ ମଧ୍ୟରେ ନାମୀଦାମୀ ଟେକ୍‌ କମ୍ପାନି ଗୁଗଲ, ଆଇବିଏମ୍‌, ଆପଲ, ଆମାଜନ, ସ୍ୟାପ୍‌, ମେଟା ଏବଂ ମାଇକ୍ରୋସଫ୍ଟ ଆଦି ରହିଛନ୍ତି । ବର୍ଷର ପ୍ରଥମ ୬ ମାସରେ ବଡ଼ ବଡ଼ ବ୍ୟବସାୟିକ ସଂସ୍ଥା ପ୍ରାୟ ଲକ୍ଷେ କର୍ମଚାରୀଙ୍କୁ କାଢ଼ି ଦେଇଛନ୍ତି । ବିଶ୍ୱ ଅର୍ଥନୀତିରେ ଆହ୍ୱାନମାନ ଥିବାରୁ ଏହି ଧାରା ଆଗକୁ ମଧ୍ୟ ଜାରି ରହିପାରେ ବୋଲି ଟିମ୍‌ ଲିଜ୍‌ ଡିଗ୍ରୀ ଆପ୍ରିଏନ୍‌ଟାଇସିପ୍‌ର ସିଇଓ ରମେଶ ଆଲୁରି ରେଡ୍ଡି ପ୍ରକାଶ କରିଛନ୍ତି । ବିଶେଷ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଅଟୋମେଶନ୍‌ର ପ୍ରସାର ଯୋଗୁ କମ୍ପାନିଗୁଡ଼ିକ ବହୁ ସଂଖ୍ୟାରେ କର୍ମଚାରୀଙ୍କୁ କାଢ଼ି ଦେଉଛନ୍ତି । ଆଗାମୀ ଦିନରେ ଏହି ଧାରା ଜାରି ରହିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । 

ରେଡ୍ଡି କହିଛନ୍ତି ଯେ, ଏଆଇ ଏବଂ ଅଟୋମେଶନ୍‌କୁ ସ୍ଥାନାନ୍ତରଣ ଯୋଗୁ କମ୍ପାନିଗୁଡ଼ିକ ସେମାନଙ୍କ କାର୍ଯ୍ୟବଳ ଢ଼ାଞ୍ଚା ଉପରେ ପୁନର୍ବିଚାର କରିପାରନ୍ତି । କେତେକ କମ୍ପାନି ଆର୍ଥିକ ଆହ୍ୱାନଗୁଡ଼ିକର ସାମ୍ନା କରୁଥିବାରୁ ଖର୍ଚ୍ଚକାଟପୂର୍ବକ ଅଧିକ କର୍ମଚାରୀ ଛଟେଇ କରିପାରନ୍ତି । ରେଡ୍ଡି ଆହୁରି କହିଛନ୍ତି ଯେ, ଚଳିତବର୍ଷ ଶେଷ ସୁଦ୍ଧା କେତେ ଛଟେଇ ହେବ ତାହା କହିହେବ ନାହିଁ । କିନ୍ତୁ ଏଆଇ ପ୍ରଯୁକ୍ତିର ବ୍ୟବହାର ଏବଂ ପ୍ରତିଯୋଗିତାକୁ ସାମ୍ନା କରିବା ପାଇ ଖର୍ଚ୍ଚକାଟପୂର୍ବକ କମ୍ପାନିଗୁଡ଼ିକ ଛଟେଇ କରିବେ । 

ରିପୋର୍ଟ ଅନୁସାରେ, ଭାରତରେ ନିଯୁକ୍ତି ଅବସର ବଢ଼ିପାରେ । ଭାରତୀୟ କମ୍ପାନିଗୁଡ଼ିକ ଦ୍ୱାରା ନିଯୁକ୍ତି ୧୦% ବୃଦ୍ଧି ହୋଇପାରେ । ମୁଦ୍ରାସ୍ଫୀତି ଏବଂ ଭୁ-ରାଜନୈତିକ ସମସ୍ୟା ଯୋଗୁ କମ୍ପାନିଗୁଡ଼ିକ ଭାରତ ଭଳି ଖର୍ଚ୍ଚ ଅନୁକୂଳ ସ୍ଥାନରେ କାରବାର ସ୍ଥାନାନ୍ତର କରୁଛନ୍ତି । ଭାରତରେ ପ୍ରାୟ ୧୬୦୦ ଗ୍ଲୋବାଲ କାପାବିଲିଟି ସେଣ୍ଟର(ଜିସିସି) ଅଛି, ଯେଉଁଥିରେ ୧୬ ଲକ୍ଷ ଲୋକ କାର୍ଯ୍ୟ କରୁଛନ୍ତି । ଏବେ ଅନୁମାନ କରାଯାଉଛି ଯେ, ୨୦୨୫ ସୁଦ୍ଧା ଭାରତରେ ଗ୍ଲୋବାଲ କାପାବିଲିଟି ସେଣ୍ଟର ସଂଖ୍ୟା ୨,୦୦୦ରେ ପହଞ୍ଚିପାରେ । ଫଳରେ ଏସବୁରେ ମୋଟ କାର୍ଯ୍ୟଶକ୍ତି ୨୨ ଲକ୍ଷରୁ ଅଧିକ ହୋଇପାରେ ।  

ମାଷ୍ଟର୍‌କାର୍ଡ କଥିତ ପୁନଃସଂରଚନା ଘୋଷଣା କରି ବିଶ୍ୱବ୍ୟାପୀ ଏହାର ୩% କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ସୂଚନା ଦେଇଛି । ଏହି ନିଷ୍ପତ୍ତି ଦ୍ୱାରା କମ୍ପାନିର ଅନ୍ୟୁନ ୧୦୦୦ କର୍ମଚାରୀଙ୍କ ପ୍ରତି ଛଟେଇ ଆଶଙ୍କା ରହିଛି । ଦୁଇ ଦିନ ତଳେ ସିସ୍କୋ ଏହାର କର୍ମଚାରୀଙ୍କ ମଧ୍ୟରୁ ୭%କୁ କାଢ଼ିବା ପାଇଁ ଘୋଷଣା କରିଥିଲା । ଏବେ ଜେନେରାଲ ମୋଟର୍ସ ବି ଏହାର ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି । ଏଭଳି ସ୍ଥିତିରେ କର୍ମଚାରୀମାନଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ଅଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.