ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ପାକିସ୍ତାନ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ, ପୁଣି ଅଧିନାୟକ ହେଲେ ବାବର ଆଜମ

ଇସଲାମାବାଦ, ୩୧/୦୩: ପାକିସ୍ତାନ କ୍ରିକେଟ୍ ଦଳରେ ପୁଣି ଥରେ ବଡ଼ ପରିବର୍ତ୍ତନ ହୋଇଛି । ୨୦୨୩ ଦିନିକିଆ ବିଶ୍ୱକପରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଅଧିନାୟକତ୍ୱ ଛାଡ଼ି ଦେଇଥିବା ବାବର ଆଜମଙ୍କୁ ପୁଣି ମିଳିଛି ଦଳର ଦାୟିତ୍ୱ । ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ବାବରଙ୍କୁ ଦିନିକିଆ ଓ ଟି-ଟ୍ୱେଣ୍ଟି ଟିମ୍ ଲାଗି ଅଧିନାୟକ ନିଯୁକ୍ତ କରିଛି ।

ଶାନ ମସୁଦ ପାକିସ୍ତାନ ଟେଷ୍ଟ ଦଳର ଦାୟିତ୍ୱ ସମ୍ଭାଳିବେ । ୨୦୨୩ ଦିନିକିଆ ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ୩ଟି ଯାକ ଫର୍ମାଟରେ ଦଳର ଅଧିନାୟକ ପଦ ଛାଡ଼ି ଦେଇଥିଲେ ବାବର ଆଜମ । ତା ପରେ ଶାହିନ ଆଫ୍ରିଦିଙ୍କୁ ଟି-ଟ୍ୱେଣ୍ଟିଂ ଏବଂ ଶାନ ମସୁଦଙ୍କୁ ଟେଷ୍ଟ ଦଳ ଅଧିନାୟକ କରାଯାଇଥିଲା । କିନ୍ତୁ ଅଧିନାୟକ ପରିବର୍ତ୍ତନ ପରେ ଦଳର ସ୍ଥିତିରେ କୌଣସି ସୁଧାର ଆସି ନଥିଲା । ପ୍ରଦର୍ଶନ ପୂର୍ବ ଭଳି ନୈରାଶ୍ୟଜନକ ରହିଥିଲା ।

୨୦୨୩ ଦିନିକିଆ ବିଶ୍ୱକପର ଗ୍ରୁପ୍ ଷ୍ଟେଜରୁ ପାକିସ୍ତାନ ବାଦ୍ ପଡ଼ିଥିଲା । ୯ରୁ ମାତ୍ର ୪ଟି ମ୍ୟାଚ୍ ଜିତିଥିବା ପାକିସ୍ତାନ୍ ଟିମ୍ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଥିଲା । ଖୋଦ୍ ବାବର ମଧ୍ୟ କ୍ରିଜରେ ସେଭଳି କିଛି କମାଲ୍ କରି ପାରି ନଥିଲେ । ଯାହା ପରେ ସମାଲୋଚନାର ଶିକାର ହୋଇଥିଲେ ବାବର ଆଜମ । ୨୦୨୩ ନଭେମ୍ବର ୧୫ରେ ସେ ଦଳର ଅଧିନାୟକତ୍ୱ ଛାଡ଼ି ଦେଇଥିଲେ ।

ଏବେ ପିସିବିର ନୂଆ ଅଧ୍ୟକ୍ଷ ପୁଣି ଥରେ ବାବର ଆଜମଙ୍କୁ ଦଳର ଦାୟିତ୍ୱ ଦେଇଛନ୍ତି । ୧୩୪ଟି ଅନ୍ତର୍ଜାତୀୟ ମ୍ୟାଚରେ ଦଳର ଅଧିନାୟକ ତୁଲାଇଥିବା ବାବର ୭୮ଟି ମ୍ୟାଚରେ ଦଳକୁ ଜିତାଇଛନ୍ତି । ୪୪ଟି ମ୍ୟାଚ୍ ହାରିଛି ଦଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.