ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

କାହିଁକି ଆତ୍ମହତ୍ୟା କଲେ ଏଏସ୍‌ଓ ? ସୁଇସାଇଡାଲ୍‌ ନୋଟ୍‌ ଜବତ କରି ପୁଲିସର ତଦନ୍ତ

ଭୁବନେଶ୍ୱର,୦୬/୦୭: ଲୋକସେବା ଭବନର ଏଏସଓ ମୋରା ମାରାଣ୍ଡି(୨୬) ଙ୍କ ଆତ୍ମହତ୍ୟାକୁ ନେଇ ବଢ଼ୁଛି ସସ୍‌ପେନ୍ସ୍‌ । ମୋରାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଓ ସହକର୍ମୀ । ପ୍ରେମ ବ୍ୟାପାରକୁ ନେଇ ମୋରା ଆତ୍ମହତ୍ୟା କରିଛନ୍ତି  କି ଆଉ କିଛି ରହସ୍ୟ ରହିଛି ସେନେଇ ସହିଦନଗର ଥାନା ପୁଲିସ ଛାନ୍‌ଭିନ ଚଳାଇଛି ।  

ମୋରା ୬ ମାସ ତଳେ ଲୋକସେବା ଭବନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଭାବେ  କାର୍ଯ୍ୟରେ ଯୋଗ ଦେଇଥିଲେ । ସେ ଷ୍ଟିଲ୍‌  ଆଣ୍ଡ୍‌ ମାଇନ୍‌ସ ବିଭାଗରେ କାର୍ଯ୍ୟରତ ଥିଲେ । ଆଚାର୍ଯ୍ୟ ବିହାର ପାଣିଟାଙ୍କି ନିକଟରେ ଏକ  ହଷ୍ଟେଲରେ ଭଡ଼ାରେ ରହୁଥିଲେ । ଗୁରୁବାର ସକାଳେ ମୋରାଙ୍କୁ ତାଙ୍କ ପରିବାର ଲୋକେ ଫୋନ୍‌ କରିଥିଲେ । ହେଲେ ସେ ଫୋନ୍‌ ଉଠାଇ  ନଥିଲେ । ତେଣୁ ପରିବାର ଲୋକେ ତାଙ୍କ ସହକର୍ମୀଙ୍କୁ ଫୋନ୍‌ କରିଥିଲେ । ସହକର୍ମୀ  ପହଞ୍ଚି ମୋରାଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖି ସହିଦନଗର ଥାନା ପୁଲିସକୁ  ଖବର ଦେଇଥିଲେ । ପୁଲିସ ପହଞ୍ଚି ମୋରାଙ୍କ ମୃତଦେହ ଜବତ କରିବା ସହ ମୃତଦେହକୁ  କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା ।  

ମୋରାଙ୍କ ପରିବାର ଲୋକେ ପହଞ୍ଚିବା ପରେ ପୁଲିସ ମୋରା ରହୁଥିବା ରୁମ୍‌ରେ ପହଞ୍ଚି  ତଦନ୍ତ ଚଳାଇଥିଲା । ଉକ୍ତ ରୁମ୍‌ରୁ ପୁଲିସ ଏକ ସୁଇସାଇଡାଲ୍‌ ନୋଟ ଜବତ କରିଥିଲା । ପରିବାର  ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଇଥିଲା । ମୃତଦେହକୁ ପୁଲିସ  ତାଙ୍କ ପରିବାର ଲୋକଙ୍କୁହସ୍ତାନ୍ତର କରିଥିଲା । ମୋରା କାହିଁକି ଏପରି ନିଷ୍ପତ୍ତି ନେଲେ ସେନେଇ ପରିବାର ଲୋକେ ଆଶ୍ଚର୍ଯ୍ୟ ପ୍ରକଟ  କରିଛନ୍ତି । ତାଙ୍କ ସହକର୍ମୀମାନେ ମଧ୍ୟ ମୋରାଙ୍କ ଏଭଳି ପଦକ୍ଷେପକୁ ସହଜରେ ଗ୍ରହଣ କରୁ  ନାହାନ୍ତି । ଜଣେ ଯୁବତୀଙ୍କ ସହ ମୋରା ଅଧିକାଂଶ ସମୟ ଫୋନ୍‌ରେ କଥା ହେଉଥିବା  ଜଣେ ସହକର୍ମୀ କହିଛନ୍ତି। ତେବେ ପରିବାର  ଲୋକେ ଏନେଇ ଅବଗତ ନଥିବା କହିଛନ୍ତି ।  ଉପରିସ୍ଥ ଅଧିକାରୀଙ୍କ ମାତ୍ରାଧିକ କାମ ଚାପ ଯୋଗୁଁ  ମୋରା ଏଭଳି ପଦକ୍ଷେପ ନେଇଥିବା ସେମାନେ  ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି । ପ୍ରେମ ବ୍ୟାପାର କି ଅତ୍ୟଧିକ କାମ ଚାପ ଯୋଗୁଁ  ମୋରା ଆତ୍ମହତ୍ୟା କଲେ ସେନେଇ ପୁଲିସ  ଅଧିକ ତଦନ୍ତ ଜାରି ରଖିଛି । ତେବେ ଜବତ ସୁଇସାଇଡାଲ୍‌ ନୋଟରେ ମୋରା କ’ଣ ଉଲ୍ଲେଖ କରିଛନ୍ତି ସେ ନେଇ ପୁଲିସ ମୁହଁ ଖୋଲୁନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.