ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଟାଗଲା ଦୁଇ କୋଟି ଟଙ୍କାର ଗଞ୍ଜେଇ ଗଛ, ଜଙ୍ଗଲ ଭିତରେ ଠାବ ହେଲା କୃତ୍ରିମ ପୋଖରୀ

ଫିରିଙ୍ଗିଆ, ୩୧।୧  ଦୀର୍ଘ ଦୁଇମାସ ହେଲା କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ବେଆଇଆନ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ଜାରି ରହିଛି।  ଜିଲ୍ଲା ଏସପିଙ୍କି ନିର୍ଦେଶ କ୍ରମେ କିଛିଦିନ ର ନୀରବତା ପରେ ପୁଣି ମଙ୍ଗଳବାର ଫିରିଙ୍ଗିଆ ପୋଲିସ ପ୍ରାୟ ୨୨ ଏକର ଜମିରେ ଚାଷ ହୋଇଥିବା ପ୍ରାୟ ଦୁଇକୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛକୁ କାଟି ନଷ୍ଟ କରିଦେଇଛି I 

ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଏସଏଇ ବିକାଶ କୁମାର ଜାଲୀ ଙ୍କ ନେତୃତ୍ୱରେ ଫିରିଙ୍ଗିଆ ଥାନା ତଳଦଣ୍ଡିକିଆ ପଞ୍ଚାୟତ ର ଜୋକେ, ଡାଡିଲେଈ, ଅକାତ୍ରପା ଓ ବେହେରାପଖାଳ ଗାଁ ନିକଟ ରେ ଥିବା ଜଙ୍ଗଲ ଓ ପାହାଡ଼ ରେ ଚଢ଼ାଉ କରି ଏହି ଗଞ୍ଜେଇ ଚାଷକୁ ନଷ୍ଟ କରିଦିଆଯାଇଛି I ତେବେ ଏହି ଗଞ୍ଜେଇ ଚାଷ ନଷ୍ଟ କରିବା ସମୟରେ ପୋଲିସ ଏକ କୃତ୍ରିମ ପୋଖରୀ ଠାବ କରିଥିଲା। ପାହାଡ଼ ଉପରେ ଗଞ୍ଜେଇ ଚାଷ କରିବା ପାଇଁ ଗଞ୍ଜେଇ ଚାଷୀମାନେ ପାହାଡ଼ ଉପରେ ଥିବା ସମତଳ ଜାଗାରେ ଏମିତି କୃତ୍ରିମ ପୋଖରୀ ତିଆରି କରି ଚାଷପାଇଁ ପାଣି ସରକ୍ଷିତ ରଖୁଥିବା ଏହି ପୋଖରୀ ଠାବ କଲାପରେ ସ୍ପଷ୍ଟ ହୋଇଛି I 

ଏହି ଅଭିଯାନରେ ଫିରିଙ୍ଗିଆ ତହସିଲଦାର ଅନାମିକା ପାଣ୍ଡେ ମାଜିଷ୍ଟ୍ରେଟ ଭାବରେ ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟ୍ୟରେ ଏଏସଏଇ ଶ୍ରୀକାନ୍ତ ପାତ୍ର, କୃଷ୍ଣଚନ୍ଦ୍ର ଗୌଡ଼ ଥାନାରେ କାର୍ଯ୍ୟରତ ସମସ୍ତ ଗୃହରଖି, ପ୍ରାୟ ତିରିଶି ଜଣ ଶ୍ରମିକ ସାମିଲ ଥି‌ଲେ।  ସୁରକ୍ଷା ଦୃଷ୍ଟିକୁ ଆଖିଆଗରେ ରଖି ବ୍ୟାପକ ପୋଲିସ ଫୋର୍ସ ମଧ୍ୟ୍ୟ ମୁତୟନ କରାଯାଇଥିବା ଥାନାପକ୍ଷରୁ ସୂଚନା ଦିଆଯାଇଛି I ଅନ୍ୟପଟେ ଏହି ଗଞ୍ଜେଇ ଗଛକଟାକୁ ନେଇ ଥାନାରେ ଏକ ମାମଲା ମଧ୍ୟ୍ ରୁଜୁ ହୋଇଥିବା ଦାୟିତ୍ୱ ରେ ଥିବା ଏସଏଇ ବିକାଶ କୁମାର ଜାଲୀ ସୂଚନା ଦେଇଛନ୍ତି।

ଆହୁରି ପଢନ୍ତୁ : ୧୬ରେ ମାଘ ବୁଡ଼କୁ ନେଇ ସମନ୍ବୟ ବୈଠକ : ୨ ଦିନ ସୂର୍ଯ୍ୟମନ୍ଦିର ଭିତରକୁ ମାଗଣା ପ୍ରବେଶ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.