ପ୍ରମୂଖ ଖବର
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ରେକର୍ଡ ପଥରେ ଦେଶର ସବୁଠୁ ବଡ ସାମୁଦ୍ରିକ ସେତୁ ‘ଅଟଳ ସେତୁ’, ପ୍ରତିଦିନ ଦୌଡୁଛି ୨୨ ହଜାରରୁ ଅଧିକ ଯାନ...

ନୂଆଦିଲ୍ଲୀ: ମୁମ୍ବାଇ ଏବଂ ନାଭି ମୁମ୍ବାଇକୁ ଯୋଡୁଥିବା ଦେଶର ଦୀର୍ଘତମ ସାମୁଦ୍ରିକ ସେତୁ ଅଟଳ ସେତୁ ଉଦଘାଟନ ହେବାର ସାତ ମାସରୁ ଅଧିକ ସମୟ ହୋଇଯାଇଛି । ଏହାକୁ ନେଇ ପ୍ରଥମଥର ପାଇଁ ମୁମ୍ବାଇ ମହାନଗର ନିଗମ ବିକାଶ ପ୍ରାଧିକରଣ (MMRDA) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ କରାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ଏହି ସମୟ ମଧ୍ୟରେ ୫୦ ଲକ୍ଷରୁ ଅଧିକ ଯାନ ଏହି ସେତୁ ଦେଇ ଯାତାୟାତ କରିଛନ୍ତି । ୨୨୭ ଦିନର ଅବଧି ମଧ୍ୟରେ, ପ୍ରତିଦନ ହାରାହାରି ପ୍ରାୟ ୨୨ ହଜାର ଯାନ ଏହାକୁ ବ୍ୟବହାର କରିଛନ୍ତି ।

ଏମଏମଆରଡିଏ (MMRDA) ଦ୍ବାରା ଜାରି ଏହି ବିବୃତ୍ତିରେ କୁହାଯାଇଛି ଯେ, ଜାନୁଆରୀ ୧୩ ରୁ ଅଗଷ୍ଟ ୨୬ ପର୍ଯ୍ୟନ୍ତ ଅଟଳ ସେତୁ ଦେଇ ମୋଟ ୫୦ ଲକ୍ଷ ୪୩୫୦ ଗାଡି ଯାତ୍ରା କରିଛନ୍ତି । ଏହି ଯାନ ଗୁଡିକ ମଧ୍ୟରେ ବେଷ୍ଟ,ନାଭି ମୁମ୍ବାଇ ମ୍ୟୁନିସିପାଲିଟି ଟ୍ରାନ୍ସପୋର୍ଟ (NMMT) ଏବଂ ମହାରାଷ୍ଟ୍ର ରାଜ୍ୟ ସଡକ ପରିବହନ ନିଗମ (MSRTC) ମଧ୍ୟ ଅନ୍ତର୍ଭୁକ୍ତ ।

ମୁମ୍ବାଇ ଟ୍ରାନ୍ସ ହାରବର୍ ଲିଙ୍କ୍ (MTHL) କୁ ଆନୁଷ୍ଠାନିକ ଭାବରେ ଅଟଳ ବିହାରୀ ବାଜପେୟୀ ସେୱ୍ରି-ନାଭା ସେବା ଅଟଳ ସେତୁ ନାମରେ ନାମିତ କରାଯାଇଛି । ଏହାକୁ ଜାନୁଆରୀ ୧୨ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ । ଏହା ପରେ, ପରଦିନ ଏହା ସାଧାରଣ ଜନତାଙ୍କ ପାଇଁ ଖୋଲା ଯାଇଥିଲା । MMRDA କହିଛି ଯେ ଏହି ସେତୁ ଖୋଲିବା ସହିତ ଦକ୍ଷିଣ ମୁମ୍ବାଇ ଏବଂ ପାନଭେଲ, ପୁଣେ ଏବଂ ନାଭି ମୁମ୍ବାଇ ଯିବା ପାଇଁ ଯାତ୍ରା ସମୟ ଯଥେଷ୍ଟ ହ୍ରାସ ପାଇଛି । ଏହାର ଆରମ୍ଭ ହେବା ଦ୍ବାରା ଆଗାମୀ ନାଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ସହିତ ସଂଯୋଗ ମଧ୍ୟ ଉନ୍ନତ ହୋଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.