ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବହୁ ଚର୍ଚ୍ଚିିିତ ଅନୁଭବ-ବର୍ଷା ବିବାହ ବିଚ୍ଛେଦ ! ଏକ୍ସରେ ସୂଚନା ଦେଲେ ସାଂସଦ, କହିଲେ ଯନ୍ତ୍ରଣାରୁ ମିଳିଲା ମୁକ୍ତି

କଟକ ୦୮/୦୨: ବହୁ ଚର୍ଚ୍ଚିିିତ ସାଂସଦ ତଥା ଅଭିନେତା  ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ  ବିଚ୍ଛେଦ ମାମଲାରେ ଅନ୍ତ। ଦୀର୍ଘ ଦିନ ଧରି ଚାଲିଥିବା ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ । ୧୦ ବର୍ଷର ସଂପର୍କ ଘଟିଲା ଅନ୍ତ । ଓଲିଉଡ୍‌ ଷ୍ଟାର ଦମ୍ପତିଙ୍କର ଛାଡପତ୍ର ହୋଇଛି ।  ବିବାହ ବିଚ୍ଛେଦ ସମ୍ପର୍କରେ ସୋସିଆଲ୍ ମିଡିଆ ଏକ୍ସରେ ସାଂସଦ ଅନୁଭବ ମହାନ୍ତି ସୂଚନା ଦେଇଛନ୍ତି।




ବିବାହର ୧୦ ବର୍ଷ ପୂର୍ତ୍ତି ଆଗରୁ ଏହି ବିବାହ ବିଚ୍ଛେଦ ହୋଇଥିବା ଅନୁଭବ ଲେଖିଛନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କ ଠାରୁ ଛାଡପତ୍ର ପାଇଁ କୋର୍ଟଙ୍କ ମଞ୍ଜୁର  ମିଳିଛି । ଗୁରୁବାର ବର୍ଷା-ଅନୁଭବଙ୍କ ବିବାହକୁ ୧୦ ବର୍ଷ ପୁରୁଛି । ତେବେ ଏହାକୁ ୧୦ ବର୍ଷର ଯନ୍ତ୍ରଣାଦାୟକ, ହୃଦୟହୀନ, ଅର୍ଥହୀନ ଏବଂ ମିଥ୍ୟା ବିବାହ ସମ୍ପର୍କ ବୋଲି ଅନୁଭବ ଉଲ୍ଲେଖ କରିଛନ୍ତି । ମୋ ପାଇଁ ଏବଂ ମୋ ପରିବାର ପାଇଁ ପ୍ରାର୍ଥନା କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଉଛି ବୋଲି ଅନୁଭବ ଲେଖିଛନ୍ତି । ଏହାସହ ବର୍ଷାଙ୍କ ଖୁସି ପାଇଁ ପ୍ରାର୍ଥନା କରିଛନ୍ତି ଅନୁଭବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.