ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଆଣବିକ ଶକ୍ତିକୁ ନେଇ ବ୍ରିଟେନର ବଡ଼ ନିଷ୍ପତ୍ତି, ସୁନକ କଲେ ଘୋଷଣା

Published By : Sushanta Sahu | March 25, 2024 1:02 PM

ଲଣ୍ଡନ, ୨୫/୦୩: ବଡ଼ ନିଷ୍ପତ୍ତି ନେଇଛନ୍ତି ବ୍ରିଟେନ୍ ସରକାର । ତୃତୀୟ ବିଶ୍ୱ ଯୁଦ୍ଧ ଆଶଙ୍କ ମଧ୍ୟରେ ଆଣବିକ ଶକ୍ତିକୁ ନେଇ ବ୍ରିଟେନ୍ ବଡ଼ ପଦକ୍ଷେପ ନେଇଛି । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଘୋଷଣା ଅନୁସାରେ, ଆଣବିକ ଶକ୍ତିରେ ପୁଞ୍ଜି ନିବେଶ କରାଯିବ । ଯାହା ଦ୍ୱାରା ଲୋକଙ୍କୁ ମଧ୍ୟ ରୋଜଗାର ମିଳିବ ।

ଋଷି ସୁନକ ସୋମବାର ଆଣବିକ ଶକ୍ତିରେ ୨୫୨ ମିଲିୟନ୍ ଡଲାର ନିବେଶ କରିବାକୁ ଘୋଷଣା କରିଛନ୍ତି । ଏହା ଦ୍ୱାରା ବ୍ରିଟେନର ଆଣବିକ ଶକ୍ତି ବଢ଼ିବା ସହ ସ୍ଥାନୀୟ ଲୋକଙ୍କ ଲାଗି ରୋଜଗାର ସୃଷ୍ଟି ହେବ । ଦେଶରେ ୪୦ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି କହିଛନ୍ତି ସୁନକ । ଏଥିପାଇଁ ସରକାର ଅନ୍ୟ ଶିଳ୍ପସଂସ୍ଥା ସହ ଚୁକ୍ତି କରିବେ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପୂର୍ବରୁ ହିଁ ଋଷି ସୁନକଙ୍କ ଘୋଷଣା ନେଇ ସୂଚନା ଦେଇଥିଲା । ସରକାର ବିଏଇ ସିଷ୍ଟମ୍ସ, ରୋଲ୍ସ-ରୟସ୍ ଓ ଇଡିଏଫ୍ ଆଦି କମ୍ପାନୀ ସହ ମିଶି କୌଶଳ ବିକାଶ, ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ୨୦୩୦ ମଧ୍ୟରେ ଅତିକମରେ ୭୬୩ ମିଲିୟନ ନିବେଶ କରିବେ । 

ପରମାଣୁ ଶକ୍ତିର ଆବଶ୍ୟକତା ଉପରେ କହି ତୃତୀୟ ବିଶ୍ୱ ଯୁଦ୍ଧ ଆଶଙ୍କା ଆଡ଼କୁ ଇସାରା କରିଛନ୍ତି ସୁନକ । କହିଛନ୍ତି, ବିପଜ୍ଜନକ ଦୁନିଆରେ ବ୍ରିଟେନର ସମୁଦ୍ରରେ ଆଣବିକ ଶକ୍ତି ପୂର୍ବାପେକ୍ଷା ଅଧିକ ଆବଶ୍ୟକ । ଆଣବିକ ଶକ୍ତିର ଲାଭ ବିଷୟରେ ସୁନକ କହିଛନ୍ତି, ଆଣବିକ ଶସ୍ତା ଏବଂ ସଫା ଘରୋଇ ଶକ୍ତି ଲାଗି ସାହାଯ୍ୟ କରିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.