ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଥମୁନି ନିର୍ବାଚନୀ ହିଂସା, ବିଜେପି କର୍ମୀଙ୍କ ଘରକୁ ବୋମାମାଡ

ନୂଆଦିଲ୍ଲୀ,୨/୬: ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା। ଶେଷ ପର୍ଯ୍ୟାୟ ମତଦାନ ଶେଷ ହେବାର କିଛି ଘଣ୍ଟା ପରେ ଜଣେ ବିଜେପି କର୍ମୀଙ୍କ ବାସଭବନ ଏବଂ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟ ବାହାରେ ବୋମା ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ବାରକପୁର ସହରରେ ଥିବା ତୃଣମୂଳ କଂଗ୍ରେସର କାର୍ଯ୍ୟାଳୟ ବାହାରେ କିଛି ଦୁର୍ବୃତ୍ତ ବୋମା ମାଡ଼ କରିଛନ୍ତି । ଏଥିସହ ଜଣେ ବିଜେପି କର୍ମୀଙ୍କ ଘର ଉପରକୁ ବୋମାମାଡ଼ କରାଯାଇଥିବା ସୂଚନା ମିଳିଛି। 

ସେହିପରି ଗତକାଲି ମତଦାନ ସମୟରେ ମଧ୍ୟ ହିଂସା ଦେଖିବାକୁ ମିଳିଥିଲା। କିଛି ସ୍ଥାନରେ ଭୋଟକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଆଉ କିଛି ସ୍ଥାନରେ କିଛି ଲୋକ  ଇଭିଏମ ମେସିନକୁ ପାଣିରେ ଫୋପାଡିଥିବା ନଜର ଆସିଥିଲା । ଏହା ଆଗରୁ ମଧ୍ୟ ୨୪ ପ୍ରଗଣା ଯାଦବପୁର ଲୋକସଭା ଆସନରେ ହିଂସା ଦେଖିବାକୁ ମିଳିଥିଲା । ଦୁଇ ଗୋଷ୍ଠୀ ପରସ୍ପର ସହ ସଂର୍ଘଷ କରିବା ଦେଖିବାକୁ ମିଳିଥିଲା ।  


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.