ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ କୌଣସି ଦକ୍ଷତା ନାହିଁ। ଏଥର କେବଳ ଭୁଲବଶତଃ କଂଗ୍ରେସକୁ ୯୯ ଟି ଆସନ ମିଳିଛି । ଏଭଳି କିଛି କହିଛନ୍ତି ବିଜେପି ନେତା ତଥା ପୂର୍ବତନ ସାଂସଦ ବ୍ରିଜ ଭୂଷଣ ଶରଣ ସିଂ। ରବିବାର ବିଜେପି ନେତା ବ୍ରିଜ ଭୂଷଣ ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଦେଶର ଲୋକମାନେ ଭୁଲରେ କଂଗ୍ରେସକୁ ଅଧିକ ଆସନ ଦେଇଛନ୍ତି । ମୁଁ ଏହା ଦାବି କରୁଛି ଯେ, ଇଣ୍ଡି ମେଣ୍ଟରୁ ଆପଣ ଅଖିଳେଶ ଯାଦବଙ୍କୁ ହଟାଇ ଦିଅନ୍ତୁ, ତେବେ ଆପଣ ଜାଣିବେ ରାହୁଲ ଗାନ୍ଧୀ କେତେ ବଡ଼ ଖେଳାଳି । ଆଜି ମୈଦାନ ଉପରେ ଠିଆ ହୋଇଥିବା ବ୍ୟକ୍ତି ନିଜକୁ ଅର୍ଜୁନ ଏବଂ ଅଭିମନ୍ୟୁଙ୍କ ସହ ତୁଳନା କରୁଛନ୍ତି ।
ବାସ୍ତବରେ, ପୂର୍ବତନ ସାଂସଦ ସିଂ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ଟାର୍ଗେଟ କରିଛନ୍ତି। ଜୁଲାଇ ୨୯ ରେ ରାହୁଲ ଗାନ୍ଧୀ ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ ଏହି ଦେଶର କୃଷକ, ଯୁବକ ଏବଂ ଶ୍ରମିକ ମାନେ ଭୟଭୀତ ଅଛନ୍ତି । ସେ କହିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ଏକ ନୂତନ ଚକ୍ରଭ୍ୟୁହ ସୃଷ୍ଟି ହେଉଛି କିନ୍ତୁ ଆମେ ଏହି ଚକ୍ରଭ୍ୟୁହକୁ ଭାଙ୍ଗିବା । ଏହି ଚକ୍ରକୁ ଭାଙ୍ଗିବାର ସବୁଠାରୁ ବଡ ଉପାୟ ହେଉଛି ଜାତି ଜନଗଣନା । ସଂସଦରେ ରାହୁଲ ଅମ୍ବାନୀ ଏବଂ ଆଦାନୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ, ଏହି କାରଣରୁ ଲୋକସଭା ବାଚସ୍ପତି ମଧ୍ୟ ତାଙ୍କୁ ବାଧା ଦେଇଥିଲେ ।