ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବାଂଲାଦେଶ ଓ ନେପାଳ ପ୍ରଧାନମନ୍ତ୍ରୀ

Image Courtesy: zeebiz

ନୂଆଦିଲ୍ଲୀ: ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଶପଥ ନେବେ ନରେନ୍ଦ୍ର ମୋଦୀ । ଜୁନ୍‌ ୮ରେ ମୋଦୀ ଶପଥ ନେବାକୁ ଥିବା ବେଳେ ଏହି ଦିନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମାସିଂହେ ଯୋଗଦେବେ ବୋଲି ଜଣାପଡ଼ିଛି । ସେହିଭଳି ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କୁମାର ଦହଲ ମଧ୍ୟ ସମାରୋହରେ ସାମିଲ ହେବେ ବୋଲି ସ୍ପଷ୍ଟ କରିଛନ୍ତି । ଏହା ପୂର୍ବରୁ ବୁଧବାର ନରେନ୍ଦ୍ର ମୋଦୀ ନେପାଳ ପ୍ରଧାନମନ୍ତ୍ରୀ ଦହଲ ବା ପ୍ରଚଣ୍ଡଙ୍କୁ ଫୋନ୍‌ କରି ନିମନ୍ତ୍ରଣ ଦେଇଥିଲେ । ସେପଟେ ୧୮ ତମ ଲୋକସଭା ନିର୍ବାଚନରେ ଏନଡିଏର ବିଜୟ ଲାଗି ଉଭୟ ଶେଖ ହସିନା ଏବଂ ପୁଷ୍ପ କୁମାର ଦହଲ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । 

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବକ୍ତବ୍ୟ ଲେଖକ ଏମ ନାଜରୁଲ କହିଛନ୍ତି ଯେ, ପିଏମ ହସିନା ଆସନ୍ତାକାଲି ଭାରତ ଗସ୍ତରେ ଆସିବେ । ଢ଼ାକାରୁ ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ । ଶେଖ ହସିନାଙ୍କ ବିମାନ ଆସନ୍ତାକାଲି ଅପରାହ୍ଣରେ ଦିଲ୍ଲୀରେ ପହଞ୍ଚିବ । ସେ ଦିଲ୍ଲୀରେ ଜୁନ୍ ୯ ତାରିଖ ସନ୍ଧ୍ୟା ଯାଏଁ ରହିବେ । 

ଏହା ପୂର୍ବରୁ ୨୦୧୯ ଲୋକସଭା ନିର୍ବାଚନ ପରେ BIMSTEC ରାଷ୍ଟ୍ରର ନେତାମାନଙ୍କୁ ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା। BIMSTEC ଏକ ଆଞ୍ଚଳିକ ଗୋଷ୍ଠୀ ହୋଇଥିବା ବେଳେ ଏଥିରେ ବାଂଲାଦେଶ, ଭୁଟାନ, ଭାରତ, ମିଆଁମାର, ନେପାଳ, ଶ୍ରୀଲଙ୍କା ଏବଂ ଥାଇଲ୍ୟାଣ୍ଡ ସାମିଲ ଅଛନ୍ତି । ୨୦୧୯ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଭିଭିଆଇପିଙ୍କ ସମେତ ୮,୦୦୦ ଅତିଥି ଯୋଗ ଦେଇଥିଲେ। ଚଳିତ ବର୍ଷ ମଧ୍ୟ ଏକାଧିକ ରାଷ୍ଟ୍ର ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। 

ସୂଚନାଯୋଗ୍ୟ, ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡିଏକୁ ୨୯୩ଟି ଆସନ ମିଳିଛି। ବିଜେପିକୁ ୨୪୦ ଆସନ ମିଳିଥିବା ବେଳେ ସହଯୋଗୀ ଦଳର ସମର୍ଥନକୁ ନେଇ ଦଳ ସରକାର ଗଢିବାକୁ ଯାଉଛି। ସେପଟେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ୨୩୪ଟି ଆସନ ପାଇଛି । 

 

  • Narendra Modi
  • pm narendra modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.