ନୂଆଦିଲ୍ଲୀ, ୨୨/୮ : ଦିଲ୍ଲୀର ଜନୈକ କମ୍ପ୍ୟୁଟର ସେଣ୍ଟରର ଟ୍ରେନର କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଗିନିଜ ଓ୍ବାର୍ଲ୍ଡ ରେକର୍ଡ଼କୁ ପଛରେ ପକାଇ ଦେଇଛନ୍ତି । ସଚିନ ତେନ୍ଦୁଲକରଙ୍କ ନାମରେ ୧୯ଗିନିଜ ଓ୍ବାର୍ଲ୍ଡ ରେକର୍ଡ଼ ଅଛି । ଯାହାକି ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ପୂର୍ବତନ କର୍ମଚାରୀ ଏବଂ କମ୍ପ୍ୟୁଟର ଟ୍ରେନର ୨୦ଗିନିଜ ଓ୍ବାର୍ଲ୍ଡ ରେକର୍ଡ଼ କରି ଦେଇଛନ୍ତି । ଦିଲ୍ଲୀର ବିନୋଦ ଚୌଧୁରୀ ଏହି ସବୁ କିର୍ତ୍ତିମାନ ଟାଇପିଂ କ୍ଷେତ୍ରରେ କରିଛନ୍ତି । ଆସନ୍ତୁ ଜାଣିବା ବିନୋଦଙ୍କ ଏହି କାର୍ଯ୍ୟ ବିଷୟରେ ।
ବିଶ୍ବର ମହାନ ବ୍ୟାଟରଙ୍କ ମଧ୍ୟରେ ପରିଚିତ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁରେ ପ୍ରାୟ ୧୯ ଗିନିଜ ଓ୍ବାର୍ଲ୍ଡ ରେକର୍ଡ଼ ଅଛି । ଦିଲ୍ଲୀର ବିନୋଦ ଚୌଧୁରୀ ଏବେ ତାଙ୍କଠାରୁ ଗୋଟିଏ ପାଦ ଆଗକୁ ବଢିଯାଇଛନ୍ତି । ବିନୋଦ ଚୌଧୁରୀଙ୍କ ନାଁରେ ଏବେ ପ୍ରାୟ ୨୦ଗିନିଜ ଓ୍ବାର୍ଲ୍ଡ ରେକର୍ଡ଼ ହୋଇଯାଇଛି। ପ୍ରକାଶ ଯେ, ସଚିନ ରେକର୍ଡ଼ କ୍ରିକେଟ ପଡ଼ିଆରେ କରିଛନ୍ତି ଯାହାକି ବିନୋଦ ଏହି ରେକର୍ଡ଼ କି- ବୋର୍ଡ଼ରେ କରିଛନ୍ତି ।
ବିନୋଦ ଚୌଧୁରୀ ଜେଏନୟୁର ପୂର୍ବତନ କର୍ମଚାରୀ ଅଟନ୍ତି । ମାତ୍ର ସେ ଏକ କମ୍ପ୍ୟୁଟର ଟ୍ରେନର ଭାବେ କାମ କରୁଛନ୍ତି । ସେ ଦିଲ୍ଲୀର କିରାରୀ ସୁଲେମାନ ନଗର ଗାଁରେ ରହିଥାନ୍ତି । ୪୩ବର୍ଷୀୟ ଚୌଧୁରୀ ନିଜର ଟାଇପିଂର କମାଲ ଦେଖାଇବାକୁ ଯାଇ ଏବେ ପର୍ଯ୍ୟନ୍ତ ୧୯ଗିନିଜ ଓ୍ବାର୍ଲ୍ଡ ରେକର୍ଡ଼ କରିଥିଲେ । ଗୁରୁବାର ସେ ଏହି କ୍ଷେତ୍ରରରେ ୨୦ତମ ଗିନିଜ ଓ୍ବାର୍ଲ୍ଡ ରେକର୍ଡ଼ କରିଛନ୍ତି । ବିନୋଦ ଚୌଧୁରୀ ଆଖିରେ ପଟ୍ଟି ବାନ୍ଧି ମୁହଁରେ ବାଡ଼ି ନେଇ ନାକରେ ସବୁଠାରୁ ଦ୍ରୁତ ଟାଇପିଂ କରିବାର ରେକର୍ଡ଼ କରି ନେଇଛନ୍ତି ।