ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

ଏଥର ବମିଖାଲରେ ଦେଖିବାକୁ ମିଳିବ ଫ୍ରେଞ୍ଚ ପ୍ୟାଲେସ ତୋରଣର ଝଲକ, ଜାତୀୟ ପକ୍ଷୀ ମୟୂରଙ୍କୁ ପ୍ରାଧାନ୍ୟ

କଟକରୋଡ,୨୯/୦୯: ରାଜଧାନୀର ଅଧିକାଂଶ ପୂଜା ମଣ୍ଡପ ସମ୍ମୁଖରେ ମୁଣ୍ଡ ଟେକିଲାଣି ସୁଉଚ୍ଚ ତୋରଣ । ଭଳିକି ଭଳି ତୋରଣ ନିର୍ମାଣ ବାବଦରେ ସ୍ମାର୍ଟସିଟି ବାସିନ୍ଦାଙ୍କ ଚର୍ଚ୍ଚା ଜୋର ଧରିଲାଣି । ଏଥିରେ ଯୋଡି ହୋଇଛି ବମିଖାଲ ଦୁର୍ଗାପୂଜା ସମିତି ।  ୬୧ ତମ ଦୁର୍ଗୋତ୍ସବ ପାଳନ ପାଇଁ କର୍ମକର୍ତ୍ତାଙ୍କ ଯଥାସମ୍ଭବ ଉଦ୍ୟମ ଆରମ୍ଭ  ହୋଇଛି । ତୋରଣରେ ‘ଫରାସୀ ଓ  ଭାରତୀୟ ସ୍ଥାପତ୍ୟ କଳା ମିଶ୍ରଣର ଏକ ଝଲକ କୁହାଯାଇପାରେ । ଜଗତଜୀତ ପ୍ୟାଲେସ ଅଥବା ଫ୍ରେଞ୍ଚ ପ୍ୟାଲେସ  ନାମରେ ଏହି ତୋରଣ ନାମିତ  ହୋଇଛି । ଯାହାକି ମୁଖ୍ୟ ଆକର୍ଷଣ  ପାଲଟିବ । ଜାତୀୟ ପକ୍ଷୀ ମୟୂରଙ୍କ ‘ଫଟୋ ଚିତ୍ରକୁ ତୋରଣରେ ଅଧିକ  ପ୍ରାଧାନ୍ୟ ଦେବେ ପୂଜା ସମିତି । ଏହାର  ଉଚ୍ଚତା ଓ ଓସାର ଯଥାକ୍ରମେ ୮୦ ଏବଂ  ୧୨୦ ଫୁଟ ରହିବ । ସେହିଭଳି ମେଢ  ସହ ମୂର୍ତ୍ତି ଉଚ୍ଚତା ୨୦ ଫୁଟ ରଖାଯିବ ବୋଲି କୁହାଯାଇଛି । ଜଗଦ୍ଧାତ୍ରୀଙ୍କ  ମଥାରେ ଝଲସିବ ୭ କେଜି ଓଜନର  ଚାନ୍ଦି ମୁକୁଟ । 

Durga Puja 2024: Get all updated News, Videos and Photos of Durga Puja

ଚଳିତବର୍ଷ ପୂଜା  ବଜେଟ ୫୦ ଲକ୍ଷ ଟଙ୍କା ରଖାଯାଇଥିବା  ସୂଚନା ଦିଆଯାଇଛି । ଷଷ୍ଠୀ ତିଥିରୁ  ମା’ଙ୍କ ନିକଟରେ ଅନ୍ନପ୍ରସାଦ ଓ  ଖେଚୁଡି ଭୋଗ ଲାଗିହେବ । ଅଷ୍ଟମୀ  ତିଥିରେ ମହିଳାଙ୍କ ବ୍ରତ ପୂଜାକୁ  ଗୁରୁତ୍ୱ ଦିଆଯାଇ ଶ୍ରଦ୍ଧାଳୁଙ୍କୁ ପ୍ରସାଦ  ବଣ୍ଟନ ବ୍ୟବସ୍ଥା ରହିଛି । ଉତ୍ସବ  ଆରମ୍ଭ ସଂନ୍ଧ୍ୟାରେ ଭଜନ ସହ  ଶେଷ ରାତି ପର୍ଯନ୍ତ  ମେଲୋଡି କାର୍ଯ୍ୟକ୍ରମ  ପରିବେଷଣ ହେବ ।  ପୂଜା ପେଣ୍ଡାଲ ଓ ଏହାର ନିକଟରେ ୧୨ ସିସିଟିଭି କ୍ୟାମେରା  ସହ ଭିଡ ନିୟନ୍ତ୍ରଣ  ଦାୟିତ୍ୱରେ ୬୦ ସଦସ୍ୟ ପୁଲିସ  ସହ ରହିବେ । ମେଲାଣି ଉତ୍ସବରେ  ପାରମ୍ପରିକ ନୃତ୍ୟକଳା ଓ ବାଦ୍ୟ ସହ  ରାଜଧାନୀ ଭସାଣ ଉତ୍ସବରେ ସାମିଲ  ହେବ ପୂଜା ସମିତି ।

  • Durga Puja 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.