ପ୍ରମୁଖ ଖବର
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଆମେରିକା ପରେ ଏବେ ୟୁକ୍ରେନକୁ ସହାୟତା ଯୋଗାଇବାକୁ ଆଗକୁ ଆସିଲା ବ୍ରିଟେନ, ରୁଷ୍ ସେନାକୁ ମିଳିବ ଶକ୍ତ ଜବାବ...

image courtesy: Indian Foundation

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆମେରିକା ପକ୍ଷରୁ ସାହାଯ୍ୟ ପରେ ବର୍ତ୍ତମାନ ବ୍ରିଟେନ ମଧ୍ୟ ୟୁକ୍ରେନକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି । ବ୍ରିଟେନ ୟୁକ୍ରେନ ପାଇଁ ନୂତନ ସାମରିକ ସାମଗ୍ରୀ ପାଇଁ ୬୨ କୋଟି ଆମେରିକୀୟ ଡଲାରର ପ୍ରତିଶୃତି ଦେଇଛି । ବ୍ରିଟେନ ଏହି ଘୋଷଣା ଏପରି ସମୟରେ କରିଛି ଯେଉଁ ସମୟରେ ଷ-ୟୁକ୍ରେନ ଯୁଦ୍ଧ ତୃତୀୟ ବର୍ଷରେ ଅଛି ଏବଂ ପୂର୍ବ ସୀମାରେ ରୁଷର ସୈନ୍ୟବାହିନୀର ଅଗ୍ରଗତିକୁ ବନ୍ଦ କରିବାକୁ ୟୁକ୍ରେନ ସଂଘର୍ଷ କରୁଛି।

ମଙ୍ଗଳବାର ସକାଳେ ବ୍ରିଟେନର ପ୍ରଧାନମନ୍ତ୍ରୀ ରୁଷି ସୁନାକ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କଥା ହୋଇଥିଲେ ଏବଂ ରୁଷର ନିର୍ଦ୍ଦୟ ତଥା ବିସ୍ତାରବାଦୀ ଚିନ୍ତାଧାରା ବିରୁଦ୍ଧରେ ୟୁକ୍ରେନର ପ୍ରତିରକ୍ଷା ପାଇଁ ତାଙ୍କୁ ବ୍ରିଟେନର ନିରନ୍ତର ସମର୍ଥନ ବିଷୟରେ ନିଶ୍ଚିତ କରିଥିଲେ । ସୁନକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ରୁଷି ସୁନାକ ୟୁକ୍ରେନକୁ ଅଧିକ ସହାୟତା ସମ୍ବନ୍ଧରେ ବିଭିନ୍ନ ନେତାଙ୍କୁ ଭେଟିବା ପାଇଁ ୱାର୍ସ ଯାତ୍ରା କରୁଛନ୍ତି । 

ପ୍ରଧାନମନ୍ତ୍ରୀ ସୁନାକଙ୍କ କାର୍ଯ୍ୟାଳୟ କହିଛି ଯେ, ବ୍ରିଟେନର ନିରନ୍ତର ସମର୍ଥନ ପାଇଁ ରାଷ୍ଟ୍ରପତି ଜେଲେନସ୍କି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି ଯେ ନୂତନ ସାମରିକ ସହାୟତା ଦେଶକୁ ରକ୍ଷା କରିବା ପାଇଁ ଆଗ ଧାଡ଼ିରେ ଲଢୁଥିବା ସାଧାରଣ ୟୁକ୍ରେନୀୟ ମାନଙ୍କ ପାଇଁ ଏକ ମହତ୍ବପୂର୍ଣ୍ଣ ପରିବର୍ତ୍ତନ ଆଣିବ । ନିକଟରେ ଆମେରିକାର ଲୋକସଭାରେ ୟୁକ୍ରେନ ପାଇଁ ୬୧ ବିଲିୟନ ଆମେରିକୀୟ ଡଲାର ସହାୟତା ଅନୁମୋଦନ ହୋଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.