ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୃଥିବୀର ନିକଟତର ହେଉଛି ଏମ୍ପାୟର ଷ୍ଟେଟ୍‌ ବିଲ୍ଡିଂ ଠାରୁ ବଡ଼ ଏକ ଆଷ୍ଟ୍ରଏଡ୍‌ !

ନୂଆଦିଲ୍ଲୀ : ବୈଜ୍ଞାନିକଙ୍କ ଆଷ୍ଟ୍ରଏଡ ଉପରେ ଅଧ୍ୟୟନ ଖୁବ୍‌ ମହତ୍ତ୍ୱପୂର୍ଣ୍ଣ ରହିଛି। ଏହା ବାସ୍ତବରେ ଅଧ୍ୟୟନର ଏକ ଅଦ୍ଭୁତ କ୍ଷେତ୍ର ହୋଇପାରେ, ଯେପର୍ଯ୍ୟନ୍ତ ଏହି ମହାକାଶୀୟ ଶିଳା ( ସ୍ପେସ୍‌ ରକ୍‌) ପୃଥିବୀ ମଧ୍ୟ ଦେଇ ଗତି ନକରିଛି। ଉକ୍ତ ବିଶ୍ୱ ବିନାଶକାରୀ ବିରାଟ ମହାକାଶୀୟ ଶିଳାକୁ ଉଡ଼ିବାର ଦେଖିବା ନିଶ୍ଚିତ ଭାବେ ଏକ ଆଶ୍ଚର୍ଯ୍ୟକର ଓ ସୁଖଦ ଅନୁଭବ ହେବ।

ଏହା ମଧ୍ୟ ଏକ ଖୁସିର କଥା କି, ଆମର ଏ ପୃଥିବୀ ଆଡ଼କୁ ଆସୁଥିବା ଭୟକୁ ରୋକିବା ପାଇଁ ଆମେ ସର୍ବଦା ସଜାଗ ରହିଛେ , ଆଉ ଏଭଳି ଆଷ୍ଟ୍ରଏଡ୍‌ର ତଲାସରେ ଆମର ଲେନ୍ସ ସର୍ବଦା ଆକାଶ ଆଡ଼କୁ ରହିଛି। ପୃଥିବୀରେ ଆମ ଭିତରେ ଅଧିକାଂଶ ଲୋକ ଏହି କଥାକୁ ଜାଣନ୍ତି ନାହିଁ ଯେ, ଗୋଟିଏ ନୁହେଁ , ଏମିତି ଅନେକ ଅଜଣା ଆଷ୍ଟ୍ରଏଡ୍‌ ନିୟମିତ ଭାବେ ପୃଥିବୀ ପାଖ ଦେଇ ଗତି କରୁଛନ୍ତି , ହେଲେ ଏଥିରୁ କିଛି ଆମର ଏହି ଗ୍ରହର ନିକଟତର ହୋଇଥାନ୍ତି। ଆମକୁ ଆମକୁ ଭୟଭୀତ କରାଇ ଥାନ୍ତି । 


ଏମିତି ଏକ ଆଷ୍ଟ୍ରଏଡ୍‌ ହେଉଛି ୨୦୦୧ କ୍ୟୁକ୍ୟୁ୧୪୨। ଯାହା ଏବେ ପୃଥିବୀର ନିକଟତର ହେବାକୁ ପ୍ରସ୍ତୁତ ହେଉଛି। ଏହି ଆଷ୍ଟ୍ରଏଡ୍‌କୁ ନାସା ଦ୍ୱାରା ନିକଟ-ପୃଥିବୀର ମହାକାଶୀୟ ଶିଳା ( ନିୟର ଆର୍ଥ ସ୍ପେସ୍‌ ରକ୍‌) ଭାବେ ନାମିତ କରାଯାଇଛି। ଆଶା କରାଯାଉଛି କି, ଏହା ଖୁବ୍‌ ଶୀଘ୍ର ପୃଥିବୀ ଠାରୁ କେବଳ ୫.୫ ମିଲିୟନ କିଲୋମିଟର ଦୂରରେ ଉଡ଼ିବ। ଏହା ବହୁତ ବଡ଼ ଦୂରତା ପରି ଲାଗିପାରେ , କିନ୍ତୁ ବ୍ରହ୍ମାଣ୍ଡ ଦୂରତା (କସ୍ମିକ୍‌ ଡିଷ୍ଟାନ୍ସ)କୁ ଧ୍ୟାନରେ ରଖି ଏହାକୁ ଏକ ଅଳ୍ପ ଦୂରତା ଭାବେ ମନେକରାଯାଏ।

ଏହି ଆଷ୍ଟ୍ରଏଡ୍‌ ପାଖାପାଖି ୨,୨୦୦ ଫୁଟ୍‌ ଚଉଡ଼ା। ଶେଷରେ ଏହାର ତୁଳନା ଏକ ବିଶାଳ ବ୍ରିଜ୍‌ ସହ କରାଯାଇ ପାରେ। ଏହାକୁ ମଧ୍ୟ ନ୍ୟୁୟର୍କର ପ୍ରସିଦ୍ଧ ଏମ୍ପାୟର ଷ୍ଟେଟ୍‌ ବିଲ୍ଡିଂ ଠାରୁ ମଧ୍ୟ ବଡ଼। 

ଉଲ୍ଲେଖନୀୟ ଯେ, ପୃଥିବୀ ପାଖ ଦେଇ ଗତି କରିବାକୁ ଥିବା ଏହା ଆଷ୍ଟ୍ରଏଡ୍‌ର ପ୍ରଥମ ଯାତ୍ରା ନୁହେଁ। ଏହା ୧ ଅଗଷ୍ଟ ୧୯୦୧ରେ ଆସିଥିଲା। କିନ୍ତୁ ସେହି ସମୟରେ ଏହା ସୁରକ୍ଷିତ ଦୂରତାରେ ଥିଲା ଏବଂ ଏହା ପୃଥିବୀ ଠାରୁ ୭୨ ମିଲିୟନ କିଲୋମିଟର ଦୂରତାରେ ଥିଲା। ଏହା ଜାନୁୟାରୀ ୨୦୨୮ରେ ପୁଣି ଆମର ଏ ଗ୍ରହ ମଧ୍ୟ ଦେଇ ଫେରିବାର ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.