ଭୁବନେଶ୍ୱର,୨୦/୦୯: ଫେରୁଛି ପୁରୁଣା ଫ୍ୟାଶନ୍ । ବବି ପ୍ରିଣ୍ଟ ଶାଢ଼ୀରୁ ଆରମ୍ଭ କରି ସିଫନ୍ ଶାଢ଼ୀ କିମ୍ବା ପପ୍ ହାତର ଡ୍ରେସ ଓ ବ୍ଲାଉଜ୍ ସବୁଥିରେ ରହୁଛି ପୁରାତନ ଛାପ । ଏହି ଧାରାରେ ବଜାରକୁ ଫେରିଛି ୮୦ରୁ ୯୦ଦଶକର ବାଓ ହେୟାର କ୍ଲିପ୍ । ପ୍ରଜାପତି ଡିଜାଇନ୍ର ଏହି କ୍ଲିପକୁ କେଶରେ ଲଗାଇଲେ ଦେଉଛି ଆକର୍ଷଣୀୟ ଲୁକ୍ । ଏଇ କିଛି ବର୍ଷ ହେବ ବାଓ ହେୟାର କ୍ଲିପ୍ ମହିଳା ଏବଂ ଝିଅମାନଙ୍କ ପ୍ରଥମ ପସନ୍ଦ ପାଲଟିଛି । ବଡ଼ ବଡ଼ ସପିଙ୍ଗ ମଲ୍ଠାରୁ ଆରମ୍ଭ କରି ରାସ୍ତାକଡ଼ ଦୋକାନ ଏବଂ ମାର୍କେଟ ବିଲଡିଂରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି ।
ଭାରତୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆଲିଆ ଭଟ୍ଟ ମଧ୍ୟ ୨୦୨୩ରେ ଏହି ବାଓ କ୍ଲିପ୍ରେ ନଜର ଆସିଥିଲେ। ଏହି କ୍ଲିପ୍ ଗୁଡ଼ିକ ବିଭିନ୍ନ ଡିଜାଇନ୍ରେ ଆସୁଛି । ଏହା କପଡ଼ା କଟନ, ସାନିଟାରୀ, ନେଟ୍ ତିନି ଭେରାଇଟ୍ର ମିଳୁଛି । ଆରେନ୍ଡେଲା ସାଟିନ୍, ପାନାସି ଏମ୍ବେସିଲଡ୍, ସାଇନିଂ ଡିଭା, ଗବ୍ ଭେଲଭେଟ୍, ମ୍ୟୁରେସା ସାଟିନ୍ ସିଲ୍କ ଏମିତି ୧୨ରୁ ଅଧିକ ଭେରାଇଟି ମିଳୁଛି । ୩୦ଟଙ୍କାରୁ ଆରମ୍ଭ ହୋଇ ୧୫୦ରୁ ୨୦୦ଟଙ୍କା ଯାଏ ଦାମ୍ ରହିଛି । ପ୍ୟାକେଟ୍ ନେଲେ ଶସ୍ତା ରହୁଛି । ପ୍ୟାକେଟ୍ରେ ୬ଟାକୁ ୧୨୦ କି ୧୩୦ ଟଙ୍କାରେ ବିକ୍ରି ହେଉଛି । ଏସବୁ ଓଡ଼ିଶା ବଜାରକୁ ଦିଲ୍ଲୀ, କୋଲକାତା ଏବଂ ମୁମ୍ବାଇରୁ ଆସୁଛି । ଏଗୁଡିକ ଡ୍ରେସ୍ ସାଙ୍ଗକୁ ମ୍ୟାଚିଙ୍ଗ ରଙ୍ଗରେ ମଧ୍ୟ ମିଳୁଛ