ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପଶ୍ଚିମବଙ୍ଗରେ ଭୋଟିଂ ବେଳେ ହିଂସାକାଣ୍ଡ , ବିଜେପି ନେତା ଦିଲ୍ଲୀପ ଘୋଷଙ୍କ କାର ଉପରକୁ ପଥର ମାଡ଼

କୋଲକାତା : ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୮ଟି ଲୋକସଭା ସିଟ୍‌ରେ ଜାରି ମତଦାନ ବେଳେ ହିଂସାକାଣ୍ଡ ଘଟିଛି। ହିଂସା ପ୍ରଭାବିତ ବୀରଭୂମି ଓ ବର୍ଦ୍ଧମାନ-ଦୁର୍ଗାପୁର ନିର୍ବାଚନ ଅଞ୍ଚଳର ବିଭିନ୍ନ ଭାଗରେ ତୃଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି (ବିଜେପି)ର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଝଗଡ଼ା ହେବାର ଖବର ଆସିଛି। ହେଲେ ନିର୍ବାଚନ ଆୟୋଗ ଦାବି କରିଛନ୍ତି କି ସବୁ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଉପାୟରେ ମତଦାନ ଜାରି ରହିଛି। 

ଆୟୋଗ ମୁତାବିତ, ବିଭିନ୍ନ ରାଜନୀତିକ ଦଳମାନେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)ରେ ଖରାପ ସମସ୍ୟା ଓ ଏଜେଣ୍ଟଙ୍କ ମତଦାନ କେନ୍ଦ୍ରରେ ପ୍ରବେଶକୁ ରୋକିବା ଅଭିଯୋଗରେ ଏବେସୁଦ୍ଧା ୧,୦୮୮ ଅଭିଯୋଗ ରୁଜୁ କରାଇଛନ୍ତି। 

 ଅନ୍ୟପଟେ , ବର୍ଦ୍ଧମାନ-ଦୁର୍ଗାପୁର ଲୋକପୁର ସିଟ୍‌ର ସୁସୁନିଆ ଅଞ୍ଚଳରେ ଦ୍ୱିପ୍ରହର ସମୟରେ ଟିଏମସି ଓ ବିଜେପି ସମର୍ଥକଙ୍କ ମଧ୍ୟରେ ସେତେବେଳେ ଝଗଡ଼ା ହୋଇଥିଲା , ଯେବେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ଘୋଷ ମତଦାନ କେନ୍ଦ୍ରରେ କିଛି ଗଡ଼ବଡ଼ ହେବାର ଅଭିଯୋଗ ପାଇବା ପରେ ନିର୍ବାଚନ ବୁଥକୁ ଯାଉଥିଲେ। ଅଭିଯୋଗ କି ତୃଣମୂଳ କଂଗ୍ରେସର ସମର୍ଥକମାନେ ଦିଲ୍ଲୀପ ଘୋଷଙ୍କ ଏସକର୍ଟକୁ ରୋକି ଦେଇଥିଲେ ଏବଂ ତାଙ୍କର ଗାଡ଼ି ସାମ୍ନାରେ ବିରୋଧ ପ୍ରଦର୍ଶନ କରିବାକୁ ଲାଗିଲେ।

ସୂତ୍ରାନୁସାରେ ଦାବି କରାଯାଇଛି କି ତାଙ୍କର କାର୍‌ ଓ ଏସକର୍ଟ ଉପରେ ପଥରମାଡ଼ କରାଯାଇଛି। ଏଖିରେ ଘୋଷଙ୍କ ଏସକର୍ଟର ପଛରେ ଯାଉଥିବା ସୁରକ୍ଷାକର୍ମୀଙ୍କ କିଛି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ସେ କହିଛନ୍ତି ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ଘୋଷଙ୍କ ସହ ହାତାହାତି ମଧ୍ୟ କରିଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.