ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଯୋଧ୍ୟା ଇ-ରିକ୍ସା ଚାଳକଙ୍କ ମନଉଣା; ଦିନକୁ ୨୦୦ ଟଙ୍କା ରୋଜଗାର କରିବା ବି କଷ୍ଟକର, ଲୋକସଭା ଫଳାଫଳକୁ ଦେଲେ ଦୋଷ

ଲକ୍ଷ୍ନୌ, ୧୦।୬: ପବିତ୍ର ଶ୍ରୀ ରାମମନ୍ଦିରର ଭବ୍ୟ ଉଦ୍‌ଘାଟନ ପରେ ମଧ୍ୟ ବିଜେପି ଫୈଜାବାଦରୁ ନିର୍ବାଚନ ହାରିଛି । ସମାଜବାଦୀ ପାର୍ଟିର ଅବଧେସ ପ୍ରସାଦ ସିଂ ବିଜେପିର ଲାଲ୍ଲୁ ସିଂଙ୍କୁ ନିର୍ବାଚନରେ ହରାଇଛନ୍ତି । ଏଥିସହିତ ଅଯୋଧ୍ୟାର ଇ-ରିକ୍ସା ଚାଳକ ମନାଉଣା କରିଛନ୍ତି । ଏହାର କାରଣ ହେଉଛି ତାଙ୍କର କମ୍ ରୋଜଗାର । ରାମ ମନ୍ଦିରର ଉଦ୍‌ଘାଟନ ସମାବେଶର ୪ ମାସ ପରେ ମଧ୍ୟ ତାଙ୍କର ରୋଜଗାରରେ କୌଣସି ଉନ୍ନତି ଆସିନାହିଁ । ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ଅଯୋଧ୍ୟାରେ ପର୍ଯ୍ୟଟକଙ୍କ ସଂଖ୍ୟା କମିଛି । କାରଣ ରାମମନ୍ଦିରର ଲୋକାର୍ପଣ ଉତ୍ସବ ପରେ ମଧ୍ୟ ଫୈଜାବାଦରୁ ବିଜେପି ନିର୍ବାଚନ ହାରିଛି । ସରକାରଙ୍କର ଏଭଳି ଅବହେଳା ଯୋଗୁଁ ସଡ଼କଗୁଡ଼ିକ ବନ୍ଦ ଅଛି ଏବଂ ଅଯୋଧ୍ୟାର ଅବନତି ହେଉଛି । ଯଦି ଏଭଳି ସ୍ଥିତି ଲାଗି ରୁହେ ତେବେ ଅନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ଏହି ପରିସ୍ଥିତି ଉତ୍ପନ୍ନ ହେବ ବୋଲି ଇ-ରିକ୍ସା ଚାଳକମାନେ ମତ ପ୍ରକାଶ କରିଛନ୍ତି । 

ଅନେକ ଇରିକ୍ସା ଚାଳକ ଏଏନ୍ଆଇକୁ କହିଛନ୍ତି ଯେ "ଆମେ ବିଗତ ୧୦ ବର୍ଷରୁ ରିକ୍ସା ଚଳାଉଛୁ । ଅଯୋଧ୍ୟାକୁ ସୁନ୍ଦରତାର ସହ ବିକଶିତ ହେବାର ଦେଖିଛୁ । କିନ୍ତୁ, ବିଜେପି ସରକାର ବର୍ତ୍ତମାନ ବହୁତ କଠିନ ପରିସ୍ଥିତିର ସାମ୍ନା କରୁଛି ଏବଂ ଏଠାରେ ଅବନତି ହେଉଥିବାର ଦେଖାଯାଉଛି । ତେଣୁ ଏଥିପାଇଁ ବିଜେପି ହିଁ ଦାୟୀ କାରଣ ବିଜେପି ଆମ ସମସ୍ୟାକୁ ଗୁରୁତ୍ୱ ଦେଉ ନାହାନ୍ତି ଏବଂ ଧରାଛୁଆଁ ଦେଉନାହାନ୍ତି । ମନ୍ତ୍ରୀ ଅନେକ ଥର ଆସନ୍ତି କିନ୍ତୁ ସେ ସାଧାରଣ ଲୋକଙ୍କ ସହ ଆଲୋଚନା କରନ୍ତି ନାହିଁ । ମନ୍ତ୍ରୀ ଆସନ୍ତି, ରାଲି କରନ୍ତି ଏବଂ ଗରିବ ଜନତାଙ୍କୁ ଅଣଦେଖା କରି ଫେରିଯାଆନ୍ତି ।"

ସେମାନେ ଆହୁରି କହିଛନ୍ତି "ଯଦି ଏହା କ୍ରମାଗତ ଭାବେ ଲାଗି ରୁହେ ତେବେ ଅଯୋଧ୍ୟାର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଏହିପରି ସମସ୍ୟା ଉପୁଜିବ । ଇ-ରିକ୍ସା ଚାଳକଙ୍କ ରୋଜଗାର ବହୁତ ମାତ୍ରାରେ ହ୍ରାସ ପାଇଛି । ପୂର୍ବରୁ ସେମାନେ ୫୦୦ ରୁ ୮୦୦ ଟଙ୍କା ରୋଜଗାର କରୁଥିଲେ କିନ୍ତୁ, ୪ ତାରିଖରେ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ ପରେ ୨୫୦ ଟଙ୍କା ବି ରୋଜଗାର କଷ୍ଟକର ହେଉଛି ବୋଲି କହିଛନ୍ତି ଇ-ରିକ୍ସା ଚାଳକ । ମାତ୍ର, ଦୁଇ ଦିନରେ ଏଭଳି ଖରାପ ସ୍ଥିତି ଦେଖାଦେଇଛି । 

ବର୍ତ୍ତମାନ ହୋଇଥିବା ଲୋକସଭା ନିର୍ବାଚନର ପରିଣାମ ସେମାନଙ୍କର ରୋଜଗାରରେ ଗ୍ରହଣ ଲଗାଇଦେଇଛି । ରାମମନ୍ଦିର ଥିବା ଫୈଜାବାଦରୁ ବିଜେପିର ହାର୍‌ ପରେ ସହରର ପରିବେଶ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି । ନିଜ ରିକ୍ସା ଠିଆ କରି, ସେଠାରେ ଠିଆ ହୋଇ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କର ସଂଖ୍ୟା କମୁଥିବାର ଦେଖି ଇରିକ୍ସା ଚାଳକ ଦୁଃଖ ପ୍ରକାଶ କରିଛନ୍ତି । ଆଗନ୍ତୁକଙ୍କ ଅନୁପସ୍ଥିତିର ସିଧାସଳଖ ପ୍ରଭାବ ରିକ୍ସାଚାଳକଙ୍କ ରୋଜଗାର ଉପରେ ପଡ଼ିଛି ।

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.