ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାଜୁ ଖାଉଥିଲେ ହୋଇଯାନ୍ତୁ ସାବଧାନ ! ବଢ଼ିପାରେ ଓଜନ...

ନୂଆଦିଲ୍ଲୀ, ୩୦।୧୧: ଅନେକ ଲୋକ କାଜୁ, କିସ୍‌ମିସ୍ ଖାଇବାକୁ ଭଲପାନ୍ତି । ଏସବୁର ଅନେକ ସ୍ୱାସ୍ଥ୍ୟ ଉପକାରିତା ଗୁଣ ମଧ୍ୟ ରହିଛି । ତେବେ ପ୍ରତ୍ୟେକ ଜିନିଷ ଆବଶ୍ୟକତାଠୁ ଅଧିକ ବ୍ୟବହାର କ୍ଷତିକାରକ । ସେହିପରି କାଜୁ ସ୍ୱାଦିଷ୍ଟ ହୋଇଥିଲେ ମଧ୍ୟ ଏହାକୁ ଆବଶ୍ୟକତାଠାରୁ ଅଧିକ ଖାଇଲେ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ । ଫଳରେ ଓଜନ ବଢ଼ିବା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦିଏ । କିଛି ଲୋକ କାଜୁ ଖାଇବାକୁ ଏତେ ପସନ୍ଦ କରନ୍ତି ଯେ, ବାହାରକୁ ଯିବା ସମୟରେ ମଧ୍ୟ ନିଜ ସହିତ କାଜୁ ରଖିଥାନ୍ତି । ତେବେ ଅଧିକ କାଜୁ ଖାଇଲେ କେଉଁ ସବୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ ଆସନ୍ତୁ ଜାଣିବା । 

କାଜୁରେ ଫ୍ୟାଟ୍ ଓ କ୍ୟାଲୋରୀ ପରିମାଣ ଅଧିକ ଥାଏ । ତେଣୁ ଏହାକୁ ମାତ୍ରାଧିକ ଖାଇଲେ ଓଜନ ବୃଦ୍ଧି ପାଏ । ତେଣୁ ପ୍ରତିଦିନ ୫-୧୦ଟି କାଜୁ ଖାଇବା ଶରୀର ପ୍ରତି ହିତକର । ସେହିପରି ଅଧିକ କାଜୁ ଖାଇଲେ ମୁଣ୍ଡବିନ୍ଧା ହୋଇଥାଏ । ଏକ ଅଧ୍ୟୟନ ଅନୁସାରେ, କାଜୁରେ ସୋଡ଼ିୟମ୍ ପରିମାଣ ଅଧିକ ଥାଏ । ତେଣୁ ଏହାକୁ ଆବଶ୍ୟକତାଠାରୁ ଅଧିକ ଖାଇଲେ ଏହା ମାଇଗ୍ରେନ୍‌ର ବି କାରଣ ହୋଇଥାଏ । ଅଧିକ କାଜୁ ଖାଇଲେ ଗ୍ୟାସ୍ ଓ ପାଚନ ସମ୍ୱନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ । ମାତ୍ରାଧିକ କାଜୁ ଖାଇଲେ କିଡନୀ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ଫଳରେ କିଡନୀ ସମ୍ୱନ୍ଧୀୟ ସମସ୍ୟା ବୃଦ୍ଧି ପାଏ । ତେଣୁ ସୀମିତ ପରିମାଣରେ କାଜୁ ଖାଇବା ଆବଶ୍ୟକ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.